Friday, February 28, 2025
Friday, February 28, 2025
Home ଦେଶ- ବିଦେଶ ସରିଲାଣି ମହାକୁମ୍ଭ, ତଥାପି ସରୁନି ବୁଡ଼: ଆଜି ବି ବୁଡ଼ ପକାଇବାକୁ ଚାଲିଛନ୍ତି ଶ୍ରଦ୍ଧାଳୁ

ସରିଲାଣି ମହାକୁମ୍ଭ, ତଥାପି ସରୁନି ବୁଡ଼: ଆଜି ବି ବୁଡ଼ ପକାଇବାକୁ ଚାଲିଛନ୍ତି ଶ୍ରଦ୍ଧାଳୁ

by
0 comment

ପ୍ରୟାଗରାଜ: ସରିଲାଣି ମହାକୁମ୍ଭ, ତଥାପି ସରୁନି ବୁଡ଼ । ଗତକାଲି ମହାଶିବରାତ୍ରିରେ ମହାକୁମ୍ଭ ଶେଷ ହୋଇଥିବା ବେଳେ ଆଜି ବି ତ୍ରିବେଣୀ ସଙ୍ଗମରେ ବୁଡ଼ ଜାରି ରହିଛି । ଅନେକ ଶ୍ରଦ୍ଧାଳୁ ସଙ୍ଗମ ଘାଟରେ ସ୍ନାନ କରୁଥିବା ଦେଖିବାକୁ ମିଳିଛି ।

ଯଦିଓ ପ୍ରୟାଗରାଜରେ ଭିଡ କିଛିଟା କମିଛି ମାତ୍ର ବୁଡ ଜାରି ରହିଛି । ଯେଉଁମାନେ ଏଯାଏଁ ପ୍ରୟାଗରାଜ ଛାଡି ନାହାନ୍ତି ସେମାନେ ଆଉ ଥରେ ଥରେ ବୁଡ ପକାଇବାର ସୁଯୋଗ ହାତ ଛଡା କରୁନଥିବା ସୂଚନା ମିଳିଛି । ତେବେ ଆଗାମୀ ସୋମବାର ଯାଏଁ ବୁଡ ଏମିତି ଅଳ୍ପ ମାତ୍ରାରେ ହେଲେ ବି ଜାରି ରହିବ । କାରଣ ପୁଣି ଏକ ରବିବାର ନିକଟରେ ପଡୁଥିବାରୁ ଯେଉଁମାନେ ଭିଡ ଯୋଗୁ ମହାକୁମ୍ଭ ଯାଇ ପାରିନାହାନ୍ତି ସେମାନେ ଫାଙ୍କା ସମୟରେ ଯିବାକୁ ପସନ୍ଦ କରିବେ । 

— ANI (@ANI) February 27, 2025

ସେପଟେ ଟେଣ୍ଟ ଧିରେ ଧିରେ ଖୋଲା ଚାଲିଲାଣି । ଆଉ ଦୁଇ ତିନି ଦିନ ଭିତରେ ଗଙ୍ଗା ନଦୀର ପଠା ଧିରେଧିରେ ଫାଙ୍କା ପଡିଯିବ । ପ୍ରୟାଗରାଜରେ ଭିଡ ଏଥର ସବୁଠାରୁ ଅଧିକ ହୋଇଥିଲା । ତେବେ ମହାଶିବରାତ୍ରୀରେ ଅନ୍ତିମ ଅମୃତ ସ୍ନାନ ସହ ଶେଷ ହୋଇଛି ପୂର୍ଣ୍ଣ ମହାକୁମ୍ଭ । ଶେଷ ଦିନରେ ସଙ୍ଗମ ସ୍ଥଳରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା । ମହାଶିବରାତ୍ରି ଥିବାରୁ ପ୍ରାୟ ୨ କୋଟି ଶ୍ରଦ୍ଧାଳୁ ଗତକାଲି ବୁଡ଼ ପକାଇଛନ୍ତି । ତେବେ ୪୫ ଦିନରେ ୬୬ କୋଟିରୁ ଅଧିକ ବୁଡ ପକାଇଥିବା ସୂଚନା ମିଳିଛି । 

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od