ମାଲକାନଗିରି: ଚଳିତ ବର୍ଷ ଜାନୁଆରି ମାସ ଠାରୁ ଆଜି ପର୍ଯ୍ୟନ୍ତ ହତ୍ୟାକାଣ୍ଡ କରିଚାଲିଛନ୍ତି ସରକାର। ୬ ମାସର ପିଲା ଠାରୁ ୭୦ ବର୍ଷର ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କୁ ହତ୍ୟା କରୁଛନ୍ତି। ଏହାର ଘୋର ବିରୋଧ ହେଉଥିବାରୁ ଆମ ସଂଗଠନ ପକ୍ଷରୁ ଏହାର କଡା ଜବାବ ଦିଯାଇଥିଲା ବୋଲି ଦକ୍ଷିଣ ସବ ଜୋନାଲ ବ୍ୟୁର ତରଫରୁ ପ୍ରବକ୍ତା ସମତା ପ୍ରେସ ବିଜ୍ଞପ୍ତିରେ ଆଜି ପ୍ରକାଶ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ପ୍ରେସ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ ଗତ ୨୩ ତାରିଖରେ ମିଲିଟାରି ଗାଡ଼ିକୁ ଆମେ ଲ୍ୟାଣ୍ଡମାଇନ ଲଗାଇ ଉଡାଇ ଦେଇଛୁ। ଏଥିରେ ୫ ଜଣ ଯବାନ ମୃତ୍ୟୁବରଣ କରିଥିବା ବେଳେ ୧୫ ଜଣ ଯବାନ ଆହତ ହୋଇଥିଲେ। ଏହାକୁ ସରକାର ଲୁଚାଇ ରଖିଥିବା ନକ୍ସଲ ସଂଗଠନ ପକ୍ଷରୁ ଯୁକ୍ତି କରାଯାଇଛି। ମିଥ୍ୟା କହିବା ପୁଲିସର ଜନ୍ମଜାତ ଅଭ୍ୟାସ। ଏମାନେ ଖାଲି କୋରପରେଟରମାନଙ୍କୁ ସେବା କରିବାରେ ବ୍ୟସ୍ତ। ମୃତ ଯବାନଙ୍କ ପରିବାରକୁ ଆମେ ସମବେଦନା ଜଣାଉଛୁ। ସେମାନେ ଆମର ଶତ୍ରୁ ନୁହନ୍ତି। କିନ୍ତୁ ସେମାନେ ଶତ୍ରୁ ସହ ମିଶି ଆମକୁ ଦମନ କରିବାକୁ ଚାହୁଁଛନ୍ତି। ଏଠାରେ ସମସ୍ତଙ୍କ ପ୍ରାଣ ମୂଲ୍ୟବାନ ଅଟେ।
ସରକାର ଯେଉଁ ହତ୍ୟାକାଣ୍ଡ ଆରମ୍ଭ କରିଛନ୍ତି ତାକୁ ଆପଣମାନେ ସମର୍ଥନ କରନ୍ତୁ ନାହିଁ। ଆଉ ଆପଣଙ୍କ ପରିବାର ପାଇଁ ଆପଣମାନେ ସୁରକ୍ଷିତ ରୁହନ୍ତୁ ବୋଲି ପୁଲିସ ଭାଇମାନଙ୍କୁ ନକ୍ସଲ ନିବେଦନ କରିଛନ୍ତି। ଗତ କିଛି ଦିନ ତଳେ ପୁଲିସ ନକ୍ସଲ ଡମ୍ପରୁ ଜାଲି ନୋଟ କରୁଥିବା ମେସିନ ଓ ଜାଲି ନୋଟ ଜବତ କରିଥିବା ଗଣମାଧ୍ୟମରେ ପ୍ରଚାର କରିଥିଲା, ଯାହାକି ସଂପୂର୍ଣ୍ଣ ମିଥ୍ୟା ଅଟେ। ପୁଲିସ ପାଖରେ କୌଣସି ପ୍ରମାଣ ନାହିଁ।କିମ୍ବା ନକ୍ସଲ ସଂଗଠନର ସଦସ୍ୟମାନେ ଯେତେ ଆତ୍ମସମର୍ପଣ କରିଛନ୍ତି, ସେମାନଙ୍କ ପାଖରୁ କେବେ ମଧ୍ୟ ଜାଲି ନୋଟ ପୁଲିସ ପାଇଛି କି ବୋଲି ପ୍ରଶ୍ନ କରାଯାଇଛି। ଏସବୁ କାମ ବିଜେପି ସରକାର କରୁଥିବା ନକ୍ସଲ ସଂଗଠନ କହିଛି।ଲୋକସଭାରେ ପ୍ରାୟ ୩ ଶହ ନେତା କ୍ରିମିନାଲ ରହିଛନ୍ତି।କେବଳ ବିଜେପି ସରକାର ଅଧିନରେ କାମ କରୁଥିବା ପୁଲିସ ବି ଏକାପରି ହୋଇଯାଇଛନ୍ତି ବୋଲି କୁହାଯାଇଛି।ଏହି ଘଟଣା ପାଇଁ କେବଳ ମୁଖ୍ୟମନ୍ତ୍ରୀ ବିଷ୍ଣଦେବ ସାଏ ଏବଂ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ହିଁ ଦାୟୀ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।