Monday, February 24, 2025
Home ଆମ ଓଡ଼ିଶା ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତରେ ଶୁଲୁଡି ଗ୍ରାମର କମଳ ମୁଟିକା

ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତରେ ଶୁଲୁଡି ଗ୍ରାମର କମଳ ମୁଟିକା

by
0 comment

ଗୁଣପୁର :  ଆଦିବାସୀ ଅଧ୍ୟୁଷିତ ମାଓ ପ୍ରବଣ ଜିଲା ଭାବରେ ପରିଚିତ ରାୟଗଡା। ଦିନ ଥିଲା ଦୁର୍ଗମ ଅଞ୍ଚଳ ଗୁଡିକରେ ସରକାରୀ ଅଧିକାରୀମାନେ ଭୟରେ ଗ୍ରାମଗୁଡିକରେ ପାଦ ପକାଉନଥିଲେ। ରାମନାଗୁଡ଼ା ବ୍ଲକ୍ ଗଗୁପାଡୁ ପଞ୍ଚୟତର ଅନେକ ଗ୍ରାମ ରହିଛି ଯେଉଁଠି ମାଓବାଦୀ ମାନଙ୍କ ସକ୍ରିୟ ଭୁମିକା ରହୁଥିଲା। ଏହି ଅଞ୍ଚଳରେ ଯିଏ ଦିନେ ମାଓବାଦୀର ପରିଚୟ ନେଇ ଜେଲ ଦଣ୍ଡ ଭୋଗିଥିଲା ଆଜି ସିଏ ସମାଜର ମୁଖ୍ୟ ସ୍ରୋତରେ ଜଡିତ। ଆମେ କହୁଛୁ ଶୁଲୁଡିଗ୍ରାମର  କମଳ ମୁଟିକାଙ୍କ କଥା। ବର୍ତମାନ ସେ ପଞ୍ଚାୟତ ପ୍ରତିନିଧି ରୁପେ ଦୁଇ ଥର ନିର୍ବାଚିତ ହୋଇ ଲୋକଙ୍କ ସେବାରେ ଲାଗିପଡିଛନ୍ତି।

ରାୟଗଡା ଜିଲା ରାମନାଗୁଡ଼ା ବ୍ଲକରେ ରହିଛି ଗଗୁପାଡୁ ପଞ୍ଚାୟତ। ଏହି ପଞ୍ଚାୟତର ଅଧିକାଂଶ ଗ୍ରାମ ଦୁର୍ଗମ ଅଞ୍ଚଳ ରୂପେ ପରିଚିତ। ଏହି ପଞ୍ଚୟତରେ ଶୁଲୁଡି ଗ୍ରାମ ରହିଛି। ପୁର୍ବରୁ ଏହି ଗ୍ରାମାଞ୍ଚଳ ଗୁଡିକରେ ମାଓବାଦୀମାନଙ୍କ ବସା ରହିଥିଲା। ଏଠାରେ ବିକାଶ ପହଞ୍ଚି ପାରୁନଥିଲା। ୨୦୦୨ ମସିହାରେ କମଳ ମୁଟିକାଙ୍କ ମା ଜିଲାପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ସେହି ସମୟରେ ମାଓବାଦୀମାନେ ବିଭିନ୍ନ କାମକୁ ନେଇ ଗ୍ରାମବାସୀମାନଙ୍କ ମଧ୍ୟରେ ଚାପ ପକାଉଥିଲେ। ମାଓବାଦୀ ଓ ସରକାରୀ ବାବୁଙ୍କ କମଳ ମୁଟିକାଙ୍କୁ ମଧ୍ୟସ୍ତି  ହେବାକୁ ପଡୁଥିଲା। ଶେଷରେ କମଳ ମୁଟିକା ମାଓବାଦୀଙ୍କୁ ସମର୍ଥନ କରି ମାଓ କାର୍ଯ୍ୟକଳାପରେ ଯୋଗଦାନ କରିଥିଲେ। କମଳ ମୁଟିକାଙ୍କ ନିଜଘର ପାଲକି ଡାଙ୍ଗ ରହିଥିବାବେଳେ ସେ ପିଲାବେଳଠୁ ତାଙ୍କ ଅଜାଘରେ ଶୁଲୁଡି ଗ୍ରାମରେ ରହିଆସୁଥିଲେ। ପରବର୍ତ୍ତୀ ମୂହୁର୍ତ୍ତରେ ଆନ୍ଧ୍ରର ଗୁମାଲକ୍ଷ୍ମୀପୁର ଓ କୃପମ ଥାନା ପୁଲିସ୍ ତାଙ୍କୁ ଓଡିଶାର ଗୁଣୁପୁର ଶୁଲୁଡି  ଅଞ୍ଚଳରୁ ୨୦୦୬- ୦୭ ରେ ଗିରଫ କରି ନେଇଥିଲେ। ବବଲି କୋର୍ଟରେ ପୁଲିସ୍ ତାଙ୍କୁ ହସ୍ତାନ୍ତର କରିଥିଲା। ଏହାପରେ ବିଶାଖାପାଟଣା ସେଣ୍ଟ୍ରାଲ୍ ଜେଲରେ କଛି ଦିନ ଧରି ରହିବାକୁ ପଡିଥିଲା। ମାମଲାର ବିଚାରଣ ପରେ କମଳ ମୁଟିକା ଖଲାସ ହୋଇ ସମାଜର ମୁଖ୍ୟ ସ୍ରୋତକୁ ଫେରିଛନ୍ତି।

ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବା ସହ ସେ ୨୦୦୯ ପଞ୍ଚାୟତ ନିର୍ବାଚନରେ ଯୋଗଦାନ କରି ଗୋଗୁପାଡୁ ପଞ୍ଚାୟତର ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇପାରିଥିଲେ। ଏହାପରେ ୨୦୧୯ ମସିହାରେ ପୁଣି କୁମ୍ଭାରଢାମୁଣି ପଞ୍ଚାୟତରେ ସମିତିସଭ୍ୟ ନିର୍ବାଚିତ ହୋଇ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଆସୁଛନ୍ତି। ମାଓ ହିଂସା ଛାଡି ସମଜର ମୁଖ୍ୟ ସ୍ରୋତକୁ ଫେରି ପଞ୍ଚାୟତ ପ୍ରତିନିଧି ରୂପେ ଦୁଇ ଦୁଇ ଥର ବାଜିମାତ୍ କରି ଲୋକଙ୍କ ସେବା କରି ଜନତାଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି। ଗ୍ରାମରେ ରାସ୍ତା ଘାଟ ଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ଅଞ୍ଚଳର ବିକାଶ ଦିଗରେ ଧ୍ୟାନ ଦେଇ ସଫଳ କାମ କରି ବେଶ୍ ପ୍ରଶଂସା ସାଉଁଟିବା ସହ ଅପରାଧିମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି କମଳ ମୁଟିକା।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od