Saturday, February 1, 2025
Home Latest ୩ ଦିନ ରାଜ୍ୟରେ ବିକ୍ଷିପ୍ତ ବର୍ଷା, ପୁଣି ବଢ଼ିବ ତାତି

୩ ଦିନ ରାଜ୍ୟରେ ବିକ୍ଷିପ୍ତ ବର୍ଷା, ପୁଣି ବଢ଼ିବ ତାତି

by
0 comment

୩ ଦିନ ରାଜ୍ୟରେ ବିକ୍ଷିପ୍ତ ବର୍ଷା, ପୁଣି ବଢ଼ିବ ତାତି

ଭୁବନେଶ୍ବର: ଆଗାମୀ ୩ ଦିନ ଧରି ରାଜ୍ୟରେ ବିକ୍ଷିପ୍ତ ବର୍ଷା ଜାରି ରହିିବ। ୧୫ ଏବଂ ୧୬ ତାରିଖ ଉପକୂଳ ଓଡ଼ିଶା, ଦକ୍ଷିଣ ଆଭ୍ୟନ୍ତରୀଣ କିଛି ଜିଲ୍ଲା ମୟୂରଭଞ୍ଜ, କେଉଁଝର, ଢେଙ୍କାନାଳରେ ବିଜୁଳି ଘଡଘଡି ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହ ରାଜ୍ୟକୁ ପୁଣି ଫେରିବ ଗ୍ରୀଷ୍ମପ୍ରବାହ। ଏନେଇ ସୂଚନା ଦେଇଛନ୍ତି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି। ସେ କହିଛନ୍ତି,  ୧୮ ଏବଂ ୧୯ ତାରିଖରେ କିଛି ସ୍ଥାନରେ ଯେପରିକି ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଗ୍ରୀଷ୍ମପ୍ରବାହ ଦେଖିବାକୁ ମିଳିବ। ୧୮ ତାରିଖରେ ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା ,ନୂଆପଡ଼ା ଆଦି ସ୍ଥାନରେ ଗ୍ରୀଷ୍ମପ୍ରବାହ ରହିପାରେ। ୧୯ରେ ଏହି ଜିଲ୍ଲାଗୁଡ଼ିକ ସହ ବୌଦ୍ଧ ଏବଂ ସୋନପୁରରେ ଗ୍ରୀଷ୍ମପ୍ରବାହ ହେବାର ସମ୍ଭାବନା ରହିଛି। ଟୁଇନ୍ ସିଟି କଟକ ଓ ଭୁବନେଶ୍ବରରେ ତାପମାତ୍ରା ୩୭ରୁ ୩୮ ହେବାର ସମ୍ଭାବନା ଥିବା ବେଳେ ଅପରାହ୍ନରେ ବର୍ଷା ହୋଇପାରେ।

Sambad is now on WhatsApp

Join and get latest news updates delivered to you via WhatsApp

ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ଆହୁରି କହିଛନ୍ତି,୨ୟ ପର୍ଯ୍ୟାୟ ନିର୍ବାଚନରେ ରହିବ ଗ୍ରୀଷ୍ମ ପ୍ରବାହର ପ୍ରଭାବ। ନିର୍ବାଚନ ହେବାକୁ ଥିବା କିଛି ଜିଲ୍ଲାରେ ରହିବ ଗ୍ରୀଷ୍ମ ପ୍ରବାହ। ବଲାଙ୍ଗୀର, ବରଗଡ଼ ଆଦି ଜିଲ୍ଲାରେ ରହିପାରେ ଗ୍ରୀଷ୍ମ ଲହରୀ। ଏହି ଜାଗାରେ ତାପମାତ୍ରା ୪୦ ଡିଗ୍ରି କିମ୍ବା ତା ଠାରୁ ଅଧିକ ରହିପାରେ। ଏହା ସହ ଅପରାହ୍ନ ପରେ ବର୍ଷା ହେବା ନେଇ ମଧ୍ୟ ଆକଳନ କରାଯାଇଛି। ତେଣୁ ପିକ ଆୱାର୍ ପୂର୍ବରୁ ଭୋଟ ଦେବାକୁ ପରାମର୍ଶ ଦିଆଯାଇଛି। ଏହା ସହ ଦିନ ୧୧ଟାରୁ ରୁ ୩ଟା ଭିତରେ ଭୋଟ ଦେବାକୁ ଯାଉଥିଲେ ଛତା ,ପାଣି ବୋତଲ ଭଳି ଆବଶ୍ୟକ ଜିନିଷ ନେଇ ଯିବାକୁ ପରାମର୍ଶ ଦିଆଯାଇଛି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od