Wednesday, March 5, 2025
Home ଦେଶ- ବିଦେଶ ୨୦୨୭ ସୁଦ୍ଧା ୨୫ ହଜାରକୁ ବୃଦ୍ଧି ପାଇବ ଜନଔଷଧୀ କେନ୍ଦ୍ର

୨୦୨୭ ସୁଦ୍ଧା ୨୫ ହଜାରକୁ ବୃଦ୍ଧି ପାଇବ ଜନଔଷଧୀ କେନ୍ଦ୍ର

by
0 comment

ଡେସ୍କ: ନୀତି ଆୟୋଗ ସଦସ୍ୟ ଭିକେ ପଲ୍ କହିଛନ୍ତି ଯେ ଜନଔଷଧୀ କେନ୍ଦ୍ର ଗୁଡ଼ିକ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ସରକାର ଏକ ଅଭିଯାନ ଉପରେ କାର୍ଯ୍ୟ କରୁଛନ୍ତି। ଆଗାମୀ ଜନଔଷଧୀ ଦିବସ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ ଜନଔଷଧୀ କେନ୍ଦ୍ରଗୁଡ଼ିକରେ ପାଖାପାଖି ଦୁଇ ହଜାର ଔଷଧ ଓ ୩ ଶହ ଅସ୍ତ୍ରୋପଚାର ଉପକରଣ ଉପଲବ୍ଧ ରହିଛି। ଲୋକଙ୍କୁ ସୁଲଭ ମୂଲ୍ୟରେ ଉନ୍ନତମାନର ଔଷଧ ଯୋଗାଇବା ଏହି ଦୋକାନଗୁଡ଼ିକର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି। ଶ୍ରୀ ପଲ୍ କହିଛନ୍ତି ଯେ ଦେଶରେ ପ୍ରାୟ ୧୫ ହଜାର ଜନଔଷଧୀ କେନ୍ଦ୍ର ରହିଛି ଏବଂ ୨୦୨୭ ସୁଦ୍ଧା ଏହାକୁ ୨୫ ହଜାରକୁ ବୃଦ୍ଧି କରାଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଯୋଜନା ଆରମ୍ଭ ହେବା ପରଠାରୁ ଦେଶବାସୀ ତିରିଶ ହଜାର କୋଟି ଟଙ୍କା ସଞ୍ଚୟ କରିଛନ୍ତି।

ସେ କହିଛନ୍ତି, ଦେଶରେ ପାଖାପାଖି ୬ ହଜାର ଜନଔଷଧୀ କେନ୍ଦ୍ର ମହିଳାଙ୍କ ଦ୍ୱାରା ପରିଚାଳିତ ହେଉଛି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od