Thursday, February 20, 2025
Thursday, February 20, 2025
Home ଆମ ଓଡ଼ିଶା ସାବିତ୍ରୀ ବ୍ରତ ପାଳିତ

ସାବିତ୍ରୀ ବ୍ରତ ପାଳିତ

by
0 comment

Mo BAPa campaign

ଚାରିଛକ  : ସାବିତ୍ରୀବ୍ରତ ହେଉଛି ହିନ୍ଦୁ ମାନଙ୍କ ଏକ ମୁଖ୍ୟ ପର୍ବ। ପୁରାଣ ଶାସ୍ତ୍ର ଅନୁସାରେ ମହାସତୀ ସାବିତ୍ରୀ ନିଜ ମୃତ ସ୍ୱାମୀଙ୍କୁ ଏହି ବ୍ରତ ଉପାସନା କରି ଯମରାଜ ଙ୍କ ନିକଟରୁ ଜୀବିତ କରି ଫେରାଇ ଆଣିଥିଲେ। ପୁରାଣର ସେହି ସ୍ମୃତିକୁ ବଜାୟ ରଖିବା ପାଇଁ ଭାରତ ବର୍ଷ ରେ ଏହି ସାବିତ୍ରୀ ବ୍ରତ କୁ ପାଳନ କରାଯାଇଥାଏ।

ଏହି ପର୍ବ ସାଧାରଣତଃ ହିନ୍ଦୁ ସମ୍ପ୍ରଦାୟ ର ସଧବା ନାରୀମାନେ ପାଳନ କରିଥାନ୍ତି। ନିର୍ଜଳ ଉପବାସ ସହିତ ନିଜ ସ୍ୱାମୀ ର ଦୀର୍ଘାୟୁ କାମନା କରି ସଧବା ନାରୀ ମାନେ ଏହି ପର୍ବ ପାଳନ କରିଥାନ୍ତି। ଫଳ,ମୂଳ, ଶଙ୍ଖା ଚୁଡ଼ି, ସିନ୍ଦୁର, ଶାଢ଼ୀ ନେଇ ସଧବା ନାରୀ ମାନେ ଏହି ପୂଜା କରିଥାନ୍ତି। କାହିଁ କେଉଁ ଆବାହନ କାଳରୁ ଏହି ପରମ୍ପରା ଲାଗିରହିଛି।

ହରଭଙ୍ଗା ବ୍ଲକର ବିଭିନ୍ନ ଜାଗାରେ ମଧ୍ୟ ଏହି ପର୍ବ ପାଳିତ ହୋଇଯାଇଛି। ମହିଳା ମାନେ ଫଳମୂଳ, ଶଙ୍ଖା, ସିନ୍ଦୁର, ନୂଆବସ୍ତ୍ର ଧରି ପୂଜା କରୁଥିବାର ଦେଖିବାକୁ ମିଳିଥିଲା।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od