ନୂଆଦିଲ୍ଲୀ: ଆଜିଠୁ ଦିଲ୍ଲୀରେ ରେଖା ସରକାର । ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତାକୁ ଫେରିଲା ବିଜେପି । ଆଉ ଆଜି ସେହି ଦିନ ଯେଉଁଠି ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କ ହାତରେ ଶାସନ ଭାର ଦେଇ ଦିଲ୍ଲୀରେ ଶାସନ କରିବ ବିଜେପି । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେଖା ଗୁପ୍ତା । ଏଥିସହ ଅନ୍ୟ ୬ ଜଣ ମନ୍ତ୍ରୀ ବି ଶପଥ ନେବେ । ଦିନ ୧୧ଟାରେ ଶପଥ ଗ୍ରହଣ ଉତ୍ସବ ରହିଥିବା ବେଳେ ସମସ୍ତ ପ୍ରସ୍ତୁତି ସରିଛି । ଆଉ ଅତିଥିମାନେ ବି ଧିରେଧିରେ ରାମଲୀଳା ମୈଦାନକୁ ଆସିବା ଆରମ୍ଭ କଲେଣି । ଦିଲ୍ଲୀରେ ଡବଲ ଇଞ୍ଜିନ ସରକାର ଥିବାରୁ ଲୋକେ ବିକାଶକୁ ଅଧିକ ଗୁରୁତ୍ବ ଦେଉଛନ୍ତି । ତେବେ ନଜର ପକାନ୍ତୁ ଆଜି କଣ ରହିଛି କାର୍ଯ୍ୟକ୍ରମ ।
ଶପଥ ନେବେ ମୁଖ୍ୟମନ୍ତ୍ରୀ, ସାମିଲ ହେବ କେଉଁ ଅତିଥି ?
-ରାମଲୀଳା ମୈଦାନରେ ଭବ୍ୟ ଆୟୋଜନ
-ଶପଥ ଗ୍ରହଣ ଉତ୍ସବ ପାଇଁ ତିନୋଟି ମଞ୍ଚ
-ପ୍ରଥମ ମଞ୍ଚରେ ପ୍ରଧାନମନ୍ତ୍ରୀ ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ, ଉପରାଜ୍ୟପାଳ ଏବଂ ନୂତନ ମୁଖ୍ୟମନ୍ତ୍ରୀ ବସିବେ
-୨ୟ ମଞ୍ଚରେ ଧାର୍ମିକ ନେତାମାନେ ବସିବେ
-ତୃତୀୟ ମଞ୍ଚରେ ନିର୍ବାଚିତ ଏମପି ଏବଂ ବିଧାୟକ
-ଭିଭିଆଇପି ଅତିଥିଙ୍କ ସହ ବସ୍ତିବାସିନ୍ଦାଙ୍କୁ ବି ନିମନ୍ତ୍ରଣ
-କ୍ରୀଡା,ରାଜନୀତି,ଶିଳ୍ପପତି କ୍ଷେତ୍ରରୁ ଆସିବେ ବଛାବଛା ଅତିଥି
-ମୋଟ ୩୦ ହଜାର ଅତିଥି ପହଞ୍ଚିବା ସମ୍ଭାବନା
-ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ବି ସାମିଲ ହେବେ
ଦିନ ୧୧.୩୦ରୁ ଆରମ୍ଭ ହୋଇ ପ୍ରାୟ ଏକ ଘଣ୍ଟା ଧରି ଚାଲିବ ଶପଥ ସମାରୋହ । ବିଜେପି ପକ୍ଷରୁ ସମ୍ପୂର୍ଣ୍ଣ ବିବରଣୀ ଜାରି କରାଯାଇଛି । ନଜର ପକାଇବ କ’ଣ ରହିଛି କାର୍ଯ୍ୟସୂଚୀ
ଶପଥ ପାଠର ସମ୍ପୂର୍ଣ୍ଣ ବିବରଣୀ
-ଦିନ ୧୧.୩୦ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହେବ
-୧୨.୧୫ଟା ସୁଦ୍ଧା ଉପରାଜ୍ୟପାଳ, ସଚିବ ପହଁଚିବେ
-୧୨.୨୦ରେ ଗୃହମନ୍ତ୍ରୀ ଓ ଅନ୍ୟାନ୍ୟ ଶୀର୍ଷ ନେତୃତ୍ବ ପହଁଚିବେ
-୧୨.୨୫ରେ ରାମଲୀଳା ମୈଦାନରେ ପହଁଚିବେ ପ୍ରଧାନମନ୍ତ୍ରୀ
-୧୨.୩୦ରୁ ଉପ-ରାଜ୍ୟପାଳଙ୍କ ଭାଷଣ
-୧୨.୩୫ରେ ମୁଖ୍ୟମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାରେ ଶପଥ ପାଠ କରାଇବେ ଉପରାଜ୍ୟପାଳ
-୧୨.୪୫ରେ କାର୍ଯ୍ୟକ୍ରମ ଶେଷ ହେବ
-ପ୍ରାୟ ଏକ ଘଣ୍ଟା ଧରି ଚାଲିବ ଶପଥ ପାଠ
୨୭ ବର୍ଷ ପରେ ଦିଲ୍ଲୀରେ ବିଜେପି ସରକାର ଗଢୁଥିବାରୁ ବିଜେପି କର୍ମକର୍ତ୍ତାମାନେ ଭାରି ଉତ୍ସାହିତ ଅଛନ୍ତି ।