Saturday, February 22, 2025
Home Latest ଶୁଣିଲାଣି ପ୍ରଶାସନ: ଚୋରା ବାଲି ଚାଲାଣ ବନ୍ଦ ପାଇଁ ରାସ୍ତା ଉପରେ ବସିଲେ ଲୋକ

ଶୁଣିଲାଣି ପ୍ରଶାସନ: ଚୋରା ବାଲି ଚାଲାଣ ବନ୍ଦ ପାଇଁ ରାସ୍ତା ଉପରେ ବସିଲେ ଲୋକ

by
0 comment

ବସ୍ତା୨: ସିଂଲା ଥାନା କାଦରାୟାଁ ପଞ୍ଚାୟତ କାଦରାୟଁ ଗ୍ରାମରେ ଚଳାଇଛି ବେଆଇନ ବାଲି ଉତ୍ତୋଳନ। ଯାହାକୁ ନେଇ ଗ୍ରାମବାସୀ ବାରମ୍ବାର ପ୍ରଶାସନ ଓ ମାଇନ୍ସ ବିଭାଗକୁ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି ଗ୍ରାମବାସୀଙ୍କ କଥା। ଶେଷରେ ବାଧ୍ୟ ହୋଇ ଗ୍ରାମବାସୀ ରାସ୍ତା ଉପରେ ଆନ୍ଦୋଳନ କରିଛନ୍ତି।

ପ୍ରଶାସନ ଏହି ବାଲି ଉତ୍ତୋଳନ ବନ୍ଦ ନକରିବା ଯାଏଁ ଏହି ଆନ୍ଦୋଳନ ଚାଲୁରହିବ। ଆବଶ୍ୟକ ହେଲେ ଗ୍ରାମବାସୀ ତହସିଲ କାର୍ଯ୍ୟାଳୟ ଘେରାଉ କରିବ ବୋଲି ଗ୍ରାମର ସେକ ନଇମୁଦ୍ଦିନ, ବାବଲୁ ମିଆଁ,ସେକ କମଲ,ସେକ ଫିରୋଜ,
ପ୍ରମୁଖ ପ୍ରକାଶ କରିଛନ୍ତି।

ସୂଚନା ଅନୁସାରେ, ଏହି ଗ୍ରାମରେ ଦୀର୍ଘଦିନ ହେଲା କୌଣସି ଅନୁମତି ନଥାଇ ଦୈନଦିନ ଶହ ଶହ ଗାଡ଼ି ବାଲି ପଶ୍ଚିମବଙ୍ଗକୁ ଚାଲାଣ ହେଉଛି। ଏଣେ କଦରାୟାନ ଗ୍ରାମଟି ସୁବର୍ଣ୍ଣରେଖା ନଦୀ କୂଳରେ ରହିଥିବା ବେଳେ ଅନ୍ୟୁନ ଏହି ଗ୍ରାମରେ ଆଠ ହଜା ରୁ ଊର୍ଦ୍ଧ୍ବ ଲୋକ ବସବାସ କରୁଛନ୍ତି।ବେଆଇନ ବାଲି ଉତ୍ତୋଳନ ପାଇଁ ଧୀରେ ଧୀରେ ସୁବର୍ଣ୍ଣରେଖା ନଦୀ ଗ୍ରାମ ଆଡକୁ କୁଳ ଖାଇ ଖାଇ ଆସୁଛି। ଏମିତି ଗ୍ରାମ ନିକଟରୁ ବାରମ୍ବାର ବେଆଇନ ବାଲି ଉତ୍ତୋଳନ ହେଲେ ଆଉ ଅଳ୍ପଦିନ ମଧ୍ୟରେ ଗ୍ରାମ ସଂପୂର୍ଣ୍ଣ ନଦୀ ଭିତରେ ଲୀନ ହୋଇଯିବ । ଏଥି ସହିତ ଗ୍ରାମ ଭିତରେ ମଧ୍ୟ ରାତ୍ରିରୁ ଗାଡ଼ି ମଟର ଚଳାଚଳ ପାଇଁ ବୁଢା, ବୁଢ଼ୀ ରୁଗ୍ଣ ଲୋକ ନାହିଁ ନଥିବା ଦୁର୍ଦ୍ଦଶାର ଶିକାର ହେଉଛନ୍ତି। ଗ୍ରାମରୁ ଛାତ୍ରଛାତ୍ରୀ ଦୁଇ କିମି ଦୂର ଧିତିପୁରା ବିଦ୍ୟାଳୟକୁ ଯାଉଥିବା ବେଳେ ବିଭିନ୍ନ ସମୟରେ ଗାଡି ମଟର ଦୁର୍ଘଟଣାର ଶିକାର ହେଉଛନ୍ତି । ଏନେଇ ଗ୍ରାମବାସୀ ତହସିଲଦାର ,ଜିଲ୍ଲାପାଳ ଓ ମାଇନ୍ସ ବିଭାଗକୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।

 ଶେଷରେ କୌଣସି ଉପାୟ ନପାଇ ଆଜି ଗ୍ରାମର ଶତାଧିକ ଲୋକ ଏକତ୍ରିତ ହୋଇ ରାସ୍ତା ଅବରୋଧ କରିବା ସହିତ ବେଆଇନ ବାଲି ଉତ୍ତୋଳନକୁ ବିରୋଧ କରିଛନ୍ତି। ପ୍ରଶାସନ ଏହି ବାଲି ଉତ୍ତୋଳନ ବନ୍ଦ ନକରିବା ଯାଏଁ ଏହି ଆନ୍ଦୋଳନ ଚାଲୁରହିବ। ଆବଶ୍ୟକ ହେଲେ ଗ୍ରାମବାସୀ ତହସିଲ କାର୍ଯ୍ୟାଳୟ ଘେରାଉ କରିବ ବୋଲି ଗ୍ରାମର ସେକ ନଇମୁଦ୍ଦିନ, ବାବଲୁ ମିଆଁ,ସେକ କମଲ,ସେକ ଫିରୋଜ,
ପ୍ରମୁଖ ପ୍ରକାଶ କରିଛନ୍ତି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od