Sunday, February 23, 2025
Home Home ସ୍ବାସ୍ଥ୍ୟ, ପାନୀୟ ଜଳ ସମସ୍ୟା ନେଇ ଉଦ୍‌ବେଗ

ସ୍ବାସ୍ଥ୍ୟ, ପାନୀୟ ଜଳ ସମସ୍ୟା ନେଇ ଉଦ୍‌ବେଗ

by
0 comment

ଦିଗପହଣ୍ଡି,୨୩ା୬(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରର ସ୍ବାସ୍ଥ୍ୟ ଓ ପାନୀୟ ଜଳ ସମସ୍ୟା ପ୍ରତି ଦୃଷ୍ଟି ଦିଆଯିବ ବୋଲି ଦିଗପହଣ୍ଡିର ନବନିର୍ବାଚିତ ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ପ୍ରକାଶ କରିଛନ୍ତି। ଦିଗପହଣ୍ଡି ଏନଏସିର ୧୪ତମ ପରିବର୍ଦ୍ଧିତ କାଉନସିଲ ସଭା ଶୁକ୍ରବାର ଏନ୍‌ଏସି ସମ୍ମିଳନୀ କକ୍ଷରେ ନଗରପାଳ ପ୍ରଫୁଲ୍ଲ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଧାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର କର୍ଣ୍ଣ, ଉପାଧ୍ୟକ୍ଷା କେ. ପୂଜା ମଞ୍ଚାସୀନ ଥିଲେ। ପ୍ରଥମେ ବିଧାୟକଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ସେ ମଧୁବାବୁ ପେନସନ ଯୋଜନାରେ ୨୦ ଜଣ ହିତାଧିକାରୀଙ୍କୁ ନୂତନ ଭତ୍ତା ବଣ୍ଟନ କରିଥିଲେ। ସଭା ଆରମ୍ଭରେ ନଗରପାଳ ଦିଗପହଣ୍ଡି ସହରର ଉତ୍କଟ ପାନୀୟ ଜଳ ସମସ୍ୟା ଉପରେ ସୂଚନା ଦେଇ କହିଲେ ଯେ ବର୍ଷା ଅଭାବରୁ ଘୋଡାହାଡ ନଦୀ ଶୁଖିଯିବାରୁ ଚଳିତବର୍ଷ ଦିଗପହଣ୍ଡି ସହରକୁ ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଏଣୁ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଦୃଷ୍ଟିରୁ ଦିଗପହଣ୍ଡିରେ ଆଉ ଏକ ନୂଆ ଓଭରହେଡ ଟ୍ୟାଙ୍କ ନିର୍ମାଣ କରିବାକୁ ପଦକ୍ଷେପ ନେବା ପାଇଁ ବିଧାୟକଙ୍କୁ ଅନୁରୋଧ କରିଥିଲେ। ଅପରପକ୍ଷରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ଡାକ୍ତର, ବିଶେଷଜ୍ଞ ପଦବୀ ଦୀର୍ଘବର୍ଷ ହେଲା ଖାଲିପଡ଼ିଛି। ସ୍ବାସ୍ଥ୍ୟ କେନ୍ଦ୍ରରେ ୫ ଜଣ ବିଶେଷଜ୍ଞ ଏବଂ ୫ ଜଣ ଡାକ୍ତର ରହିବା କଥା। କିନ୍ତୁ ଅବସ୍ଥାପିତ ୫ ଜଣ ଡାକ୍ତର ପାଳି କରି ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଡ୍ରେନେଜ ଅଭାବରୁ ସାମାନ୍ୟ ବର୍ଷା ହେଲେ ପୁଞ୍ଜିକୟଁା ଛକ ମୁଖ୍ୟ ରାସ୍ତାରେ ପାଣି ଜମି ରହୁଥିବାରୁ ଲୋକେ ରାସ୍ତାରେ ଚଳାଚଳରେ ଘୋର ଅସୁବିଧା ଭୋଗୁଛନ୍ତି। ତେଣୁ ତୁରନ୍ତ ବର୍ଷାଜଳ ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା କରାଯିବାକୁ ଜାତୀୟ ରାଜପଥ ପ୍ରାଧୀକରଣ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସେ ବିଧାୟକଙ୍କୁ ନିବେଦନ କରିଥିଲେ। ଶେଷରେ ବିଧାୟକ ଦିଗପହଣ୍ଡି ସହରର ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟ ଓ ବିଭିନ୍ନ ସମସ୍ୟାର ଅତିଶୀଘ୍ର ସମାଧାନ କରାଯିବ। ଏନେଇ ତୁରନ୍ତ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇ କାର୍ଯ୍ୟାରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କାଉନସିଲର ଦୀପକ କୁମାର ମିଶ୍ର, ସୁଶାନ୍ତ କୁମାର ପାତ୍ର, କରିଶ୍ମା ନାୟକ, ସୁନୀଲ କୁମାର ପଣ୍ଡା, ଇଂ. ଗାୟତ୍ରୀ, ସନ୍ତୋସିନୀ ବେହେରା ଓ ଜ୍ୟୋତ୍ସ୍ନା ଜେନାଙ୍କ ସମେତ ଏନ୍‌ଏସି ମୁଖ୍ୟ କିରାଣୀ ରାଜକିଶୋର ରଥ, ଶଶୀଭୂଷଣ ଦତ୍ତ, ସନ୍ତୋଷ କୁମାର ପାଢ଼ୀଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ପରେ ବିଧାୟକ ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟକୁ ଯାଇ ବିଡ଼ିଓ ଡ. ଚିତ୍ତରଞ୍ଜନ ଦାସ ଓ ତହସିଲଦାର ଅନୀତା ସାହୁଙ୍କ ସହିତ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଦିଗପହଣ୍ଡି ବ୍ଲକର ପୂର୍ବତନ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ, ପୂର୍ବତନ ସରପଞ୍ଚ କେ. ହରିବନ୍ଧୁ ରେଡ୍ଡୀଙ୍କ ସମେତ ବିଭିନ୍ନ ପଞ୍ଚାୟତର ଭାଜପା କାର୍ଯ୍ୟକର୍ତ୍ତାମାନେ ବିଧାୟକଙ୍କୁ ସାକ୍ଷାତ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।

୨ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଚିକିଟି,୨୩ା୬ (ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅନୁପସ୍ଥିତ ୨ ଡାକ୍ତରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ବିଧାୟକଙ୍କ ଅଭିଯୋଗ ପରେ ଜିଲା…

ଗଜ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୁଷୋତ୍ତମପୁର,୨୨ା୬(ସିମାଞ୍ଚଳ ମିଶ୍ର): ପୁରୁଷୋତ୍ତମପୁରରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଶନିବାର ମହାସମାରୋହରେ ପାଳିତ ହୋଇଯାଇଛି। ରଥସାହି ଜଗନ୍ନାଥ ମନ୍ଦିରରେ ସେବାୟତମାନେ ଶ୍ରୀଜିଉଙ୍କୁ ରତ୍ନବେଦିରୁ ଆଣି ସ୍ନାନବେଦିରେ ବିଜେ…

ଘର ଭିତରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ

ଖଲ୍ଲିକୋଟ,୨୨ା୬(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ସିଙ୍ଗଡ଼ାପଲ୍ଲୀ ଗ୍ରାମରେ ଏକ ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ଖଲ୍ଲିକୋଟ…

ଯୋଗ ଶରୀରକୁ ନିରୋଗ ରଖେ: ମନ୍ତ୍ରୀ

ଗୋପାଳପୁର,୨୧ା୬(ନବୀନ ରାଜ ଆଚାରୀ): ଶୁକ୍ରବାର ସାରା ବିଶ୍ୱରେ ପାଳିତ ହେଉଛି ୧୦ତମ ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ପରିପ୍ରେକ୍ଷୀରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର କନିସି ହାଟ…

‘ଉତ୍ତମ ଶରୀର ଗଠନରେ ଯୋଗ ମାଧ୍ୟମ’

ଗଞ୍ଜାମ,୨୧ା୬(ବିଦ୍ୟାଧର ସାହୁ): ସାରା ବିଶ୍ୱରେ ଆଜିର ଦିନରେ ଯୋଗ ଦିବସ ପାଳନ ହେଉଥିବା ବେଳେ ଗଞ୍ଜାମ ସହର ତହସିଲ କାର୍ଯ୍ୟାଳୟସ୍ଥିତ ଇଣ୍ଡୋର ଷ୍ଟାଡିଅମଠାରେ ଯୋଗ ଦିବସ…

Advertisement

ଧରିତ୍ରୀ କାର୍ଟୁନ

Model This Week

ପିଲାଙ୍କ ଧରିତ୍ରୀ

Why Dharitri

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od