Sunday, February 23, 2025
Sunday, February 23, 2025
Home ମୟୂରଭଞ୍ଜ ଶିମିଳିପାଳ ସୁରକ୍ଷା ପାଇଁ ସଶସ୍ତ୍ର ପୁଲିସ ବଳ: ଗଠନ ହେବ ୧୩୧ ଜଣିଆ ଟିମ୍‌

ଶିମିଳିପାଳ ସୁରକ୍ଷା ପାଇଁ ସଶସ୍ତ୍ର ପୁଲିସ ବଳ: ଗଠନ ହେବ ୧୩୧ ଜଣିଆ ଟିମ୍‌

by
0 comment

ବାରିପଦା: ସୁରକ୍ଷିତ ହୋଇପାରୁନି ଶିମିଳିପାଳ। ବନ ବିଭାଗ କର୍ମଚାରୀ ଟିକିଏ ନଜର ହଟାଇଲେ ଜଙ୍ଗଲରେ ପଶି ଜନ୍ତୁ ଶିକାରରେ ମାତୁଛନ୍ତି ମାଫିଆ। ତେଣୁ ୨୭୫୦ ବର୍ଗ କିମି ପରିବ୍ୟାପ୍ତ ଏହି ବିଶାଳ ଜୈବମଣ୍ଡଳର ସୁରକ୍ଷା ପାଇଁ ସଶସ୍ତ୍ର ପୁଲିସ ବଳ ନି‌ୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏଥିପାଇଁ ୧୩୧ ଜଣିଆ ଏକ ସ୍ବତନ୍ତ୍ର ଟିମ୍‌ ଗଠନ ପାଇଁ ଆକାଉଣ୍ଟ୍‌ସ ଜେନେରାଲଙ୍କୁ ଚିଠି ଲେଖି ଜଣାଇଛନ୍ତି ଗୃହ ସଚିବ ସତ୍ୟବ୍ରତ ସାହୁ। ଏହି ଦଳରେ ଜଣେ କମାଣ୍ଡାଣ୍ଟ, ଜଣେ ଇନ୍ସପେକ୍ଟର, ୩ ଜଣ ସବ୍‌ଇନ୍ସପେକ୍ଟର, ୩ ଜଣ ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟର, ୩୦ ଜଣ ହାବିଲଦାର, ୩ ଜଣ ଡ୍ରାଇଭର୍‌ ହାବିଲଦାର, ୮୭ ଜଣ ସିପାହି ଓ ୩ ଜଣ ଡ୍ରାଇଭର ରହିବେ। ମୟୂରଭଞ୍ଜ ଏସ୍‌ପି ଏହାର ପ୍ରଶାସନିକ ଦାୟିତ୍ୱରେ ରହିବେ। ଏହି ପୁଲିସ କମ୍ପାନିର ସମସ୍ତ ଖର୍ଚ୍ଚ ଜଙ୍ଗଲ ଓ ପରିବେଶ ବିଭାଗ ବହନ କରିବ। କୌଣସି ଅଭୟାରଣ୍ୟର ସୁରକ୍ଷା ପାଇଁ ଏକ କମ୍ପାନି ସଶସ୍ତ୍ର ପୁଲିସ ବଳ ନିୟୋଜିତ ହେବା ଦେଶରେ ପ୍ରଥମ ହେବ ବୋଲି କୁହାଯାଉଛି।

ଗଠନ ହେବ ୧୩୧ ଜଣିଆ ଟିମ୍‌
ସମସ୍ତ ଖର୍ଚ୍ଚ ବହନ କରିବ ଜଙ୍ଗଲ ବିଭାଗ
ପରିଚାଳନା ଦାୟିତ୍ବରେ ଏସ୍‌ପି

ସୂଚନାଯୋଗ୍ୟ; ଗତବର୍ଷ ଶିକାରୀଙ୍କ ଗୁଳିରେ ୨ଜଣ ବନ କର୍ମଚାରୀଙ୍କ ମୃତ୍ୟୁ ପରେ ତତ୍କାଳୀନ ବିଜେଡି ସରକାର ପୁଲିସ ଓ ବନ କର୍ମଚାରୀଙ୍କୁ ନେଇ ଯୁଗ୍ମ ଟାସ୍କଫୋର୍ସ (ଜେଟିଏଫ୍‌) ଗଠନ କରିଥିଲେ। ୧୦୦ ଜଣ ସଶସ୍ତ୍ର ପୁଲିସ ବାହିନୀ ବନ ବିଭାଗକୁ ଶିମିଳିପାଳ ସୁରକ୍ଷା‌ରେ ସହଯୋଗ କରୁଥିଲେ। ତେବେ ସରକାର ବଦଳିବା ପରେ ଏହି ପୁଲିସ ବଳକୁ ପ୍ରତ୍ୟାହାର କରି ନିଆଯାଇଥିଲା। ନିକଟରେ ଏନେଇ ରାଜ୍ୟସଭାରେ ପ୍ରଶ୍ନ କରିଥିଲେ ବିଜେଡି ସାଂସଦ ଡ. ସସ୍ମିତ ପାତ୍ର। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ସୁରକ୍ଷା ପାଇଁ ଆଜିର ଦିନରେ ମାତ୍ର ୩୫ଜଣ ବନ କର୍ମଚାରୀ ନିୟୋଜିତ ଥିବାନେଇ କେନ୍ଦ୍ର ଜଙ୍ଗଲ ଓ ପରିବେଶ ରା‌ଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ ସଂସଦରେ ଉତ୍ତର ରଖିବା ପରେ ଶିମିଳିପାଳର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଫଳରେ ଶମିଳିପାଳ ସୁରକ୍ଷା ପାଇଁ ସମର୍ପିତ ସଶସ୍ତ୍ର ପୁଲିସ ବଳ ନିୟୋଜିତ କରିବାକୁ ଯୋଜନା କରାଯାଇଛି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od