Tuesday, March 4, 2025
Home Home Left ହାଇୱା ଧକ୍କାରେ ମହିଳା ଗୁରୁତର

ହାଇୱା ଧକ୍କାରେ ମହିଳା ଗୁରୁତର

by
0 comment

ହାଇୱା ଧକ୍କାରେ ମହିଳା ଗୁରୁତର

କୋକସରା,୩ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଡ଼ହଗାଁ ପଞ୍ଚାୟତ ଡ଼ହଗାଁର କୁମାରମଣି ନାଏକଙ୍କ ସ୍ତ୍ରୀ ଗୀତା ନାଏକ (୫୨) ଦୀର୍ଘବର୍ଷ ହେବେ ମାନସିକ ଅନଗ୍ରସର ଅବସ୍ଥାରେ ଗାଁରେ ବୁଲାବୁଲି କରୁଥିଲେ। ସୋମବାର ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଏକ ହାଇୱା ତାଙ୍କୁ ଧକ୍କା ଦେବାରୁ ସେ ଗୁରୁତର ହୋଇପଡିଥିଲେ। ତାଙ୍କୁ କୋକସରା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ମନ୍ଦିରରୁ ଚୋରି

ଲାଞ୍ଜିଗଡ଼,୩ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ହରେକୃଷ୍ଣପୁର ଗାଁର ଆରାଧ୍ୟ ଭୈରବ ମନ୍ଦିରରୁ ଚୋରି ହୋଇଥିବା ନେଇ ଗ୍ରାମବାସୀ ଥାନାର ଦ୍ୱାରସ୍ଥ…

ଦୁର୍ଘଟଣାରେ ବନରକ୍ଷୀ ଗୁରୁତର

ଭଞ୍ଜନଗର,୩ା୩(ବାବୁଲା ପ୍ରଧାନ): ଭଞ୍ଜନଗର ଦକ୍ଷିଣ ଘୁମୁସର ବନଖଣ୍ଡରେ କାର୍ଯ୍ୟରତ ବନରକ୍ଷୀ ସୁରେନ୍ଦ୍ର ନାୟକ ସୋମବାର ରାତିରେ ସ୍ଥାନୀୟ କୋର୍ଟ ସମ୍ମୁଖରେ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି। ତାଙ୍କୁ…

ସୁନା,ଟଙ୍କା ଥିବା ବ୍ୟାଗ ଅଟୋରେ ଛାଡ଼ି ଓହ୍ଲାଇ ପଡ଼ିଥିଲେ ଯାତ୍ରୀ ପରେ

ଗଞ୍ଜାମ,୩ା୩(ବିଦ୍ୟାଧର ସାହୁ): ସୋମବାର ପୂର୍ବାହ୍ନରେ ଜଣେ ଯାତ୍ରୀ ଏକ ଅଟୋରେ ନିଜ ବ୍ୟାଗ ଛାଡ଼ି ଓହ୍ଲାଇ ପଡ଼ିଥିଲେ। ବ୍ୟାଗକୁ ନେଇ ଅଟୋ ବାଲା ରୁଷିଆ ତରାଇ…

ଦିଗପହଣ୍ଡି ପଞ୍ଚାୟତ ସମିତି ବୈଠକ ଏମପି ଓ ବିଧାୟକଙ୍କ ଯୋଗଦାନ, ବିକଶିତ ଗାଁ ଓ ବିକଶିତ ଓଡ଼ିଶା ଯୋଜନାକୁ ଗୁରୁତ୍ୱ

ଦିଗପହଣ୍ଡି,୩ା୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ପଞ୍ଚାୟତ ସମିତି ବୈଠକ ସୋମବାର ବ୍ଲକ୍‌ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ପଞ୍ଚବାର୍ଷିକ ଯୋଜନାରେ ଗ୍ରାମାଞ୍ଚଳର ବିକାଶକୁ ସୁଦୃଢ କରିବା…

ସତ୍ୟବାଦୀ ପଞ୍ଚାୟତ ସମିତି ବୈଠକରେ ବିଜେଡି-ଭାଜପା ମୁହାଁମୁହିଁ

ସାକ୍ଷୀଗୋପାଳ,୩।୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସତ୍ୟବାଦୀ ପଞ୍ଚାୟତ ସମିତିର ସପ୍ତମ ଅଧିବେଶନ ସୋମବାର ଅନୁଷ୍ଠିତ ହୋଇଥିଲା। ଆରମ୍ଭରୁ ସମିତି ଅଧ୍ୟକ୍ଷ ସୁନିଲ ପଣ୍ଡା ବୈଠକ ସଭାପତିତ୍ୱ…

କାଠ ବ୍ୟବସାୟୀଙ୍କ ଠାରୁ ଟଙ୍କା ମାଗିବା ପଡିଲା ମହଙ୍ଗା, ନିଲମ୍ବିତ ହେଲେ ମହିଳା ଫରେଷ୍ଟର

କେନ୍ଦୁଝର,୩।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ କାଠ ବ୍ୟବସାୟୀଙ୍କ ଠାରୁ ୬ ହଜାର ଟଙ୍କା ମାଗିବା ଘଟଣାରେ ବନ ବିଭାଗ ସୋମବାର ମହିଳା ଫରେଷ୍ଟର ସୁନୀତା ବାଗେଲଙ୍କୁ…

ଜନ୍ମ ମୃତ୍ୟୁ ପଞ୍ଜିକରଣ ବିଭାଗରେ ଝୁଲୁଛି ତାଲା, ଲୋକେ ହନ୍ତସନ୍ତ

ଥୁଆମୂଳ ରାମପୁର,୩।୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଲୋକଙ୍କୁ ମିଳୁନାହିଁ ଜନ୍ମମୃତ୍ୟୁ ପ୍ରମାଣପତ୍ର । ବ୍ଲକର…

ଦିଗପହଣ୍ଡିରେ ନୂତନ ତହସିଲଦାରଙ୍କ ଦାୟିତ୍ୱ ଗ୍ରହଣ 

ଦିଗପହଣ୍ଡି,୩ା୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ତହସିଲଦାର ଭାବେ ସନ୍ତୋଷ କୁମାର ସାହୁ ସୋମବାର ଅପରାହ୍ନରେ ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡ଼ିଛି । ପୂର୍ବରୁ ଏଠାରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

Model This Week

ପିଲାଙ୍କ ଧରିତ୍ରୀ

Why Dharitri

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od