Monday, March 3, 2025
Home ଆମ ଓଡ଼ିଶା ଶୀତ ମହୋତ୍ସବ ଉଦଘାଟିତ

ଶୀତ ମହୋତ୍ସବ ଉଦଘାଟିତ

by
0 comment

ସମ୍ବଲପୁର: ସ୍ଥାନୀୟ ଅଇଁଠାପାଲି ପିଏଚଡ଼ି ପଡ଼ିଆ ଠାରେ ଶୀତ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀ ପୁରସ୍କାର ପ୍ରାପ୍ତ ତଥା ବିଶିଷ୍ଟ ସଂଗୀତଜ୍ଞ ଶଙ୍କର ପ୍ରଧାନ ଓ ସମାଜସେବୀ ନରସିଂହ ଅଗ୍ରୱାଲ ଯୋଗ ଦେଇ ଏହାର ଶୁଭ ଉଦଘାଟନ କରିଥିଲେ। ପ୍ରଥମେ ଇଷ୍ଟଦେବୀ ମାଁ ସମଲେଶ୍ବରୀଙ୍କ ଭଜନ ’ଆଖି ବୁଜିଦେଲେ ଦିଶୁଛେ ମୋତେ ମାଁ ସମଲେଶ୍ବରୀ’ କଣ୍ଠଶିଳ୍ପୀ ସ୍ବସ୍ତିକା ହୋତା ଗାନ କରି ଦର୍ଶକଙ୍କୁ ବିମୋହିତ କରିଥିଲେ। ଏହା ପରେ ସୁଧାଂଶୁ ଜାଲ, ସ୍ବାଗତ ମିଶ୍ର, ରାଜକୁମାର ଜାଲ, ଅଜୟ କୁମାର ନାଥ, ଶ୍ରୀନୁ ଦାସ, ଶାନ୍ତନୁ ଦାସ ଓ ପ୍ରଣିତା ଚକ୍ରବର୍ତ୍ତୀ ପ୍ରମୁଖ ନିଜର କଣ୍ଠର ଯାଦୁ ଦେଖାଇଥିଲେ। ସେହିପରି ମୀମାଂସା ରଥ ଓ ଦଳ ସୁନ୍ଦର ପରିପାଟିରେ ଫେଶନ୍ ଶୋରେ ସାମିଲ ହୋଇଥିଲେ। ବିଭିନ୍ନ କଣ୍ଠଶିଳ୍ପୀ ମାନେ ୯୦ ଦଶକର ଗୀତ ଗାନ କରିଥିଲେ। ଶୀତ ସତ୍ତ୍ୱେ ଦର୍ଶକ ମାନେ ଏସବୁ ସାଂସ୍କୃତିକ କାର୍ଯ୍ୟକ୍ରମ ମନଭରି ଉପଭୋଗ କରୁଥିଲେ। ବାଦ୍ୟଯନ୍ତ୍ରରେ ଦେବାଶିଷ ପାଢ଼ୀ, ସୁବାସ ଭୋଇ, ଭାଗିରଥି ସିଂ ଦେଓ, ଶ୍ରୀକାନ୍ତ ନାୟକ, ଅମିର ମହାନନ୍ଦ ସହଯୋଗ କରିଥିଲେ। ରୋସନୀ ବାବୁ, ଅଞ୍ଜନ ପ୍ରଧାନ ଓ ଉମାଶଙ୍କର ଦାସ ମଞ୍ଚ ସଂଯୋଜନା କରିଥିଲେ। ଆୟୋଜକ କମିଟି ଅଧ୍ୟକ୍ଷ ମହମ୍ମଦ ପରଭେଜ ଅଲ୍ଲୀ ଖାନ୍, ସଂଯୋଜକ ତ୍ରିଲୋଚନ ତ୍ରିପାଠୀ, ଆବାହକ ହମିଦ ରହେମାନ୍, ସହ ଆବାହକ ଦେବାଶିଷ ପାଢ଼ୀ ଓ ରାମାସିସ ତ୍ରିପାଠୀ, ଗଣ ମାଧ୍ୟମ ସଂଯୋଜକ ସତ୍ୟଜିତ ମହାପାତ୍ର ମଞ୍ଚାସିନ ଥିଲେ। ସୂଚନାଯୋଗ୍ୟ, ଏହି ମହୋତ୍ସବ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି ବୋଲି ଆୟୋଜକ ମାନେ ସୂଚନା ଦେଇଛନ୍ତି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od