
ଭୁବନେଶ୍ୱର,୧୪।୨: ପୁଣି ମୋ’ ବସ୍ ନେଇଛି ଜୀବନ। ଶୁକ୍ରବାର ରାତିରେ ତମାଣ୍ଡୋ ଥାନା ଅଞ୍ଚଳର ଓଭରବ୍ରିଜ୍ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସ୍କୁଟି ସହ ୧୦୦ ମିଟର ପର୍ଯ୍ୟନ୍ତ ଜଣେ ମହିଳାଙ୍କୁ ବସ୍ଟି ଘୋଷାଡ଼ି ନେବା ଯୋଗୁ ଘଟଣାସ୍ଥଳରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଛି। ସେହିଭଳି ଅନ୍ୟ ୩ଜଣ ମଧ୍ୟ ଗୁରୁତର ହୋଇଛନ୍ତି। ଏହି ଦୁର୍ଘଟଣା ପରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଡ୍ରାଇଭରଙ୍କୁ ମାଡ଼ ମାରିବା ପରେ ପୋଲିସ ହେପାଜତକୁ ଦେଇଛନ୍ତି।
ସୂଚନାନୁଯାୟୀ, ୩୩ଏସ୍ ମୋ’ ବସ୍(ନଂ OD 02 BJ 9410) ଡିଏନ୍ ରେଗାଲିଆ ଓଭରବ୍ରିଜ୍ ନିକଟରେ ଦୁର୍ଘଟଣା ଘଟାଇଛି। ଏଥିରେ ଜଣେ ମହିଳାଙ୍କ ଚକା ତଳେ ଫସି ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଡ୍ରାଇଭରଜଣଙ୍କ ମଦ୍ୟପାନ କରିଥିବାରୁ ଦୁର୍ଘଟଣା ଘଟାଇଥିବା ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି। ପୋଲିସ ବସ୍ଟିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

କରଙ୍ଗାଭଟା ଜଙ୍ଗଲରେ ଲାଗିଲା ନିଆଁ
କୋମନା,୧୪ା୨(ସୋବିନ ଛତ୍ରିଆ)- ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ କରଙ୍ଗାଭଟା ସଂରକ୍ଷିତ ଜଙ୍ଗଲରେ ଶୁକ୍ରବାର ହଠାତ୍ ନିଆଁ ଲାଗିଥିଲା। ଗଛଲତା ପୋଡ଼ିଯାଉଥିବା ଦେଖି ଗାଁ ଲୋକେ…

ଟ୍ରାକ୍ଟରକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍
ଲାଞ୍ଜିଗଡ଼,୧୪ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ୍ ଯୋଡ଼ାବନ୍ଧ ନିକଟ ବେଦାନ୍ତ ରେଳ ଫାଟକରେ ଏକ ଟ୍ରାକ୍ଟରକୁ ମାଲବାହୀ ଟ୍ରେନ୍ ଧକ୍କା ଦେବାରୁ ଟ୍ରାକ୍ଟରରେ…

ବାପା ଆଗରେ ଜଳଭଣ୍ଡାରକୁ ଡେଇଁପଡ଼ିଲେ ପୁଅ
ସୁନାବେଡ଼ା,୧୪ା୨(କୃତ୍ତିବାସ ପ୍ରଧାନ)-ସୁନାବେଡ଼ା ଥାନା ଅଧୀନ ୨୬ନଂ. ଜାତୀୟ ରାଜପଥ ଟିମ୍ବର ବ୍ରିଜ୍ ଉପରେ ସ୍କୁଟି ରଖି ବାପାଙ୍କ ଆଗରେ ନଦୀକୁ ଜଣେ ଯୁବକ ଡେଇଁ ପଡ଼ିଛନ୍ତି।…