Friday, February 14, 2025
Friday, February 14, 2025
Home Latest ଶିବିରରୁ ୫୮ ୟୁନିଟ୍‌ ରକ୍ତ ସଂଗୃହୀତ

ଶିବିରରୁ ୫୮ ୟୁନିଟ୍‌ ରକ୍ତ ସଂଗୃହୀତ

by
0 comment

ବହଳଦା: ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ନିମଡିହିସ୍ଥିତ ମା’ କୀଚକେଶ୍ବରୀ କ୍ଲାସେସ୍ (ଏମ୍.କେ କ୍ଲାସେସ୍), ‘ସମ୍ବାଦ-ଆମ ଓଡ଼ିଶା’ର ମିଳିତ ସହଯୋଗରେ ଶୁକ୍ରବାର ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏମ୍.କେ କ୍ଲସେସ୍ ପରିସରରେ ମା’ କିଚକେଶ୍ବରୀ ଫାଉଣ୍ଡେସନର ସଭାପତି ତଥା ଶିକ୍ଷକ ମାନସ କୁମାର ଦାଶଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ  ଶିବିରରେ ମୁଖ୍ୟଅତିଥି ଭାବେ ବିଜେପିର ରାଜ୍ୟ ସମ୍ପାଦକ ନବୀନ ରାମ, ସୁରଥ ପଟ୍ଟନାୟକ, ମାଧବ ମହାପାତ୍ର,  ସାମ୍ବାଦିକ ଅଶୋକ କୁମାର୍ ରଉତ, ସାମ୍ବାଦିକ ମଧୂସୁଦନ ଦାସ, ଅବସରପ୍ରାପ୍ତ ଅଧ୍ୟାପକ କାହ୍ନୁଚରଣ ନାୟକ, ସଞ୍ଜୟ କୁମାର ସାମନ୍ତରାୟ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ।

ଏହି ଅବସରରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ‘ଭରସା’ର ସମ୍ପାଦକ ତଥା ସାମାଜିକ କର୍ମୀ ଅତନୁ କୁମାର ମହାନ୍ତି, ଅବସରପ୍ରାପ୍ତ ଶିକ୍ଷକ ଅମିୟ କୁମାର ଦାଶଙ୍କ, ଶୀତଲ ମହାନ୍ତ, ଅନୁପ କୁମାର ପାଣିଗ୍ରାହୀ, ରାଇରଙ୍ଗପୁର ସମ୍ବାଦ ଜିଲ୍ଲା ପ୍ରତିନିଧି ତୁଷାର କାନ୍ତ ମହାନ୍ତଙ୍କ ସମେତ ତିରିଂ ବ୍ଲକ ଡାଳିମା ସାହିତ୍ୟ ଘରର ସଦସ୍ୟ ଅଶୋକ ଚକ୍ର ସାହୁ, ସୁବ୍ରତ କୁମାର ସାହୁ, ଅବସରପ୍ରାପ୍ତ ଶିକ୍ଷକ ସୁଧୀର କୁମାର ବସା ପ୍ରମୁଖ ଶିବିର କାର୍ଯ୍ୟକ୍ରମରେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହିତ ରକ୍ତଦାନ ଭଳି ମହତ କାର୍ଯ୍ୟରେ ସାମିଲ ହେବାକୁ ଆହ୍ବାନ ଦେଇଥିଲେ।

rgp

ପ୍ରାରମ୍ଭରେ ବହଳଦା ଥାନା ଅଧୀନ ସୁଦୂର ନହରଦା ଗ୍ରାମ ଶିବୁ ନନ୍ଦ, ମଞ୍ଜଳି ନନ୍ଦ ରକ୍ତଦାନ କରି ଶୁଭାରମ୍ଭ କରିଥିଲେ। ସମ୍ବାଦର ବହଳଦା ପ୍ରତିନିଧି କେଶବ ମହାନ୍ତଙ୍କ ସଂଯୋଜନାରେ ଶିବିରରୁ ମୋଟ ୫୮ ଜଣ ରକ୍ତଦାତା ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଏଥିରେ ରାଇରଙ୍ଗପୁର ରକ୍ତଭଣ୍ଡାରର ଅଧିକାରିଣୀ ଡାକ୍ତର ସ୍ମିତାଶ୍ରୀ ବିରୁଆ ରକ୍ତଦାତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିବାବେଳେ ରକ୍ତଭଣ୍ଡାର ଟିମ୍ ରକ୍ତ ସଂଗ୍ରହ କରିଥିଲେ। 

ଏହି ଶିବିରକୁ ସଫଳ କରାଇବାରେ ତାରିଣୀ ପଣ୍ଡା, ଅଭିଲିପ୍ସା ଗିରି, ଜ୍ୟୋତି ପୃଷ୍ଟି, ଲିପ୍ସା ପତି, ମିତା ପୁଥାଳ, ସୀମା ମହାପାତ୍ର, ସୁସ୍ମିତା ମହାନ୍ତ, ରିମା ମହାନ୍ତ, ମନିଷା ଗିରି, ପୂର୍ଣ୍ଣିମା ସାହୁ, ସଞ୍ଚାଲି ଦତ୍ତ, ଶିବାନୀ ମହାପାତ୍ର, ଲାଖିଆ ମାଝି, ଗୀତା, ସାବିତ୍ରୀ ଧଳ, ସରସ୍ଵତୀ ଟିପ୍ରିଆ, ଇପ୍ସିତା ଦତ୍ତ, ଦୁର୍ଗା ସୋରେନ, ସମିୟ ପାତ୍ର, ଅର୍ଜୁନ ମାରାଣ୍ଡି, ତାପସ ମହାପାତ୍ର ସମେତ ଅନୁଷ୍ଠାନର ସମ୍ପାଦିକା ସାଇପ୍ରଜ୍ଞା ପତ୍ରୀ ଏବଂ ଦେବଦାସ ଦାଶ,  ଲିଲି ପତି ପରିଚାଳନାରେ ସହଯୋଗ କରିବାସହ ଶିବିରର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। 

ରକ୍ତଦାତା ଜୀବନଦାତା: ମଞ୍ଜଳି ନନ୍ଦ, ଶିବୁ ନନ୍ଦ, ସଞ୍ଜୟ କୁମାର ଜେରାୟ, ପ୍ରମୋଦ କୁମାର ମହାପାତ୍ର, ଜ୍ଞାନ ରଂଜନ ରାଉତ, ଚନ୍ଦନ ବାରିକ, ରାମ ସୋରେନ, କୃଷ୍ଣଚଦ୍ର ପାତ୍ର, ଭୋଳାନାଥ କୁଣ୍ତ, ଶ୍ୟାମସୁନ୍ଦର ସାମନ୍ତରାୟ, ହରିଶଙ୍କର ବେହେରା, ଆଶିଷ ପୃଷ୍ଠି, ସତ୍ୟମ କୁମାର ମହାନ୍ତ, ଆକାଶ ଭୂୟାଁ, ସୁରଜ କୁମାର ମହାକୁଡ଼, ଫାଗୁ ସୋରେନ, ଜ୍ୟୋତି ପ୍ରକାଶ ମହାନ୍ତ, ରିବିକା ନନ୍ଦ, ଦିପ୍ତୀରାଣୀ ପାଲ, ପ୍ରୀତମ କୁମାର ଗିରି, ଘାସିରାମ ଧଳ, ସହନ କର, ନାଥ ଲୋହାର, ବିକାଶ ବସା, ରାକେଶ ବସା, ପପୁ ନନ୍ଦ, ବୀରୁ ମୁଣ୍ତା, ମଧୁସୂଦନ ଦାସ, ସୋମନାଥ ଦାସ, ଶ୍ରିୟା ପଣ୍ଡା, ଅନୁଭବ ବାରିକ, ରୋହିତ କୁମାର ବାରିକ, ପ୍ରକାଶ ବେହେରା, ଗଣେଶ୍ୱର ହାଁସଦା, ମିନତୀ ସି, ମନିଷା ଗିରି, ରାହୁଲ କୁମାର ନନ୍ଦ, ଜଗତବନ୍ଧୁ ସେଠି, ଗୈାରବ ପଣ୍ଡା, କବିର କୁମାର ଦାଶ, ଜଗନ୍ନାଥ ମୁଦି, ଲାଲ ମୋହନ ହେମ୍ବ୍ରମ, କୃଷ୍ଣଚନ୍ଦ୍ର ଗିରି, ଜଗନ୍ନାଥ ବେହେରା, ଚନ୍ଦ୍ରଶେଖର ଦାସ, ବାପି ବସା, ଗୁରୁ ପ୍ରସନ୍ନ ଗିରି, ଅମରଜିତ ପତି, ଜିତଅଙ୍କିତ ପାଲ,ମଳୟ ରଞ୍ଜନ ପାତ୍ର, ମହେଶ ରଣା, ମନୋଜ କୁମାର ମୁଦି, ପ୍ରସେନଜିତ ଗିରି, ବିବେକ କୁମାର ଗିରି, ତୃପ୍ତିମୟ ଲାମାୟ, ସ୍ବପ୍ନା ପାଲ। ଶେଷରେ ସମ୍ବାଦର ବହଳଦା ବ୍ଳକ ପ୍ରତିନିଧି କେଶବ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od