ଡେସ୍କ: ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ସମସ୍ତ ପ୍ରାର୍ଥୀଙ୍କୁ ଠିକ୍ ସମୟରେ ନୋ ଡ୍ୟୁଜ ସାର୍ଟିଫିକେଟ ପ୍ରଦାନ କରିବାକୁ ନିର୍ବାଚନ ଆୟୋଗ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବିଷୟ ସେମାନଙ୍କ ସତ୍ୟପାଠରେ ଅନ୍ତର୍ଭୁକ୍ତ କରିବା ନେଇ ମଧ୍ୟ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି।
ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଆୟୋଗ ସମସ୍ତ ପ୍ରାର୍ଥୀଙ୍କ ପାଇଁ ସତ୍ୟପାଠ ସହ ନାମାଙ୍କନ ପତ୍ର ଦାଖଲ ଉପରେ ଗୁରୁତ୍ୱାରୋପ କରିଛନ୍ତି। କୌଣସି ସ୍ତମ୍ଭ ଖାଲି ନ ରଖି ସତ୍ୟପାଠକୁ ସମ୍ପୂର୍ଣ୍ଣ ଭାବେ ପୂରଣ କରାଯାଉ ବୋଲି କମିଶନ କହିଛନ୍ତି। ସଂପୃକ୍ତ ନିର୍ବାଚନ ମଣ୍ଡଳୀରେ ନାମାଙ୍କନ ଦାଖଲର ଶେଷ ତାରିଖ ଅପରାହ୍ନ ୩ଟା ସୁଦ୍ଧା ସତ୍ୟପାଠ ସହ ବକେୟା ପ୍ରମାଣପତ୍ର ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ପ୍ରାର୍ଥୀ ‘ନୋ ଡ୍ୟୁଜ ସାର୍ଟିଫିକେଟ୍’ ଦାଖଲ କରିବାରେ ବିଫଳ ହୁଅନ୍ତି, ତେବେ ନାମାଙ୍କନ ପତ୍ର ଯାଞ୍ଚ ସମୟରେ ତାଙ୍କ ପ୍ରାର୍ଥିପତ୍ର ବିରୋଧରେ ଯିବ ବୋଲି ନିର୍ବାଚନ ଆୟୋଗ କହିଛନ୍ତି।