Sunday, February 23, 2025
Home Latest ୱାକାଥନ ମାଧ୍ୟମରେ ସଚେତନତା: ମଦର୍ସ ପବ୍ଲିକ ସ୍କୁଲ ପକ୍ଷରୁ ଜଳ ସଂରକ୍ଷଣ ବାର୍ତ୍ତା

ୱାକାଥନ ମାଧ୍ୟମରେ ସଚେତନତା: ମଦର୍ସ ପବ୍ଲିକ ସ୍କୁଲ ପକ୍ଷରୁ ଜଳ ସଂରକ୍ଷଣ ବାର୍ତ୍ତା

by
0 comment

ୱାକାଥନ ମାଧ୍ୟମରେ ସଚେତନତା: ମଦର୍ସ ପବ୍ଲିକ ସ୍କୁଲ ପକ୍ଷରୁ ଜଳ ସଂରକ୍ଷଣ ବାର୍ତ୍ତା

ଭୁବନେଶ୍ୱର: ଜଳ ସଂଚୟ ଓ ପାନୀୟ ଜଳର ଠିକ୍‌ ବ୍ୟବହାର ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ମଦର୍ସ ପବ୍ଲିକ ସ୍କୁଲ ପକ୍ଷରୁ ଏକ ୱାକାଥନ ଆୟୋଜିତ ହୋଇଯାଇଛି। ସକାଳ ୬ଟାରୁ ୟୁନିଟ୍- ୧ କ୍ୟାମ୍ପସରୁ ଆରମ୍ଭ ହୋଇ ୩ କିଲୋମିଟର ପର୍ଯ୍ୟନ୍ତ ଯାଇଥିବା ଏହି ୱାକାଥନରେ ସ୍କୁଲର କର୍ମଚାରୀ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଟ୍ରାଫିକ ଏସିପି ଜୟନ୍ତ କୁମାର ବୋରା ପତାକା ଦେଖାଇ ଏହାକୁ ଶୁଭାରମ୍ଭ କରିଥିବାବେଳେ ୨୦୦ରୁ ଅଧିକ ପଦଯାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ସ୍କୁଲର ଅଧ୍ୟକ୍ଷା ପଲ୍ଲୀ ପଟ୍ଟନାୟକ, ପରିଚାଳନା ନିର୍ଦ୍ଦେଶିକା ମୀନତି ସାବତ, ନିର୍ଦ୍ଦେଶକ ଶ୍ରୀଜିତ ପଟ୍ଟନାୟକ ଓ ଉପାଧ୍ୟକ୍ଷା ଆଶା ଟିଆର ପ୍ରମୁଖ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିବା ସହିତ ଜଳ ସଂଚୟର ଗୁରୁତ୍ବ ତଥା ପରିବେଶ ସୁରକ୍ଷାର ଆବଶ୍ୟକତା ସଂପର୍କରେ ବାର୍ତ୍ତା ଦେଇଥିଲେ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od