Sunday, February 23, 2025
Home Home ସ୍ନାନବେଦିରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଦାରୁଦିଅଁ

ସ୍ନାନବେଦିରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଦାରୁଦିଅଁ

by
0 comment

ପୁରୀ,୨୨।୬: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଶନିବାର ଦାରୁଦିଅଁ ଶ୍ରୀମନ୍ଦିର ରତ୍ନବେଦି ଛାଡ଼ି ସ୍ନାନବେଦିରେ ବିଜେ କରିଛନ୍ତି। ପ୍ରଥମେ ବଡ଼ଠାକୁର ଶ୍ରୀ ବଳଭଦ୍ର ରତ୍ନବେଦୀ ଛାଡ଼ି ଧାଡି ପହଣ୍ଡିରେ ଆସି ସ୍ନାନ ମଣ୍ଡପରେ ପହଞ୍ଚି ଥିଲେ। ପରେ ମା’ ସୁଭଦ୍ରା ପହଣ୍ଡିରେ ଆସି ସ୍ନାନ ମଣ୍ଡପରେ ପହଞ୍ଚି ଥିଲେ। ଶେଷରେ କାଳିଆସାଆନ୍ତ ରତ୍ନବେଦୀ ଛାଡ଼ି ଧାଡି ପହଣ୍ଡିରେ ହଲି ହଲି ସ୍ନାନବେଦୀରେ ପହଞ୍ଚି ଥିଲେ। ସ୍ନାନବେଦିରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଦାରୁଦିଅଁ। କାଳିଆଙ୍କ ଶ୍ରୀମୁଖ ଟିକେ ଦେଖିବାକୁ ଭକ୍ତ ବିଭୋର ହୋଇ ପଡିଛନ୍ତି।

ବର୍ତ୍ତମାନ ଦାରୁ ଦିଅଁଙ୍କ ସ୍ପତନ୍ତ୍ର ନୀତି ଆରମ୍ଭ ହୋଇଯାଇଛି। ଚତୁର୍ଦ୍ଧାବିଗ୍ରହ ୧୦୮ ଗରା ସୁବାସିତ ଜଳରେ ସ୍ନାନବେଦିରେ ସ୍ନାନ କରିବେ। ପରେ ଭକ୍ତଙ୍କୁ ଦୁର୍ଲଭ ହାତୀବେଶରେ ଦର୍ଶନ ଦେବେ।

ତେଣୁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ସମାଗମ ହେବାରେ ଲାଗିଲାଣି। ଶନିବାର ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବା ନେଇ ଆକଳନ କରାଯାଇଛି। ସ୍ନାନଯାତ୍ରାକୁ ଶୃଙ୍ଖଳିତ କରିବା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ମାର୍କେଟଛକ ଠାରୁ ବ୍ୟାରିକେଡ୍‌ ବ୍ୟବସ୍ଥା ହୋଇଛି।

ଭକ୍ତମାନେ ଏହି ବ୍ୟାରିକେଡ୍‌ ଓ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିସାରି ଅନ୍ୟ ତିନିଦ୍ୱାର ଦେଇ ପ୍ରସ୍ଥାନ କରିବେ। ସେହିପରି ଆଇନ ଶୃଙ୍ଖଳା, ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିିସ ଫୋର୍ସ ସହ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି।

ସବୁ ଜିଲାକୁ ଛୁଇଁଲା ମୌସୁମୀ

ଭୁବନେଶ୍ୱର,୨୨ା୬ (ଅସମାପିକା ସାହୁ): ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହୋଇଛି। ଶୁକ୍ରବାର ସୁଦ୍ଧା ସବୁ ଜିଲାକୁ ମୌସୁମୀ ଛୁଇଁବା ପରେ ଅଧିକାଂଶ ଅଞ୍ଚଳରେ ବର୍ଷା…

ରତ୍ନବେଦୀ ଛାଡ଼ି ସ୍ନାନ ବେଦୀରେ ମହାପ୍ରଭୁ

ପୁରୀ,୨୨।୬: ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ଦିବ୍ୟ ସ୍ନାନ ଯାତ୍ରା। ନୀତିକାନ୍ତି ପରେ ଭୋର୍‌ ୫ଟାରୁ ଆରମ୍ଭ ହୋଇଥିଲା ଧାଡି ପହଣ୍ଡି। ପ୍ରଥମେ ବଡ଼ଠାକୁର ଶ୍ରୀ ବଳଭଦ୍ର ରତ୍ନବେଦୀ…

ମହାପ୍ରଭୁଙ୍କ ଆଦ୍ୟଲୀଳା

ମହାପ୍ରଭୁ ଶ୍ରୀଜଗନ୍ନାଥ। ଓଡ଼ିଆଙ୍କ ଆରାଧ୍ୟ ଦେବତା। ତାଙ୍କର ସମସ୍ତ ନୀତିକାନ୍ତି ମୂଳରେ ରହିଛି ଜଗତମଙ୍ଗଳ। ତେବେ ଏହି ନୀତିକାନ୍ତି ମଧ୍ୟରୁ ଅନ୍ୟତମ ସ୍ନାନ ଉତ୍ସବ। ଜ୍ୟେଷ୍ଠ…

କୋଟିଏ ଟଙ୍କା ଲୋଭରେ ନିଜକୁ ଅପହରଣ

ଟଙ୍କା ଲୋଭରେ ନିଜକୁ ଅପହରଣ କରିବାକୁ ବି ପଛାଇ ନାହାନ୍ତି ଜଣେ ମହିଳା। ସ୍ବାମୀ ପରିତ୍ୟକ୍ତା ସ୍ମୃତିରେଖା ପାଣି ବେଙ୍ଗାଲୁରୁରେ ରହୁଥିବା ନିଜ ଟ୍ରେଡର ଭାଇଙ୍କଠାରୁ…

Advertisement

ଧରିତ୍ରୀ କାର୍ଟୁନ

Model This Week

ପିଲାଙ୍କ ଧରିତ୍ରୀ

Why Dharitri

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od