Wednesday, February 19, 2025
Wednesday, February 19, 2025
Home Latest ଶ୍ରୀଜଗନ୍ନାଥ ଓ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠାର ପଞ୍ଚମ ଦିବସରେ ପୁତନା ବଧ ମଞ୍ଚସ୍ଥ

ଶ୍ରୀଜଗନ୍ନାଥ ଓ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠାର ପଞ୍ଚମ ଦିବସରେ ପୁତନା ବଧ ମଞ୍ଚସ୍ଥ

by
0 comment

ଲକ୍ଷ୍ମୀପ୍ରସାଦ:ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ଲୋକକଳା ଗ୍ରାମ ନାରାୟଣନଗର ଠାରେ ନିର୍ମିତ ହୋଇଥିବା ଭବ୍ୟ ଯୁଗ୍ମ ମନ୍ଦିର ଶ୍ରୀଜଗନ୍ନାଥ ଓ ଶ୍ରୀରାମଙ୍କ ପ୍ରତିଷ୍ଠାର ପଞ୍ଚମ ଦିବସରେ କୃଷ୍ଣବଳରାମ ହାତରେ ପୁତନା ବଧ ମଞ୍ଚସ୍ଥ ହୋଇଛି l ଏଥିରେ କଂସ ଭୂମିକାରେ ସୁଶିଲ କୁମାର ମେହେର, କୃଷ୍ଣ -ଶିଶୁ କଳାକାର -ଗଣେଶ ମେହେର, ବଳରାମ -ରାଜେନ୍ଦ୍ର ମେହେର, ମନ୍ତ୍ରୀ ଭାଗିରଥି ହୋତା, ସେନାପତି ଦାଶରଥି ଦଶରଥ ଦନ୍ତା, ଚାରୁଣ – ରାମ ଗୋପାଳ ପୁରୋହିତ, ବୀର ମୁଷ୍ଟିକ – ସର୍ଥୀକ ମୁଗ୍ରୀ, ପ୍ରହରୀ – ରାଜୁ ମେହେର, ବାସୁଦେବ – ନୃସିଂହ ରଥ, ଦେବକୀ -ସାରଥୀ ଦାସ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ l

ଜହ୍ନlପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟର, କମିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଶିଶୁ ମନ୍ଦିର, ଜଗତି ହାଇସ୍କୁଲ ଛାତ୍ରଛାତ୍ରୀ ଓ ଅନ୍ୟ କଳାକାରମାନଙ୍କ ଦ୍ଵାରା ସାଂକୃତିକ ନୃତ୍ୟ ପରିବେଷଣ ହୋଇଥିଲା l ପୁରୀ ଶ୍ରୀମନ୍ଦିର ଭଳି ନିର୍ମିତ ହୋଇଥିବା ନାମ ମଣ୍ଡପରେ ହରିନାମ ଚାଲିଛି l ଅପରାହ୍ନରେ ପୁରୋହିତମାନଙ୍କ ଦ୍ଵାରା ଯଜ୍ଞାରମ୍ଭ ସହ ବିଗ୍ରହ ଧ୍ୟାନାଧିବାସ କରାଯାଇଥିଲା l ସେହିପରି ସନ୍ଧ୍ୟାରେ ଅନ୍ଧ ପ୍ରବଚକ ପରକ୍ଷିତ ମହାରାଜଙ୍କ ଦ୍ଵାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏହି ଯାତ୍ରାକୁ ଉପଭୋଗ କରିବାକୁ ମଧ୍ୟ୍ୟ ରାତ୍ରି ପର୍ଯ୍ୟନ୍ତ ହଜାର ହଜାର ଭକ୍ତଙ୍କ ଭିଡ଼ ହୋଇଥିଲା l

ଏହାପରେ ଜହ୍ନlପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟର, କମିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଶିଶୁ ମନ୍ଦିର, ଜଗତି ହାଇସ୍କୁଲ ଛାତ୍ରଛାତ୍ରୀ ଓ ଅନ୍ୟ କଳାକାରମାନଙ୍କ ଦ୍ଵାରା ସାଂକୃତିକ ନୃତ୍ୟ ପରିବେଷଣ ହୋଇଥିଲା l ପୁରୀ ଶ୍ରୀମନ୍ଦିର ଭଳି ନିର୍ମିତ ହୋଇଥିବା ନାମ ମଣ୍ଡପରେ ହରିନାମ ଚାଲିଛି l ଅପରାହ୍ନରେ ପୁରୋହିତମାନଙ୍କ ଦ୍ଵାରା ଯଜ୍ଞାରମ୍ଭ ସହ ବିଗ୍ରହ ଧ୍ୟାନାଧିବାସ କରାଯାଇଥିଲା l ସେହିପରି ସନ୍ଧ୍ୟାରେ ଅନ୍ଧ ପ୍ରବଚକ ପରକ୍ଷିତ ମହାରାଜଙ୍କ ଦ୍ଵାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏହି ଯାତ୍ରାକୁ ଉପଭୋଗ କରିବାକୁ ମଧ୍ୟ୍ୟ ରାତ୍ରି ପର୍ଯ୍ୟନ୍ତ ହଜାର ହଜାର ଭକ୍ତଙ୍କ ଭିଡ଼ ହୋଇଥିଲା l କଂସ ଦରବାରରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ସମ୍ମାନିତ ଅତିଥି ଭାବେ ସମାଜସେବୀ ଅଶୋକ ସାହୁ, ବୌଦ୍ଧ ବ୍ଲକ ଉପାଧ୍ୟକ୍ଷା ପ୍ରାଣେଶ୍ବରୀ ଦେହୁରୀ ଯୋଗ ଦେଇଥିଲେ l ମନ୍ଦିର ନିର୍ମାଣ କମିଟି ଉପଦେଷ୍ଟା ଭୋଳlଗିରି ସାହୁଙ୍କ ଅଧ୍ୟକ୍ଷତlରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ରବୀନ୍ଦ୍ର ମେହେର ମଞ୍ଚ ପରିଚାଳନା କରିଥିଲେ l.

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od