Wednesday, February 19, 2025
Home ଅପରାଧ ସିଦ୍ଦିକୀ ହତ୍ୟା ମାମଲାର ୪ର୍ଥ ଅଭିଯୁକ୍ତ ଚିହ୍ନଟ

ସିଦ୍ଦିକୀ ହତ୍ୟା ମାମଲାର ୪ର୍ଥ ଅଭିଯୁକ୍ତ ଚିହ୍ନଟ

by
0 comment

ସମାଜ ଡିଜିଟାଲ ଡେସ୍କ: ମୁମ୍ବାଇରେ ଏନସିପି ନେତା ତଥା ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକୀ ହତ୍ୟା ମାମଲାର ୪ର୍ଥ ଅଭିଯୁକ୍ତକୁ ଚିହ୍ନଟ କରିଛି ପୁଲିସ। ଅଭିଯୁକ୍ତ ଜଣକ ହେଉଛି ମହମ୍ମଦ ଜଶୀନ ଅଖତର। ସେ ପଟିଆଲା ଜେଲରେ ଥିବାବେଳେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହିତ ସମ୍ପର୍କରେ ଆସିଥିଲା। ପଞ୍ଜାବର ଜଳନ୍ଧରରେ ତା’ ଘର। ଗତ ଜୁନ ୭ରେ ଜାମିନ ପାଇ ସେ ଜେଲରୁ ବାହାରକୁ ଆସିଥିଲା। ପୁଲିସ ଅଭିଯୁକ୍ତମାନଙ୍କୁ ଧରିବା ଲାଗି ୧୦ଟି ଟିମ ଗଠନ କରିଛି। ବର୍ତ୍ତମାନ ସୁଦ୍ଧା ୨ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେମାନେ ହେଲେ ଗୁରମେଲ ସିଂହ ଏବଂ ଧର୍ମରାଜ କଶ୍ୟପ। ଜଶୀନ ସହିତ ଅନ୍ୟ ଅଭିଯୁକ୍ତ ଏବେ ସୁଦ୍ଧା ଫେରାର ଅଛନ୍ତି। ସେମାନଙ୍କୁ ଧରିବା ଲାଗି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଚଳାଇଛି। ଧର୍ମରାଜ କଶ୍ୟପ ନିଜକୁ ନାବାଳକ କହୁଥିବାରୁ ତା’ର ବୟସ ଜାଣିବା ଲାଗି ବୋନ୍‌ ଓସିଫିକେସନ ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି। କୋର୍ଟ ଏହି ପରୀକ୍ଷା ପାଇଁ ଅନୁମତି ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ଶନିବାର ବିଳମ୍ବିତ ରାତିରେ ବାନ୍ଦ୍ରାସ୍ଥିତ କାର୍ଯ୍ୟାଳୟ ବାହାରେ ବାବା ସିଦ୍ଦିକୀଙ୍କୁ ହତ୍ୟା କରାଯାଇଥିଲା। ୪ ଅଭିଯୁକ୍ତ ଅଟୋରେ ଆସି ବାବାଙ୍କୁ ୬ ରାଉଣ୍ଡ ଗୁଳିମାଡ଼ କରିଥିଲେ। ସେଥିରୁ ୩ଟି ଗୁଳି ବାବାଙ୍କ ଶରୀରରେ ବାଜିଥିଲା।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od