Sunday, February 23, 2025
Home ଆମ ଓଡ଼ିଶା ହେଭିୱେଟଙ୍କ ନାମାଙ୍କନ

ହେଭିୱେଟଙ୍କ ନାମାଙ୍କନ

by
0 comment

ଭୁବନେଶ୍ୱର : ରାଜ୍ୟରେ ଗୁରୁବାର ହେଭିୱେଟ୍ ନେତା ନାମାଙ୍କନ ଦାଖଲ କରିଛନ୍ତି। ବିଜେଡିର ମନ୍ମଥ ରାଉତରାୟ, ବିଜେପିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ବିରାଟ ଶୋଭାଯାତ୍ରାରେ ନିଜର ହଜାର ହଜାର ସମର୍ଥକଙ୍କ ସହ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଦାଖଲ କରିଛନ୍ତି।

ହଜାର ହଜାର ସମର୍ଥକ ଓ ଲୋକଙ୍କ ଗହଣରେ ବିଜେଡିର ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ ନାମାଙ୍କନ ଦାଖଲ କରିଛନ୍ତି। ବଡଦାଣ୍ଡରେ ଗୋଟି ପୁଅ ନୃତ୍ୟ ସହ ବିରାଟ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନାମାଙ୍କନ ଦାଖଲ କରିଛନ୍ତି।

ନିଆରା ଢଙ୍ଗରେ ବିଜେଡିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ ନାମାଙ୍କନ ଦାଖଲ କରିଛନ୍ତି। ହଜାର ହଜାର ସମର୍ଥକଙ୍କ ସହ ଖୋର୍ଦ୍ଧାରେ ପହଞ୍ଚି ବୀର ପାଇକ ନୃତ୍ୟ ସହ ପାରମ୍ପରିକ ନାଚ ଗୀତରେ ଶୋଭାଯାତ୍ରାରେ ନାମାଙ୍କନ ଦାଖଲ କରିଥିଲେ। ସକାଳେ ଗାଡି କିମ୍ବା ଅନ୍ୟ କୌଣସି ଆକର୍ଷଣୀୟ ଶୋଭାଯାତ୍ରା ନୁହେଁ ବରଂ ଯୁବକଙ୍କ ସହ ଦୌଡି ଦୌଡି ଅଭିଯାନ ଆରମ୍ଭ କରିଥିଲେ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od