Sunday, February 23, 2025
Home Latest ହେମପୁର ସଂରକ୍ଷିତ ଜଙ୍ଗଲରେ ଲାଗିଲା ୧୦ହଜାର ଚାରା: କାର୍ଯ୍ୟକ୍ରମର ଉଦଘାଟନ କଲେ ବିଧାୟକ, ଡିଏଫ୍‌ଓ

ହେମପୁର ସଂରକ୍ଷିତ ଜଙ୍ଗଲରେ ଲାଗିଲା ୧୦ହଜାର ଚାରା: କାର୍ଯ୍ୟକ୍ରମର ଉଦଘାଟନ କଲେ ବିଧାୟକ, ଡିଏଫ୍‌ଓ

by
0 comment

ହେମପୁର ସଂରକ୍ଷିତ ଜଙ୍ଗଲରେ ଲାଗିଲା ୧୦ହଜାର ଚାରା: କାର୍ଯ୍ୟକ୍ରମର ଉଦଘାଟନ କଲେ ବିଧାୟକ, ଡିଏଫ୍‌ଓ

ବେତନଟୀସଦର: ୭୫ତମ ବନମହୋତ୍ସବ ଅବସରରେ ମୟୂରଭଂଜ ଜିଲ୍ଲା ବେତନଟୀ ରେଞ୍ଜ ବୈଶିଙ୍ଗା ସେକ୍ସନ ଅଧୀନ ହରିପୁର ଗ୍ରାମ ଉପକଣ୍ଠ ହେମପୁର ସଂରକ୍ଷିତ ଜଙ୍ଗଲରେ ରବିବାର ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ସନାତନ ବିଜୁଳି ଓ ବାରିପଦା ବନଖଣ୍ଡ ଅଧିକାରୀ ଅନୂଜୁରେ ଉମା ମହେଶ ଯୋଗଦେଇ ବୃକ୍ଷରୋପଣ କରିବା ସହିତ ବ୍ୟାପକ ବନୀକରଣ ସାଙ୍ଗକୁ ଏହାର ରକ୍ଷଣାବେକ୍ଷଣକୁ ନେଇ ସାମୁହିକ ଶପଥପାଠ କରାଯାଇଥିଲା। ବନପାଳ ପ୍ରଶାନ୍ତ ସିଂସାମନ୍ତଙ୍କ ପରିଚାଳନାରେ ଆୟୋଜିତ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥିଭାବେ ମାନ୍ୟବର ବିଧାୟକ ସନାତନ ବିଜୁଳି ମଞ୍ଚାସୀନ ଥିବାବେଳେ ଡିଏଫଓ ଅମୂଜରେ ଉମା ମହେଶ ଅଧ୍ୟକ୍ଷତା କରିଥିଲେ। ରେଞ୍ଜର ମନୁୱର ଖାଁ ସଂଯୋଜନା ଦାୟୀତ୍ବ ତୁଲାଇଥିବା ବେଳେ ବ୍ୟାପକ ବନୀକରଣ ସାଙ୍ଗକୁ ଏହାର ରକ୍ଷଣାବେକ୍ଷ ଉପରେ ଗୁରୁତ୍ବାରୋପ କରାଯାଇଥିଲା ।

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

ଜଳବାୟୁ ପରିବର୍ତ୍ତନ ସମସ୍ୟା ଓ ଏଥ‌ିରେ ଆସିଥିବା ଅସନ୍ତୁଳତା ତଥା ଅସ୍ଥିରତା ସାମ୍ପ୍ରଭିକ ସମାଜରେ ସମଗ୍ର ବିଶ୍ବସମୁଦାୟ ପାଇଁ ଏକ ବଡ ଆହ୍ବାନ ହୋଇ ଉଭା ହୋଇଛି। ପୃଥ‌ିବୀରେ ଜୀବଜଗତର ସତ୍ତାକୁ ବଜାୟ ରଖିବାକୁ ହେଲେ ବ୍ୟାପକ ବନୀକରଣ ସାଙ୍ଗକୁ ଏହାର ରକ୍ଷଣାବେକ୍ଷଣ ହିଁ ଏକମାତ୍ର ବଳିଷ୍ଠ ମାଧ୍ୟମ ବୋଲି
ମତପ୍ରକାଶ ପାଇଥିଲା । ସୂଚନା ଯୋଗ୍ୟ ଏହି ସ୍ଥାନରେ ବିଭିନ୍ନ କିସମର ମୋଟ ୧୦ହଜାର ଚାରା ଗଛ ଲଗାଯିବାର ବ୍ୟବସ୍ଥା କରାଯାଇଛି।

ଆଜିର ଏହି କାର୍ଯ୍ୟକ୍ରମରେ ଓଡିଶା ଅଣଗେଜେଟେଡ୍ ବନସେବା ସଂଘର ରାଜ୍ୟ ସଭାପତି ଖଗେଶ୍ଵର ସେଠୀ, ବନପାଳ ସୁଶାନ୍ତ ବାଗ୍, ଅବିନାଶ ଗିରି, ଅନୀଲ ମହାନ୍ତ, ଅର୍ପିତା ଦେବାଙ୍ଗନା, ବିକାଶ ଭୂଜବଳ, ମଳୟ ଦାସଙ୍କ ସମେତ ସଂଘର ବହୁ କାର୍ଯ୍ୟକର୍ତ୍ତା ଓ ସଦସ୍ୟ/ସଦସ୍ୟାଗଣ ସାମିଲଥଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସାମ୍ବାଦିକଙ୍କ ସମେତ ଅଞ୍ଚଳର ବିଶିଷ୍ଟ ସମାଜସେବୀ ବିଜୟ ପଣ୍ଡା, ଭାସ୍କର ମହାନ୍ତ, ମିଥୁନ ମହାନ୍ତି, ଅନୀଲ ସାହୁ, ମୃତ୍ୟୁଞ୍ଜୟ ପଣ୍ଡା, ଶାନ୍ତନୁ ପଣ୍ଡା, ମୋହନ ମହାନ୍ତ ପ୍ରମୁଖ ଉପସ୍ଥିତ ରହିଥିଲେ । ପରିଚାଳନାରେ ରେଞ୍ଜ କାର୍ଯ୍ୟାଳୟର କର୍ମଚାରୀମାନେ ସକ୍ରିୟ ଦାୟୀତ୍ଵ ସମ୍ପାଦନ କରିଥିଲେ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od