Sunday, February 23, 2025
Home ଆମ ଓଡ଼ିଶା ସେବା ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ରାଷ୍ଟ୍ରନାୟକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ

ସେବା ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ରାଷ୍ଟ୍ରନାୟକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ

by
0 comment

ରେଙ୍ଗାଲି: ଶତାୟୁ ଖବରକାଗଜ ଦୈନିକ ‘ସମାଜ’ର ପ୍ରତିଷ୍ଠାତା ସେବା ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ରାଷ୍ଟ୍ରନାୟକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧୋତ୍ସବ ଆଛି ସମ୍ବଲପୁର ଜିଲାର ରେଙ୍ଗାଲି ସ୍ଥିତ ନୂଆ ରମ୍ପେଲା ସରକାରୀ ଉଚ୍ଚ ବିଦ୍ୟାଳୟର ସଭାମଣ୍ଡପ ରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉତ୍କଳମଣିଙ୍କ ସ୍ମୃତିରେ  ତିଳ ତର୍ପଣ, ବୃକ୍ଷ ଚାରାରୋପଣ ଏବଂ ଶ୍ରାଦ୍ଧସଭାର ଆୟୋଜନ କରାଯାଇଥିଲା। ଗୋପବନ୍ଧୁଙ୍କ ନୀତି ଆଦର୍ଶ ନିଃସ୍ବାର୍ଥପର ଜନସେବା, ସମାଜ ଓ ଶିକ୍ଷା ସଂସ୍କାର,  ଦେଶ ଗଠନରେ ତାଙ୍କର ଭୂମିକା, ସ୍ବାଧୀନତା ସଂଗ୍ରାମରେ ଅବଦାନ ଆଦି ବହୁମୁଖୀ ପ୍ରତିଭାର ସ୍ମୃତିଚାରଣ କରି ତାଙ୍କର ଆଦର୍ଶ ସମସ୍ତଙ୍କ ପାଇଁ ପ୍ରେରଣା ଦାୟକ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଯୁବପିଢି ବିଶେଷତଃ ଛାତ୍ର ଛାତ୍ରୀ ଉତ୍ତମ ଶିକ୍ଷା ଗ୍ରହଣ କରି ଗୋପବନ୍ଧୁଙ୍କ ଭଲି ସୁଖ୍ୟାତି ଅର୍ଜନ କରିବାକୁ ଆହ୍ବାନ ଦେଇ ଥିଲେ।

ସମାଜ ପରିଚାଳନା ମଣ୍ଡଳୀର ଆହ୍ବାନ କ୍ରମେ  ରେଙ୍ଗାଲି ର ସ୍ବାଧିନ ଏକତା ସଙ୍ଗଠନ ଓ ରେଙ୍ଗାଲି ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଆୟୋଜିତ ଏହି ଶ୍ରାଦ୍ଧ ସଭା  ରେ  ସଭାପତିତ୍ବ କରିଥିଲେ ଏବଂ ସ୍ବାଧିନ ଏକତା ସଙ୍ଗଠନର ସଭାପତି ରାଜୀବ କୁମାର ମିଶ୍ର କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ।  ରେଙ୍ଗାଲି ତହସିଲଦାର ସଦାକର କୁମ୍ଭାର ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିବା ବେଳେ ରେଙ୍ଗାଲି ବନାଞ୍ଚଳ ଅଧିକାରୀ ସୁଜାତା  ପଟେଲ ସମ୍ମାନିତ ଅତିଥି ଏବଂ ଶିକ୍ଷାବିତ୍ ବସନ୍ତ କୁମାର ନାଏକ , ବରିଷ୍ଠ ନାଗରିକ ପରିଷଦ ର ସମ୍ପାଦକ ଅନ୍ତର୍ଯ୍ୟାମୀ ପାଣି, ରେଙ୍ଗାଲିବ୍ଲକ ସମାଜ ପ୍ରତିନିଧି ହରିହର ନାଥ ବକ୍ତା ରୁପେ ଯୋଗଦେଇଥିଲେ।

ବରିଷ୍ଠ ସାମ୍ବାଦିକ ଦୁର୍ଗାଶଙ୍କର ବାଗ, ଯୁବ ବୈଜ୍ଞାନିକ ଆଶିଷ ମାହାଣା, ସମାଜ ସେବୀ ଶ୍ରୀପତି ଷଣ୍ଢ, ଯୋଗଗୁରୁ ରଞ୍ଜନ ସାହୁ, ବରିଷ୍ଠ ଶିକ୍ଷକ କୃପାସିନ୍ଧୁ ପଧାନ, ଗ୍ରାମ୍ୟ ବିକାଶ ସଙ୍ଗଠନ ର ପରିଚାଳକ ରଜନୀକାନ୍ତ ପ୍ରଧାନ, ଏମବିକେ ଅନିତା ବେହେରା, ଅମର ବାରିକ, ହରିଶ ସା,ଦେବରାଜ ଭୋଇ ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗୋପବନ୍ଧୁଙ୍କ ପ୍ରତିଛବିରେ ମାଲ୍ୟାର୍ପଣ ଓ ପୂଜା ଅର୍ଚ୍ଚନା କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।ସ୍ବାଧିନ ଏକତା ସଙ୍ଗଠନ ର ବରିଷ୍ଠ କର୍ମକର୍ତ୍ତା ସରୋଜ ବିଶୋଇ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଏବଂ ଶିକ୍ଷୟିତ୍ରୀ ଶୁଭଲକ୍ଷ୍ମୀ ସେନାପତି ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।

ଶ୍ରାଦ୍ଧ ସଭା ଶେଷରେ  ହାଇସ୍କୁଲ ପରିସର ରେ ଉତ୍କଳମଣି ଙ୍କ ସ୍ମୃତି ରେ ବୃକ୍ଷ ଚାରାରୋପଣ କରାଯାଇଥିଲା। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟ ରେ ରେଙ୍ଗାଲି ରାମସାଗର ବନ୍ଧ ରେ ସଞ୍ଜୀବ କୁମାର ମିଶ୍ରଙ୍କ ପୌରହିତ୍ୟରେ ତିଳ ତର୍ପଣ କରାଯାଇ ଉତ୍କଳମଣିଙ୍କୁ ଶ୍ରଦ୍ଧାର୍ଘ୍ୟ ଅର୍ପଣ କରାଯାଇଥିଲା । କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ନୁଆ ରମ୍ପେଲା ହାଇସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ତଥା ସ୍ବାଧିନ ଏକତା ସଙ୍ଗଠନ ଓ ବରିଷ୍ଠ ନାଗରିକ ପରିଷଦର ସମସ୍ତ କର୍ମକର୍ତ୍ତା ଏବଂ ସଭ୍ଯ ସହଯୋଗ କରିଥିଲେ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od