Wednesday, February 19, 2025
Home Latest ୭.୧୧% ସହ ଓଡ଼ିଶା ଖୁଚୁରା ମୁଦ୍ରାସ୍ଫୀତି ଦେଶରେ ସର୍ବାଧିକ: ଦେଶରେ ୪.୮୩%

୭.୧୧% ସହ ଓଡ଼ିଶା ଖୁଚୁରା ମୁଦ୍ରାସ୍ଫୀତି ଦେଶରେ ସର୍ବାଧିକ: ଦେଶରେ ୪.୮୩%

by
0 comment

୭.୧୧% ସହ ଓଡ଼ିଶା ଖୁଚୁରା ମୁଦ୍ରାସ୍ଫୀତି ଦେଶରେ ସର୍ବାଧିକ: ଦେଶରେ ୪.୮୩%

ଭୁବନେଶ୍ବର: ଚଳିତ ବର୍ଷ ଏପ୍ରିଲ୍‌ରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୪.୮୩ ପ୍ରତିଶତକୁ ହ୍ରାସ ପାଇଥିବା ବେଳେ ଓଡ଼ିଶାର ମୁଦ୍ରାସ୍ଫୀତି ୭.୧୧ ପ୍ରତିଶତକୁ ଖସିଛି। ଦେଶର ସବୁ ରାଜ୍ୟ ତୁଳନାରେ ଓଡ଼ିଶାର ମୁଦ୍ରାସ୍ଫୀତି ସର୍ବାଧିକ ରହିଛି। ବିଶେଷଜ୍ଞମାନଙ୍କ ମତରେ ବହୁ ସାମଗ୍ରୀ ଲାଗି ଓଡ଼ିଶା ଅନ୍ୟ ଉପରେ ନିର୍ଭରଶୀଳ ରହୁଥିବାରୁ କିଣି ଖାଉଥିବା ଲୋକମାନଙ୍କୁ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଅଧିକ ଟଙ୍କା ଗଣିବାକୁ ପଡ଼ୁଛି। ସେଥିପାଇଁ ଏଠାରେ ଦରଦାମ୍ ଅଧିକ ରହୁଛି। କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଏପ୍ରିଲ୍‌ରେ ଓଡ଼ିଶାର ଗ୍ରାମୀଣ ମୁଦ୍ରାସ୍ଫୀତି ହାର ୭.୩୮ ପ୍ରତିଶତ ରହିଥିବା ବେଳେ ସହରାଞ୍ଚଳରେ ସେହି ହାର ୬.୨୯ ପ୍ରତିଶତ ରହିଛି। ଅର୍ଥାତ ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳବାସୀଙ୍କୁ ବିଭିନ୍ନ ସାମଗ୍ରୀ ଲାଗି ଅଧିକ ଟଙ୍କା ଗଣିବାକୁ ପଡ଼ୁଛି।

Sambad is now on WhatsApp

Join and get latest news updates delivered to you via WhatsApp

ଅନ୍ୟ ରାଜ୍ୟଗୁଡ଼ିକ ଉପରେ ନଜର ପକାଇଲେ ଜଣାପଡ଼ୁଛି ଯେ ଓଡ଼ିଶାକୁ ବାଦ ଦେଲେ ଅନ୍ୟ କୌଣସି ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି ହାର ୬ ପ୍ରତିଶତରୁ ଅଧିକ ନାହିଁ। ଜାତୀୟ ହାରଠାରୁ ଆନ୍ଧ୍ରପ୍ରଦେଶ (୫.୫୯%), ଆସାମ (୫.୭୦%), ବିହାର (୫.୨୯%), ଛତିଶଗଡ଼ (୫.୭୦%), ହରିୟାଣା (୫.୬୫%), କର୍ଣ୍ଣାଟକ (୫.୪୮%), କେରଳ (୫.୩୩%), ମଧ୍ୟପ୍ରଦେଶ (୫.୩୧%), ରାଜସ୍ଥାନ (୫.୩୦%) ଓ ତେଲେଙ୍ଗାନା (୫.୬୮%)ର ମୁଦ୍ରାସ୍ଫୀତି ହାର ଅଧିକ ରହିଛି। ଦିଲ୍ଲୀର ଖୁଚୁରା ମୁଦ୍ରାସ୍ଫୀତି ହାର ସର୍ବନିମ୍ନ ୨.୧୭ ପ୍ରତିଶତ ରହିଛି। ରାଜ୍ୟର ଏଭଳି ସ୍ଥିତି ସମ୍ପର୍କରେ ମତ ରଖି ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ କହିଛନ୍ତି ଯେ ବିଭିନ୍ନ ଜିନିଷ ଲାଗି ଅନ୍ୟ ଉପରେ ନିର୍ଭରଶୀଳ ରହୁଥିବାରୁ ଆମ ରାଜ୍ୟରେ ଦରଦାମ୍ ଅଧିକ ରହୁଛି। ଆମଦାନି ସହିତ ପରିବହନ ଖର୍ଚ୍ଚ ମିଶିଯିବା ପରେ ଦର ବଢ଼ିବା ସ୍ବାଭାବିକ। ରାଜ୍ୟ ସରକାର ଆମ ରାଜ୍ୟକୁ କୌଣସି ଜିନିଷରେ ଆତ୍ମନିର୍ଭରଶୀଳ କରିପାରିନାହାନ୍ତି। ଆଳୁ, ମାଛ, ଦୁଗ୍ଧ ଆଦି କ୍ଷେତ୍ରରେ ଆମକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର ରହିବାକୁ ପଡ଼ୁଛି। ଯେତେଦିନ ପର୍ଯ୍ୟନ୍ତ ଓଡ଼ିଶା ଆତ୍ମନିର୍ଭରଶୀଳ ନହୋଇଛି ସେତେଦିନ ପର୍ଯ୍ୟନ୍ତ ଆମ ରାଜ୍ୟର ମୁଦ୍ରାସ୍ଫୀତି ଅଧିକ ରହିବ ବୋଲି ସେ କହିଛନ୍ତି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od