ନୂଆଦିଲ୍ଲୀ: ଉପସ୍ଥାପିତ ହେଲା ୨୦୨୩-୨୪ ଆର୍ଥିକ ବର୍ଷର ସର୍ଭେ ରିପୋର୍ଟ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଗତ ଆର୍ଥିକ ବର୍ଷର ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏହି ସର୍ଭେ ରିପୋର୍ଟରେ ଲେଖାଯାଇଛି ଯେ ଆର୍ଥିକ ବର୍ଷ-୨୪ରେ ଭାରତର ଜିଡିପି ୮.୨ପ୍ରତିଶତ ବୃଦ୍ଧି ପାଇଛି। ବିପୁଳ ପରିମାଣରେ ଭୋଟ ପାଇ ଏନଡିଏ ତୃତୀୟ ଥର ସରକାର ଗଢ଼ିବା ପରେ ପ୍ରଥମ କରି ଆସନ୍ତାକାଲି କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରାଯିବ। ଏହା ପୂର୍ବରୁ ଆଜି ଅର୍ଥମନ୍ତ୍ରୀ ୨୦୨୩-୨୪ ଆର୍ଥିକ ବର୍ଷର ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସର୍ଭେ ରିପୋର୍ଟ ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତର ଜିଡିପି ୬.୫-୭ପ୍ରତିଶତ ହେବା ସହିତ ମୁଦ୍ରାସ୍ଫୀତି ହାର ୪.୫ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ଏହା ସହ ୨୦୨୫-୨୬ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ହାର ୪.୧ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି।
ଆର୍ଥିକ ସର୍ଭେ ରିପୋର୍ଟ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ଯାହା ଗତ ଆର୍ଥିକ ବର୍ଷରେ ଭାରତର ଅର୍ଥନୀତି କିଭଳି ଥିଲା ତାହାର ବିସ୍ତୃତ ସମୀକ୍ଷା ପ୍ରଦାନ କରିଥାଏ। ଭାରତର ମୁଖ୍ୟ ଆର୍ଥିକ ପରାମର୍ଶଦାତା (ସିଏଏ)ଙ୍କ ନେତୃତ୍ୱରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଏ।