Wednesday, February 19, 2025
Home ଆମ ଓଡ଼ିଶା ସରିଲା ପ୍ରଚାର, ଭୋଟରଙ୍କୁ ମନାଇବା ପାଇଁ ନେତାଙ୍କ ଅନ୍ଧାରିବିଜେ

ସରିଲା ପ୍ରଚାର, ଭୋଟରଙ୍କୁ ମନାଇବା ପାଇଁ ନେତାଙ୍କ ଅନ୍ଧାରିବିଜେ

by
0 comment

କେନ୍ଦୁଝରଗଡ଼: ଆସନ୍ତା ୨୫ ତାରିଖ ଅନୁଷ୍ଠିତ ହେବାକୁଥିବା ଜିଲାର ଏକମାତ୍ର ଲୋକସଭା ଓ ୬ ବିଧାନସଭା ଆସନ ପାଇଁ ଗୁରୁବାର ପ୍ରାର୍ଥୀଙ୍କ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ଆଦର୍ଶ ଆଚରଣ ବିଧି ଅନୁଯାୟୀ ନିର୍ବାଚନର ୪୮ଘଣ୍ଟା ପୂର୍ବରୁ ପ୍ରଚାର କାର୍ଯ୍ୟ ଶେଷ ହେବା ନିୟମ ଥିବାବେଳେ ପ୍ରାର୍ଥୀ ନିଜ ସପକ୍ଷରେ ଭୋଟ ହାତେଇବା ପାଇଁ ଗୁରୁବାର ଓ ଶୁକ୍ରବାର ରାତିରେ ଭୋଟରଙ୍କୁ ମନାଇବା ପାଇଁ ସମସ୍ତ ରାଜନୈତିକ ଦଳର ନେତାମାନେ ଅନ୍ଧାରିବିଜେକୁ ଗୁରୁତ୍ବ ଦେଇଛନ୍ତି।

ଆଧୁନିକ ଯୁଗରେ ପ୍ରାର୍ଥୀ ଓ ତାଙ୍କ ସମର୍ଥକ ମୋବାଇଲ ଯୋଗେ ଘରେ ବସି ଏହି ଛାୟା ପ୍ରଚାରକୁ ନିୟନ୍ତ୍ରଣ କରୁଥିବା ବେଳେ ଭୋଟର ମଧ୍ୟ ଅନ୍ଧାରି ବିଜେକୁ ଚାତକ ପରି ଚାହିଁ ରହିଛନ୍ତି। ବିଶେଷକରି ବହୁଚର୍ଚ୍ଚିତ ଚମ୍ପୁଆ ବିଧାନସଭା ଆସନର ବିଜେଡି ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ ନିଜ ସପକ୍ଷରେ ଭୋଟ ହାତେଇବା ପାଇଁ ଛାୟାପ୍ରଚାରକୁ ଭୋଟର ରାତି ଅନିଦ୍ରା ହୋଇ ଚାତକ ପରି ଚାହିଁ ରହିଛନ୍ତି। ଚଳିତଥର ଜିଲାର ସମସ୍ତ ୬ ବିଧାନସଭା ଆସନ ମଧ୍ୟରୁ ଘସିପୁରା ବିଧାନସଭା ଆସନରେ ବିଜେଡି ଓ ସ୍ୱାଧିନ ପ୍ରାର୍ଥୀଙ୍କ ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦିତା ହେବାକୁ ଯାଉଥିବା ବେଳେ ଅନ୍ୟ ସମସ୍ତ ୫ ବିଧାନସଭା ଆସନରେ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ତ୍ରିକୋଣୀୟ ମୁକାବିଲା ହେବାକୁ ଯାଉଛି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od