
ଦୁବାଇ,୩ା୩: ନ୍ୟୁଜିଲାଣ୍ଡର କ୍ରିସ ଗାଫାନେ ଓ ଇଂଲଣ୍ଡର ରିଚାର୍ଡ ଇଲିଙ୍ଗଓ୍ବର୍ଥ ଫିଲ୍ଡ ଅମ୍ପାୟାର ଭାବେ ମଙ୍ଗଳବାର ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ପ୍ରଥମ ସେମିଫାଇନାଲ ପରିଚାଳନା କରିବେ। ଇଂଲଣ୍ଡର ମାଇକେଲ ଗଫ ତୃତୀୟ ଅମ୍ପାୟାର ଓ ଜିମ୍ବାଓ୍ବେର ଆଣ୍ଡି ପିକ୍ରଫ୍ଟ ମ୍ୟାଚ ରେଫରୀ ଦାୟିତ୍ୱ ତୁଲାଇବେ ବୋଲି ଆଇସିସି ପକ୍ଷରୁ ସୋମବାର ଘୋଷଣା କରାଯାଇଛି।
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁବାଇଠାରେ ଖେଳାଯାଇଥିବା ଅନ୍ତିମ ଲିଗ ମ୍ୟାଚରେ ଫିଲ୍ଡ ଅମ୍ପାୟାର ଦାୟିତ୍ୱ ତୁଲାଇଥିଲେ। ଲାହୋରଠାରେ ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲ ଲାଗି ଶ୍ରୀଲଙ୍କାର କୁମାର ଧର୍ମସେନା ଓ ଅଷ୍ଟ୍ରେଲିଆର ପଲ ରିଫେଲଙ୍କୁ ଫିଲ୍ଡ ଅମ୍ପାୟାର ଦାୟିତ୍ୱ ଦିଆଯାଇଛି। ଜୋଏଲ ଓ୍ବିଲସନ ତୃତୀୟ ଅମ୍ପାୟାର ଓ ରଞ୍ଜନ ମାଦୁଗଲେ ମ୍ୟାଚ ରେଫରୀ ଦାୟିତ୍ୱରେ ରହିବେ।