Wednesday, January 8, 2025
Wednesday, January 8, 2025
Home ଖେଳ ସଂଜୁ, ତିଳକଙ୍କ ବିସ୍ଫୋରକ ଶତକ, ଦକ୍ଷିଣ ଆଫ୍ରିକା ଆଗରେ ୨୮୪ ରନର ଲକ୍ଷ୍ୟ ରଖିଲା ଭାରତ

ସଂଜୁ, ତିଳକଙ୍କ ବିସ୍ଫୋରକ ଶତକ, ଦକ୍ଷିଣ ଆଫ୍ରିକା ଆଗରେ ୨୮୪ ରନର ଲକ୍ଷ୍ୟ ରଖିଲା ଭାରତ

by
0 comment

ଜୋହାନ୍ସବର୍ଗ: ଜୋହାନ୍ସବର୍ଗର ଓ୍ବାଣ୍ଡର୍ସ ଷ୍ଟାଡିୟମଠାରେ ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ୪ର୍ଥ ଟି-୨୦ରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ରନ ବର୍ଷା ଦେଖିବାକୁ ମିଳିଛି । ଭାରତର ଦୁଇ ବ୍ୟାଟ୍ସମ୍ୟାନ ସଂଜୁ ସାମସନ ଓ ତିକଳ ବର୍ମା ବିସ୍ଫୋରକ ବ୍ୟାଟିଂ କରି ଶତକ ହାସଲ କରିବା ସହ ଦକ୍ଷିଣ ଆଫ୍ରିକା ଆଗରେ ୨୮୪ ରନର ବିଳାଶ ଲକ୍ଷ୍ୟ ରଖିଛନ୍ତି ।

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ସଂଜୁ ସାମସନ ଓ ଅଭିଷେକ ଶର୍ମା ବ୍ୟାଟିଂ ଓପନ କରିଥିଲେ । ଅଭିଷେକ ୩୬ ରନ କରି ଆଉଟ ହେବାପରେ ସଂଜୁ ଓ ତିଳକଙ୍କ ବିସ୍ଫୋରକ ବ୍ଯାଟିଂ ଦେଖିବାକୁ ମିଳିଥିଲା । ସଂଜୁ ୫୧ ବଲରେ ଶତକ ପୂରଣ କରିଥିବାବେଳେ ତିଳକ ମାତ୍ର ୪୧ ବଲର ଶତକ ପୂରଣ କରିଥିଲେ । ସଂଜୁ ଅପରାଜିତ ୧୦୯ ରନ କରିଥିବାବେଳେ ତିଳକ ଅପରାଜିତ ୧୨୦ ରନ କରିଥିଲେ ।ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨୮୩ ରନ କରିଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ଏକମାତ୍ର ଓ୍ବିକେଟ ଲୁଥୋ ସିପାମଲା ନେଇଥିଲେ ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od