Sunday, February 23, 2025
Home Latest ୪ ବର୍ଷ ଧରି ଫେରାର ଥିବା ଆତଙ୍କବାଦୀକୁ ଗିରଫ କଲା ଏନଆଇଏ

୪ ବର୍ଷ ଧରି ଫେରାର ଥିବା ଆତଙ୍କବାଦୀକୁ ଗିରଫ କଲା ଏନଆଇଏ

by
0 comment

୪ ବର୍ଷ ଧରି ଫେରାର ଥିବା ଆତଙ୍କବାଦୀକୁ ଗିରଫ କଲା ଏନଆଇଏ

ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ରବିବାର  ନାର୍କୋ-ଆତଙ୍କବାଦୀ ନେଟଓ୍ବର୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗତ  ୪ ବର୍ଷ ଧରି ଫେରାର ଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଏହି ଆତଙ୍କବାଦୀ ନାଁରେ ପୂର୍ବରୁ ଏନଆଇଏ ପୁରସ୍କାର ଘୋଷଣା କରିଥିଲା । ତା ନାଁ ହେଉଛି ସୟଦ ସଲିମ ଜାହାଙ୍ଗୀର ଆନ୍ଦ୍ରାବି ଓରଫ ସଲିମ ଆନ୍ଦ୍ରାବି ଓ ସେ ଜମ୍ମୁ-କଶ୍ମୀରର କୁପଓ୍ଵାରାର ବାସିନ୍ଦା । ଅଭିଯୁକ୍ତ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବା ଓ ହିଜବୁଲ ମୁଜାହିଦ୍ଦିନ (ଏଚ୍ଏମ୍) ସହ ଜଡ଼ିତ। ସେ ଜୁନ୍ ୨୦୨୦ରୁ ଫେରାର ଥିଲା।

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

ନାର୍କୋ ( ନିଶା ଚାଲାଣକାରୀ)-ଆତଙ୍କବାଦୀ ମେଣ୍ଟକୁ ଶେଷ କରିବା ଏବଂ ସୀମାପାର ଆତଙ୍କବାଦୀ ସଂଗଠନଗୁଡ଼ିକର ଭାରତରେ ସୃଷ୍ଟି ହୋଇଥିବା ଇକୋସିଷ୍ଟମକୁ ଧ୍ବଂସ କରିବା ପାଇଁ ଏନଆଇଏ ଚଳାଇଥିବା ଅଭିଯାନରେ ଏହି ଆତଙ୍କବାଦୀକୁ ଗିରଫ କରିବା ଏକ ବଡ଼ ସଫଳତା ।

୨୦୨୦ ଜୁନ୍ ୨୬ତାରିଖରେ ଏନଆଇଏ ସ୍ଥାନୀୟ ପୁଲିସଠାରୁ ଏହି ମାମଲାର ତଦନ୍ତ ଦାୟିତ୍ୱ ନେଇଥିଲା। ଜମ୍ମୁ-କଶ୍ମୀର ଏବଂ ଭାରତର ଅନ୍ୟାନ୍ୟ ସ୍ଥାନରେ ନିଶା ଦ୍ରବ୍ୟ କ୍ରୟ ଓ କ୍ରୟ ପାଇଁ ପାଣ୍ଠି ସଂଗ୍ରହ ପାଇଁ ସଲିମ ଆନ୍ଦ୍ରାବି ଏକ ଗଭୀର ଷଡ଼ଯନ୍ତ୍ରର ଅଂଶ ବିଶେଷ ବୋଲି ଅନୁସନ୍ଧାନ ବେଳେ ଜଣାପଡ଼ିଥିଲା। ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବା ଓ ହିଜବୁଲ ମୁଜାହିଦ୍ଦିନର ଆତଙ୍କବାଦୀଙ୍କ ସହଯୋଗରେ ଡ୍ରଗ୍ସ ଚୋରା ଚାଲାଣକାରୀମାନେ ଏହି ଷଡ଼ଯନ୍ତ୍ର କରିଥିଲେ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od