Wednesday, February 19, 2025
Home Latest ଶରୀରରେ ଏଭଳି ଚିହ୍ନ ଥିଲେ ସରକାରୀ ଚାକିରି ମନା, ଜାଣନ୍ତୁ କ’ଣ ରହିଛି ନିୟମ…

ଶରୀରରେ ଏଭଳି ଚିହ୍ନ ଥିଲେ ସରକାରୀ ଚାକିରି ମନା, ଜାଣନ୍ତୁ କ’ଣ ରହିଛି ନିୟମ…

by
0 comment

ନୂଆଦିଲ୍ଲୀ: ସାରା ବିଶ୍ୱରେ ଟାଟୁର କ୍ରେଜ୍ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଭାରତ ସମେତ ଅନେକ ଦେଶରେ ଲୋକମାନେ ସମଗ୍ର ଶରୀରରେ ଟାଟୁ କରିବାକୁ ପସନ୍ଦ କରୁଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଭାରତରେ ଲୋକଙ୍କ ମଧ୍ୟରେ ନିଜ ନିଜ ଶରୀରରେ ସ୍ଥାୟୀ ଟାଟୁ କରିବା କ୍ରେଜ୍ ମଧ୍ୟ ବୃଦ୍ଧି ପାଇଛି। କିନ୍ତୁ ଆପଣ ଜାଣନ୍ତି କି ଯଦି ଆପଣଙ୍କର ଶରୀରରେ ସ୍ଥାୟୀ ଟାଟୁ ଅଛି ତେବେ ଆପଣ ସରକାରୀ ଚାକିରି ପାଇପାରିବେ ନାହିଁ। ହଁ, ଅନେକ ଚାକିରି ଅଛି ଯେଉଁଥିରେ ଶରୀରରେ ଟାଟୁ ଥିଲେ ଚାକିରି ଦିଆଯାଇ ନ ଥାଏ।

ସାରା ବିଶ୍ୱରେ ଟାଟୁର କ୍ରେଜ୍ ଦ୍ରୁତ ଗତିରେ ବୃଦ୍ଧି ପାଇବା ସହିତ ବିଶେଷକରି ଯୁବବର୍ଗମାନେ କୁଲ୍ ଏବଂ ଷ୍ଟାଇଲିସ୍ ଦେଖାଯିବା ପାଇଁ ଟାଟୁ କରାଉଛନ୍ତି। ସେଥିପାଇଁ ପ୍ରତିବର୍ଷ ୧୭ ଜୁଲାଇରେ ଜାତୀୟ ଟାଟୁ ଦିବସ ମଧ୍ୟ ପାଳନ କରାଯାଉଛି।  ତେବେ ଟାଟୁ କରିବା କେତେ ବିପଜ୍ଜନକ ଏବଂ ଏହା ଯୋଗୁ କର୍କଟ ରୋଗ ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ ବୋଲି କେତେକ ରିସର୍ଚ୍ଚ ରିପୋର୍ଟ ପ୍ରକାଶ ପାଇଛି।

 ଅନେକ ରିପୋର୍ଟରୁ ଜଣାପଡିଛି ଯେ ଯେଉଁମାନଙ୍କର ଟାଟୁ ଥାଏ ସେମାନଙ୍କୁ  ଅନ୍ୟମାନଙ୍କ ତୁଳନାରେ  କର୍କଟ  ହେବାର ଅଧିକ ଆଶଙ୍କା ଥାଏ। କିନ୍ତୁ ଏସବୁ ବ୍ୟତୀତ, ଭାରତର ଅନେକ ସରକାରୀ ଚାକିରିରେ, ଶରୀରରେ ଟାଟୁ କରିଥିବା ଲୋକଙ୍କୁ ଚାକିରୀ ଦିଆଯାଇ ନ ଥାଏ। 

ଭାରତରେ ଏପରି ଅନେକ ସରକାରୀ ଚାକିରୀ ଅଛି, ଯେଉଁଥିରେ ଶରୀରରେ ଟାଟୁ ଥିଲେ ନିଯୁକ୍ତି ପାଇଁ ଅନୁମତି ଦିଆଯାଇ ନ ଥାଏ। ଅନେକ ସରକାରୀ ଚାକିରିରେ, ଶରୀରରେ ଟାଟୁ ଥିବାରୁ ପ୍ରାର୍ଥୀମାନଙ୍କର ପ୍ରାର୍ଥୀତ୍ବ ଖାରଜ ହୋଇଥାଏ। ଭାରତୀୟ ପ୍ରଶାସନିକ ସେବା, ଭାରତୀୟ ପୋଲିସ ସେବା, ଭାରତୀୟ ରାଜସ୍ୱ ସେବା, ଭାରତୀୟ ବୈଦେଶିକ ସେବା, ଭାରତୀୟ ବାୟୁସେନା, ଭାରତୀୟ ତଟରକ୍ଷୀ ବାହିନୀ, ଭାରତୀୟ ସେନା, ଭାରତୀୟ ନୌସେନା ଏବଂ ପୋଲିସ ବିଭାଗରେ ଏହି ବିଷୟରେ କଡ଼ା ପ୍ରତିବନ୍ଧକ ଏବଂ ନିୟମ ରହିଛି।

 ଯଦି ପ୍ରାର୍ଥୀ ଆଦିବାସୀ ସମ୍ପ୍ରଦାୟରୁ ଆସିଥାନ୍ତି, ତେବେ କିଛି ସରକାରୀ ଚାକିରିରେ ସେଭଳି ପ୍ରାର୍ଥୀଙ୍କ ଶରୀରରେ ଟାଟୁ ଥିବା ବିଷୟରେ କିଛି ପଦକ୍ଷେପ ଗ୍ରହଣ କରାଯାଇ ନ ଥାଏ। କିନ୍ତୁ ଏଥିପାଇଁ ଏକ ସର୍ତ୍ତ ମଧ୍ୟ ଅଛି ଯେ ଟାଟୁ ଛୋଟ ହେବା ଉଚିତ ଏବଂ ପ୍ରାର୍ଥୀ ଜଣକ ଆଦିବାସୀ ସମ୍ପ୍ରଦାୟ ସହିତ ଜଡିତ ହେବା ଉଚିତ୍। ଯେକୌଣସି ପ୍ରକାରର ଫ୍ୟାଶନେବଲ୍ ଟାଟୁ କିମ୍ବା ଟାଟୁ ଯାହା କାହାର ଭାବନାକୁ ଆଘାତ କରେ ତାହା ଗ୍ରହଣୀୟ ନୁହେଁ। ଏପରି କ୍ଷେତ୍ରରେ ଚାକିରୀ ଦିଆଯାଏ ନାହିଁ ।

ଅନେକ ସରକାରୀ ଚାକିରିରେ ଟାଟୁ ସମ୍ବନ୍ଧରେ ଅଲଗା କଠୋର ନିୟମ ରହିଛି। ଚୟନ ସମୟରେ ଯଦି କୌଣସି ପ୍ରାର୍ଥୀ ଏହି ନିୟମ ପରିସର ମଧ୍ୟରେ ଆସନ୍ତି, ତେବେ ତାଙ୍କୁ ବାୟୁସେନା, ଭାରତୀୟ ନୌସେନା, କୋଷ୍ଟଗାର୍ଡ, ପ୍ରତିରକ୍ଷା ଭଳି କ୍ଷେତ୍ରରେ ଚାକିରି ପାଇବା କଷ୍ଟକର ହୋଇଥାଏ।

ଅଧିକ ପଢ଼ନ୍ତୁ:ଅଭିଷେକ-ଐଶ୍ୱର୍ଯ୍ୟାଙ୍କ ବିବାହରେ ଜାହ୍ନବୀ କାହିଁକି ହାତ କାଟି ଥିଲେ, ଜାଣନ୍ତୁ…

ଶରୀରରେ ଟାଟୁ  ଯୋଗୁ ସରକାରୀ ଚାକିରି ନ ପାଇବା ପାଇଁ ତିନୋଟି ମୁଖ୍ୟ କାରଣ ଦିଆଯାଇଛି। ପ୍ରଥମଟି ହେଉଛି ଟାଟୁ ଅନେକ ପ୍ରକାରର ରୋଗ ସୃଷ୍ଟି କରିପାରେ, ଯେଉଁଥିରେ ଏଚ୍.ଆଇ.ଭି, ଚର୍ମ ରୋଗ ଏବଂ ହେପାଟାଇଟିସ୍ ‘ଏ’ ଏବଂ ‘ବି’ ଭଳି ଗୁରୁତର ରୋଗ ହେବାର ଆଶଙ୍କା ଥାଏ। ଦ୍ୱିତୀୟ ବଡ କାରଣ ହେଉଛି ଟାଟୁ ଥିବା ବ୍ୟକ୍ତି ଶୃଙ୍ଖଳିତ ନୁହଁନ୍ତି ବୋଲି ଅନୁମାନ କରାଯାଇଥାଏ। ସେ କାମ ଅପେକ୍ଷା ନିଜ ସୌକକୁ ଅଧିକ ଗୁରୁତ୍ୱ ଦେବାର ଆଶଙ୍କା ରହିଥାଏ।

ତୃତୀୟ ଏବଂ ସବୁଠାରୁ ବଡ କାରଣ ସୁରକ୍ଷା ସହିତ ଜଡିତ। ଟାଟୁ ଥିବା ପ୍ରାର୍ଥୀଙ୍କୁ ସୁରକ୍ଷା ବାହିନୀରେ ଆଦୌ ଚାକିରି ଦିଆଯାଇ ନ ଥାଏ। କାରଣ ଏହା ସୁରକ୍ଷା ବିପଦକୁ ବଢ଼ାଇଥାଏ । 

ଅଧିକ ପଢ଼ନ୍ତୁ:୮୦ କିମି ବେଗରେ ଯାଉଥିବା ଟ୍ରେନ୍ ୨ ଖଣ୍ଡ: ବିକଳରେ ଚିତ୍କାର କଲେ ଯାତ୍ରୀ

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od