Monday, February 24, 2025
Home Home Left ସରକାରଙ୍କ ବଡ଼ ଘୋଷଣା, କମିବ ପେଟ୍ରୋଲ ଦର, ଓଡ଼ିଶାର ଏହିସବୁ ଅଞ୍ଚଳକୁ ମିଳିବ ଲାଭ…

ସରକାରଙ୍କ ବଡ଼ ଘୋଷଣା, କମିବ ପେଟ୍ରୋଲ ଦର, ଓଡ଼ିଶାର ଏହିସବୁ ଅଞ୍ଚଳକୁ ମିଳିବ ଲାଭ…

by
0 comment

ନୂଆଦିଲ୍ଲୀ,୨୯।୧୦: କମିବ ପେଟ୍ରୋଲ ଓ ଡିଜେଲ ଦର। ଆଜି ଧନତେରାସରେ କେନ୍ଦ୍ର ସରକାର ନେଇଛନ୍ତି ଏହି ବଡ଼ ନିଷ୍ପତ୍ତି। ତେବେ ଏଥିରୁ ଲାଭ ପାଇବେ ତୈଳ ଡିପୋରୁ ଦୂରଦୂରାନ୍ତରେ ଥିବା ସ୍ଥାନର ଉପଭୋକ୍ତା। ଏନେଇ ଏକ୍ସ’ରେ ସୂଚନା ଦେଇଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ।

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଓଡ଼ିଶାର ୯ଟି ସ୍ଥାନରେ ଉପକୃତ ହେବେ ଉପଭୋକ୍ତା। ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲାବାସୀଙ୍କୁ ମିଳିବ ଲାଭ। କୁନନପାଲିରେ ପେଟ୍ରୋଲ ୪ ଟଙ୍କା ୬୯ ପଇସା ଓ ଡିଜେଲ ୪ ଟଙ୍କା ୪୫ ପଇସା ହ୍ରାସ ପାଇବ। କାଲିମେଳାରେ ପେଟ୍ରୋଲ ୪ ଟଙ୍କା ୫୫ ପଇସା ଓ ଡିଜେଲ ୪ଟଙ୍କା ୩୨ ପଇସା ହ୍ରାସ ପାଇବ।

ଗନ୍ଧିପାଲିରେ ପେଟ୍ରୋଲ ୪ ଟଙ୍କା ୧୯ ପଇସା ଓ ଡିଜେଲ ୩ ଟଙ୍କା ୯୭ ପଇସା, ନନ୍ଦପୁରରେ ପେଟ୍ରୋଲ ୩ ଟଙ୍କା ୭୧ ପଇସା ଓ ଡିଜେଲ ୩ ଟଙ୍କା ୫୨ ପଇସା ହ୍ରାସ ପାଇବ। ମାଳିପୁଟରେ ପେଟ୍ରୋଲ ୩ ଟଙ୍କା ୬୬ ପଇସା, ଡିଜେଲ ୩ ଟଙ୍କା ୪୭ ପଇସା ହ୍ରାସ ପାଇବାକୁ ଥିବା ବେଳେ ରାମଗିରିରେ ପେଟ୍ରୋଲ ୩ ଟଙ୍କା ୬୦ ପଇସା ଓ ଡିଜେଲ ୩ ଟଙ୍କା ୪୦ପଇସା, ବ ପେଟ୍ରୋଲ ୩ ଟଙ୍କା ୫୨ ପଇସା ଓ ଡିଜେଲ ୩ ଟଙ୍କା ୩୩ ପଇସା,ରାଇଘରରେ ପେଟ୍ରୋଲ ୩ ଟଙ୍କା ୪୧ ପଇସା ଓ ଡିଜେଲ ୩ଟଙ୍କା ୨୨ ପଇସା ଏବଂ ଝରିଗାଁରେ ପେଟ୍ରୋଲ ୩ ଟଙ୍କା ୨୫ ପଇସା ଓ ଡିଜେଲ ୩ ଟଙ୍କା ୦୮ ପଇସା ହ୍ରାସ ପାଇବ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od