
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ କାନପୁର ଅଞ୍ଚଳର ବାଲ୍ ଗୋବିନ୍ଦ ୧୮ ବର୍ଷ ପୂର୍ବେ କାମଧନ୍ଦା ଅନ୍ବେଷଣରେ ମୁମ୍ବାଇ ଯାଇ ନିଖୋଜ ହୋଇଯାଇଥିଲେ। ଗଁାକୁ ଫେରିବା ପାଇଁ ସେ ଏକ ଭୁଲ୍ ଟ୍ରେନ୍ ଧରି ଜୟପୁରରେ ପହଞ୍ଚତ୍ଥିଲେ। ଦୀର୍ଘ ବର୍ଷ ପରେ ଇଷ୍ଟାଗ୍ରାମ୍ରେ ଏକ ରିଲ୍ରୁ ଭଙ୍ଗାଦାନ୍ତ ଦେଖି ବାଲ୍ ଗୋବିନ୍ଦଙ୍କୁ ତାଙ୍କ ଭଉଣୀ ଚିହ୍ନିପାରିଥିଲେ। ଏହା ପରେ ସେମାନଙ୍କ ମଧ୍ୟରେ ଯୋଗାଯୋଗ ହୋଇଥିଲା। ୧୮ ବର୍ଷ ପରେ ବାଲ୍ ଗୋବିନ୍ଦ କାନପୁରରେ ପହଞ୍ଚତ୍ ଭଉଣୀକୁ ଭେଟିଛନ୍ତି। ହଜିଲା ଭାଇକୁ ପାଇ ଭଉଣୀ କାନ୍ଦିପକାଇଥିଲେ। ଏହି ସମୟରେ ସେଠାରେ ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା। କାନପୁରର ହାତୀପୁର ଗ୍ରାମରେ ରହୁଥିବା ରାଜକୁମାରୀ ଇନ୍ଷ୍ଟାଗ୍ରାମରେ ରିଲ୍ ଦେଖୁଥିବାବେଳେ ଏକ ପରିଚିତ ମୁହଁ ଦେଖି ବିସ୍ମିତ ହୋଇଯାଇଥିଲେ। ଭିଡିଓରେ ଥିବା ଉକ୍ତ ଯୁବକଙ୍କ ଦାନ୍ତ ଭାଙ୍ଗିଯାଇଥିଲା। ରାଜକୁମାରୀଙ୍କ ଆଖି ସାମ୍ନାରେ ତାଙ୍କ ଭାଇଙ୍କ ମୁହଁ ଦିଶିଯାଇଥିଲା। ପିଲାଦିନେ ତାଙ୍କ ଭାଇଙ୍କ ଦାନ୍ତ ଭାଙ୍ଗିଥିଲା ବେଳେ ସେ ଠିକ୍ ଏହିପରି ଦେଖାଯାଉଥିଲେ। ତେଣୁ ଭିଡିଓରେ ଥିବା ଯୁବକ ତାଙ୍କ ଭାଇ ଭିନ୍ନ ଅନ୍ୟ କେହି ନୁହେଁ ବୋଲି ରାଜକୁମାରୀ ନିଶ୍ଚିତ ହୋଇଥିଲେ। ମୁମ୍ବାଇରେ ଅନ୍ୟ ସାଙ୍ଗମାନଙ୍କଠାରୁ ଅଲଗା ହୋଇଯିବା ପରେ ସେମାନଙ୍କ ସହ ଆଉ ଯୋଗାଯୋଗ ହୋଇ ନ ଥିଲା। ସେମାନେ ଗାଁକୁ ଫେରିଥିବାବେଳେ ବାଲ୍ ଗୋବିନ୍ଦ ଆଉ ଫେରିପାରି ନ ଥିଲେ। କିଛି ମାସ ପରେ ଅସୁସ୍ଥ ହୋଇପଡ଼ିବାରୁ ସେ ଟ୍ରେନ୍ରେ ଗାଁକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ଟ୍ରେନ୍ ତାଙ୍କୁ କାନପୁର ପରିବର୍ତ୍ତେ ଜୟପୁର ନେଇଯାଇଥିଲା। ସେଠାର ରେଳଷ୍ଟେଶନରେ ସେ ଜଣେ ଲୋକଙ୍କୁ ଭେଟିଥିଲେ, ଯିଏ ତାଙ୍କୁ ଏକ ଫ୍ୟାକ୍ଟ୍ରିରେ କାମ ଦେଇଥିଲେ। ଜୟପୁରରେ ରହି ସେ ଈଶ୍ୱର ଦେବୀ ନାମ୍ନୀ ଯୁବତୀଙ୍କୁ ବିବାହ କରିଥିଲେ ଓ ତାଙ୍କର ୨ଟି ସନ୍ତାନ ଅଛନ୍ତି। ଅନେକ କିଛି ବଦଳିଥିବାବେଳେ ବାଲ୍ ଗୋବିନ୍ଦଙ୍କ ଭଙ୍ଗା ଦାନ୍ତ ବଦଳି ନ ଥିଲା।

ରେକର୍ଡ ପରିମାଣର ଜିଏସ୍ଟି ସଂଗ୍ରହ
ନୂଆଦିଲ୍ଲୀ,୨।୪ (ଅଭୟ ଦାଶ): ଚଳିତ ଆର୍ଥିକ ବର୍ଷର ଶେଷ ମାସରେ ରେକର୍ଡ ପରିମାଣର ସାମଗ୍ରୀ ଏବଂ ସେବା ଟିକସ (ଗୁଡ୍ସ ଆଣ୍ଡ ସର୍ଭିସ ଟ୍ୟାକ୍ସ ବା ଜିଏସ୍ଟି)…

ଜେ.କେ.ମହାନ୍ତିଙ୍କୁ ସମ୍ମାନଜନକ ଡକ୍ଟରେଟ୍
ଭୁବନେଶ୍ୱର,୨୧।୮: ରାଜ୍ୟର ଜଣାଶୁଣା ଶିଳ୍ପପତି ତଥା ସ୍ବସ୍ତି ଗ୍ରୁପ୍ର ସିଏମ୍ଡି ଜେ.କେ.ମହାନ୍ତିଙ୍କୁ ଶନିବାର ସମ୍ମାନଜନକ ଡକ୍ଟରେଟ୍ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, କିଟ୍ ଡିମ୍ଡ ବିଶ୍ୱବିଦ୍ୟାଳୟର ୧୯ ତମ…

ପ୍ଲାଷ୍ଟୋର ନୂତନ ଉତ୍ପାଦ ଉନ୍ମୋଚିତ
ନୂଆଦିଲ୍ଲୀ,୨।୬: ଦେଶର ପ୍ରମୁଖ ପ୍ଲାଷ୍ଟିକ ସାମଗ୍ରୀ ଉତ୍ପାନକାରୀ ବ୍ରାଣ୍ଡ୍ ପ୍ଲାଷ୍ଟୋର ନୂତନ ଉତ୍ପାଦ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି ଦେଶର ପ୍ରଥମ ଉତ୍ପାଦନକାରୀ ବ୍ରାଣ୍ଡ୍ ଭାବେ…

ରେଳପଥର ବିକାଶ ପାଇଁ ୩୨୦ କୋଟି
ଭୁବନେଶ୍ୱର,୨୪।୨(ବ୍ୟୁରୋ): ରାଜ୍ୟରେ ରେଳ ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ବଜେଟରେ ୩୨୦ ଟଙ୍କାର ବ୍ୟୟବରାଦ କରିଛନ୍ତି। ଖୋର୍ଦ୍ଧାରୋଡ-ବଲାଙ୍ଗୀର, ଜୟପୁର- ନବରଙ୍ଗପୁର, ଜୟପୁର-ମାଲକାନଗିରି, ବରଗଡ-ନୂଆପଡା ଏହି…