ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ସ୍ଵତନ୍ତ୍ର ସଚେତନତା କର୍ମଶାଳା
ପାଟଣା : ପାଟଣା ବ୍ଲକ ଅଞ୍ଚଳର ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଋଣ ପଞ୍ଚାୟତ କର୍ମକର୍ତ୍ତାମାନଙ୍କୁ ନେଇ ବ୍ୟାଙ୍କ ଋଣ ସ୍ଵତନ୍ତ୍ର ସଚେତନତା କର୍ମଶାଳା ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ବିଡିଓ ମାନସ କୁମାର ଦଣ୍ଡପାଟଙ୍କ ସଭାପତିତ୍ବରେ ଅନୁଷ୍ଠିତ କର୍ମଶାଳାରେ ସିଡିପିଓ କଳ୍ପନା ଦୋରା, ମିଶନ ଶକ୍ତି ବ୍ଲକ ପ୍ରକଳ୍ପ ସଂଯୋଜକ ଯଜ୍ଞବଳକ ନାୟକ, ବିପିଏ ବିଜୟ କୁମାର ସାହୁ, ଓଡ଼ିଆ ଜୀବିକା ମିଶନ ବ୍ଲକ ପ୍ରକଳ୍ପ ସଂଯୋଜିକା ସୁସ୍ମିତା ସାହୁ, ବ୍ଲକ ସ୍ତରୀୟ ମହିଳା ମହାସଂଘ ସମ୍ପାଦିକା ବିନ୍ଦୁ ମହାନ୍ତ ପ୍ରମୁଖଙ୍କ ସହ ବ୍ୟାଙ୍କ ମିତ୍ରମାନେ କାର୍ଯ୍ୟକ୍ରମରେ ସାମିଲ ଥିଲେ। ବ୍ୟାଙ୍କ ଋଣ ସମ୍ବନ୍ଧୀୟ ଆଲୋଚନା, ପରାମର୍ଶ ଓ ସମସ୍ୟା ସମ୍ପର୍କରେ ମତାମତ ପରାମର୍ଶ ଆଦାନ ପ୍ରଦାନ କରାଯାଇଥିଲା।