
ଖଲ୍ଲିକୋଟ,୧୧।୬(ପ୍ରଶାନ୍ତ କୁମାର ମିଶ୍ର): ବୁଧବାର ମୋହନ ଚରଣ ମାଝୀ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ମୃତ ଭାଜପା କର୍ମୀ ଦିଲୀପଙ୍କ ପରିବାରକୁ ନିମନ୍ତ୍ରଣ କରାଯାଇଛି।
୨୦୨୪ ନିର୍ବାଚନରେ ରାଜନୈତିକ ହିଂସାରେ ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ ଶ୍ରୀକୃଷ୍ଣ ଶରଣପୁର ଗ୍ରାମର ଭାଜପା କର୍ମୀ ଦିଲୀପ ପାହନଙ୍କୁ ହତ୍ୟା କରାଯାଇଥିଲା । ମୃତ ଦିଲୀପଙ୍କ ପରବାରକୁ ଭାଜପା ପକ୍ଷରୁ ଶପଥ ସମାରୋହରେ ଯୋଗ ଦେବା ପାଇଁ ସ୍ବତନ୍ତ୍ର ନିମନ୍ତ୍ରଣ ହୋଇଛି । ଦିଲୀପଙ୍କୁ ହତ୍ୟା କରିଥିବା ଅଭିଯୁକ୍ତଙ୍କୁ କିପରି କଠୋର ଦଣ୍ଡ ମିଳିବ ସେନେଇ ସରକାରଙ୍କୁ ଦାବି ଜଣାଇବେ ବୋଲି ଦିଲୀପଙ୍କ ବାପା ରାମ ଚନ୍ଦ୍ର ପାହାନ ପ୍ରକାଶ କରିଥିଲେ। ଗତ ମାସ ୧୫ ତାରିଖରେ ପୋଷ୍ଟର ମାରିବାକୁ କେନ୍ଦ୍ର କରି ଏହି ହତ୍ୟା କାଣ୍ଡ ଘଟିଥିଲା। ଉକ୍ତ ଘଟଣାରେ ବର୍ତ୍ତମାନ ସୁଦ୍ଧା ପୋଲିସ ୨୦ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

କନକବର୍ଦ୍ଧନ, ପ୍ରଭାତୀ ହେବେ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୧।୬: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶେଷରେ ମଙ୍ଗଳବାର ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ…

ମୋହନ ମାଝୀ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୧।୬: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶେଷରେ ମଙ୍ଗଳବାର ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ…

କୋରାପୁଟରେ ବ୍ୟାପିଲା ଝାଡାବାନ୍ତି, ୪୦ ଆକ୍ରାନ୍ତ
କୋରାପୁଟ,୧୧।୬(ଅମିତାଭ ବେହେରା ) କୋରାପୁଟ ଜିଲାର ସେମିଳିଗୁଡା ବ୍ଲକ ଅନ୍ତର୍ଗତ ସୁବାଈ ଗ୍ରାମରେ ଝାଡାବାନ୍ତିରେ ୪୦ଜଣ ଆକ୍ରାନ୍ତ ହୋଇଛନ୍ତି। ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିମାନେ ଏବେ…