Friday, February 21, 2025
Home Home KIIT student death row: ଅଚ୍ୟୁତ ସାମନ୍ତଙ୍କ ବଡ଼ ଘୋଷଣା

KIIT student death row: ଅଚ୍ୟୁତ ସାମନ୍ତଙ୍କ ବଡ଼ ଘୋଷଣା

by
0 comment

ଭୁବନେଶ୍ୱର,୨୦।୨: KIIT University ରେ ବି.ଟେକ ଛାତ୍ରୀ ପ୍ରକ୍ରିତି ଲାମସଲଙ୍କ ଆତ୍ମହତ୍ୟା ଏବଂ ନେପାଳୀ ଛାତ୍ରୀଛାତ୍ରଙ୍କୁ ବଳପୂର୍ବକ କଲେଜରୁ ବିତାଡ଼ିତ କରି ର୍ନିଯାତନା ଘଟଣାରେ ବିବାଦ ଅଧିକ ଘନେଇବାରେ ଲାଗିଛି। କିଟ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି। ତେବେ ଏହି ଘଟଣାରେ ଗୁମର ଖୋଲିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠନ ହୋଇଥିବା ୩ ଜଣିଆ ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ବୁଧବାର ତଦନ୍ତ ଆରମ୍ଭ କରିଛି। ଏହାରି ଭିତରେ କିଟ୍‌ ଛାତ୍ରୀ ପ୍ରକ୍ରିତିଙ୍କ ମୃତଦେହ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।

କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବଡ଼ ଘୋଷଣା କରିଛନ୍ତି। ପ୍ରକ୍ରିତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ନାମରେ ଏକ ମେଧାବୃତ୍ତି ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ପ୍ରକ୍ରିତିଙ୍କ ବାପାଙ୍କ ପ୍ରସ୍ତାବ କ୍ରମେ ଏହି ମେଧାବୃତ୍ତି କିଟରେ ପାଠ ପଢୁଥିବା ନେପାଳର ମେଧାବୀ ଛାତ୍ରୀଙ୍କୁ ପ୍ରଦାନ କରାଯିବ।

Advertisement

ଧରିତ୍ରୀ କାର୍ଟୁନ

Model This Week

ପିଲାଙ୍କ ଧରିତ୍ରୀ

Why Dharitri

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od