ବନ୍ତଳା: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ କରତପଟା ଗାଁ ନିକଟରେ ଥିବା ଏକ ଶାଗୁଆନ ବଣରୁ ଜଣେ ବୃଦ୍ଧଙ୍କ କଙ୍କାଳ ଉଦ୍ଧାର ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ଯବଚ୍ଛେଦ ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଛି। ସୂଚନା ମୁତାବକ କରତପଟା ଅଞ୍ଚଳ ରେ ରହୁଥିବା ରବି ବେହେରା(୭୨) ଗତ ସପ୍ତାହେ ହେଲା ନିଖୋଜ ଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ କାଲି ସନ୍ଧ୍ୟା ବେଳେ ଗାଁ ନିକଟରେ ଥିବା ଶାଗୁଆନ୍ ବଣରେ ତାଙ୍କ ଗଳିତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ବନ୍ତଳା ଥାନା ପୁଲିସ ସେଠାରେ ପହଂଚି କଙ୍କାଳ ଉଦ୍ଧାର କରିବା ସହିତ ତଦନ୍ତ ଚାଲିଛି।