Sunday, February 23, 2025
Home ଆମ ଓଡ଼ିଶା ୬ ଚୋରୀ ଘଟଣାରେ ୫ ଅଭିଯୁକ୍ତ ଗିରଫ

୬ ଚୋରୀ ଘଟଣାରେ ୫ ଅଭିଯୁକ୍ତ ଗିରଫ

by
0 comment

ପାତ୍ରପୁର: ଜରଡା ଏବଂ ନୂଆଗାଁ ଥାନା ଅଂଚଳରେ ଗତ କିଛଦିନ ହେଲା ଦୋକାନ ଓ ବେଙ୍କେ ପଞ୍ଚାୟତ କାର୍ଯ୍ୟାଳୟର ତାଲା କାଟି ଚୋରି ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ଏହି ଚୋରି ଘଟଣାରେ ୫ ଜଣକୁ ଜରଡ଼ାଏବଂ କେ.ନୂଆଗାଁ ଥାନା ପୁଲିସ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତମାନେ ତୁମ୍ବା ଗ୍ରାମର ଦୁର୍ଗା ବାଘ ସିଂ, ବି.ସରଦାପୁରର ଚନ୍ଦନ ଦଳାଇ, କେ. ନୂଆଁଗାଁ ଥାନା ଅନ୍ତର୍ଗତ ଝଗଡ଼ା ଗ୍ରାମର ଅଲେଖ ନାଇକ ଓ ଚିଲାଡ଼ି ଗ୍ରାମର ବି. ଦୀପକ ଏବଂ ଜଣେ ନାବାଳକ ଥିବା ଜଣା ପଡିଛି।
ଗତ ୧୧ତାରିଖରେ ପାତ୍ରପୁର ମୁଖ୍ୟ ବସଷ୍ଟାଣ୍ଡରେ ଏକ ମୋବାଇଲ ଦୋକାନର ତାଲା କାଟି ଚୋରି ଉଦ୍ୟମ କରିଥିବା ବେଳେ ଗତ ୧୪ ତାରିଖ ରାତିରେ ପାତ୍ରପୁର ବଜାର ଏକ ସୁନା ଦୋକାନର ମଧ୍ୟ ତାଲା କାଟି ଚୋରି ଉଦ୍ୟମ ବିଫଳ ହୋଇଥିଲେ। ଏ ସମ୍ପର୍କରେ ଦୋକାନ ମାଲିକ ଜରଡ଼ା ଥାନାରେ ଅଭିଯୋଗ କରି ଥିଲେ। ।
ଏହି ଅଭିଯୋଗ ସହିତ ପୂର୍ବରୁ ହୋଇଥିବା ଚୋରି ଉଦ୍ୟମକୁ ଭିତ୍ତି କରି ଉଭୟ ଥାନା ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ଜରଡ଼ା ଥାନା ପୁଲିସ ଦୁଇ ଜଣକୁ ଏବଂ କେ.ନୂଆଗାଁ ତିନି ଜଣକୁ ଗିରଫ କରିବାରେ ସଫଳ ହୋଇଥିଲେ । ଗିରଫମାନଙ୍କ ଠାରୁ ଏକ ସ୍କୁଟି ଓ ତାଲା କାଟିବାରେ ବ୍ୟବହୃତ ଲୁହା କଟର, ଲାପଟପ୍, ସ୍କୁଟି ମିଟର, ସାଇକେଲ, ଏଲସିଡ଼ି ଟିଭି, ମନିଟର ଆଦି ପୁଲିସ ଜବତ କରିଛି ।
ଚୋରୀ ଗ୍ୟାଙ୍ଗର ଜଣେ ନାବାଳକକୁ ଜୁଭିନାଲ କୋର୍ଟକୁ ପଠାଇ ଥିବା ବେଳେ ଚାରି ଜଣକୁ ପୁଲିସ ଗିରଫ ପରେ ସମସ୍ତ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଗ୍ୟାଙ୍ଗ ବିଭିନ୍ନ ଥାନା ଅଞ୍ଚଳର ୬ଟି ଘଟଣାରେ ସଂପୃକ୍ତ ଥିବା ପୁଲିସ ପ୍ରକାଶ କରିଛି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od