Wednesday, February 19, 2025
Wednesday, February 19, 2025
Home Latest ସମ୍ପର୍କ ରଖିବା ପରେ ଧର୍ମ ପରିବର୍ତ୍ତନ ପାଇଁ ଜବରଦସ୍ତି, ରାଜଧାନୀରେ ଲଭ ଜିହାଦ୍‌

ସମ୍ପର୍କ ରଖିବା ପରେ ଧର୍ମ ପରିବର୍ତ୍ତନ ପାଇଁ ଜବରଦସ୍ତି, ରାଜଧାନୀରେ ଲଭ ଜିହାଦ୍‌

by
0 comment

ଭୁବନେଶ୍ୱର: ଭୁବନେଶ୍ବରରେ ଲଭ ଜିହାଦ୍‌ । ରାଜଧାନୀରେ ଯୁବତୀଙ୍କୁ ଟ୍ରାପରେ ପକାଇ ଟଙ୍କା ଲୁଟିନେଲା ଜମ୍ମୁ-କାଶ୍ମୀରର ଯୁବକ । ଓଡ଼ିଆ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କଲା ଅଭିଯୁକ୍ତ । ମୋବାଇଲରେ ସୁଟ୍ କରି ଯୁବତୀ ଓ ତାଙ୍କ ପରିବାରକୁ ବ୍ଲାକମେଲ୍ କରିବା ସହ ଟଙ୍କା ମାଗିଲା । କେବଳ ସେତିକି ନୁହେଁ ଯୁବତୀଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ବି ଚାପ ପକାଉଥିଲା ଅଭିଯୁକ୍ତ ଜଣଙ୍କ । ଏପରିକି ଯୁବତୀଙ୍କ ବାପା, ମାଆଙ୍କୁ ଝିଅର ଭିଡିଓ ପଠାଇ ୫ ଲକ୍ଷରୁ ଅଧିକ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି ।

ଜମ୍ମୁ-କାଶ୍ମୀର ସମୀର ମନସୁର ନାମକ ବ୍ୟକ୍ତି ବିରୋଧରେ ଏଭଳି ସାଂଘାତିକ୍ ଅଭିଯୋଗ ହେବା ପରେ ତାଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ବାର୍ଡ । ସମୀର ମନସୁରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଧାରା ୧୬୧ରେ ପୀଡିତାଙ୍କ ବୟାନ ରେକର୍ଡ କରି ପୋଲିସ ଘଟଣାର ତଦନ୍ତ କରୁଛି । 

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od