![](https://www.dharitri.com/wp-content/uploads/2024/07/WhatsApp-Image-2024-07-11-at-1.04.16-PM.jpeg)
ନୂଆଦିଲ୍ଲୀ/ବେଜିଂ,୧୧।୭: ଭାରତ ଏବଂ ଚାଇନା ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ତିକ୍ତତା ମଧ୍ୟରେ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଚାଇନା ବୈଦେଶିକ ମନ୍ତ୍ରୀ ପୂର୍ବ ଲଦାଖର ସୀମାନ୍ତ ଅଞ୍ଚଳରେ ପରିସ୍ଥିତି ସହ ଜଡିତ ସମସ୍ୟାର ସମାଧାନ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହା ସହିତ ଅଜିତ ଡୋଭାଲଙ୍କୁ ପୁଣିଥରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ତଥା ଭାରତ-ଚାଇନା ସୀମା ପ୍ରଶ୍ନର ସ୍ବତନ୍ତ୍ର ପ୍ରତିନିଧୀ ଭାବରେ ପୁନଃନିଯୁକ୍ତି ପାଇଁ ଅଭିନନ୍ଦନ ଜଣାଇଛନ୍ତି। ୱାଙ୍ଗ ୟି କହିଛନ୍ତି, ଚାଇନା ଏବଂ ଭାରତ ମଧ୍ୟରେ ସମ୍ପର୍କ ଦ୍ୱିପାକ୍ଷିକ ସୀମା ଅତିକ୍ରମ କରି ବିଶ୍ୱସ୍ତରୀୟ ମହତ୍ତ୍ୱକୁ ପ୍ରୋତ୍ସାହିତ କରିଥାଏ।