Wednesday, February 19, 2025
Home ଆମ ଓଡ଼ିଶା ଲାକମୀ ଏକାଡେମୀର ଦ୍ୱିତୀୟ ବାର୍ଷିକ ଉତ୍ସବ, ରାମ୍ପରେ ଜଲଓ୍ବା ଦେଖାଇଲେ ମଡେଲ୍

ଲାକମୀ ଏକାଡେମୀର ଦ୍ୱିତୀୟ ବାର୍ଷିକ ଉତ୍ସବ, ରାମ୍ପରେ ଜଲଓ୍ବା ଦେଖାଇଲେ ମଡେଲ୍

by
0 comment

ଭୁବନେଶ୍ବର: ଲାକମୀ ଏକାଡେମୀର ଦ୍ବିତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।  କାର୍ଯ୍ୟକ୍ରମରେ ଓଲିଉଡ୍ ଅଭିନେତ୍ରୀ ଶିତଲ୍ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଲାକମୀ ଦ୍ବାରା ନିଆଯାଇଥିବା ପଦକ୍ଷେପକୁ ପ୍ରସଂଶା କରିଥିଲେ। ଏହି ଅବସରରେ ଏକାଡେମୀ ଦ୍ବାରା ଏକ ଫେଶନ ଶୋ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଏକାଡେମୀର ଛାତ୍ରୀ ମାନଙ୍କଦ୍ବାରା ସୁସଜ୍ଜିତ କରାଯାଇଥିବା ମଡେଲମାନେ ରାମ୍ପରେ ଚାଲିଥିଲେ ଓ ନିଜ ନିଜର ଜଲୱା ଦେଖାଇଥିଲେ।

କାର୍ଯ୍ୟକ୍ରମରେ ଓଲିଉଡ୍ ତାରକା ପୂର୍ଣ୍ଣିମା ବରାଳ, ଅନ୍ବେଶା ବିଶ୍ବାଳ, ଲାକମିର ଜୋନାଲ ହେଡ୍ ଶୁଭାଶିଷ ମହାପାତ୍ର , ଆଞ୍ଚଳିକ ଏକାଡେମିକ୍ ମୁଖ୍ୟ ଅନନ୍ୟା ବାରୁ , କ୍ଷେତ୍ର ବିକ୍ରୟ ପରିଚାଳକ ଲିଙ୍କନ୍ ତାରାଇ ,ନିର୍ଦ୍ଦେଶକ ରେନୁପ୍ରଭା ପ୍ରଧାନ , ନିର୍ଦ୍ଦେଶକ ପ୍ରଦୀପ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।ସୌନ୍ଦର୍ଯ୍ୟ ଶିଳ୍ପରେ ନିଜ କ୍ୟାରିୟର ବନାଇବାକୁ ଚାହୁଁଥିବା ଯୁବପିଢୀଙ୍କ ପାଇଁ ଏହା ଏକ ନିର୍ଭରଯୋଗ୍ୟ ପ୍ରତିଷ୍ଠାନ।

ଯୁବପିଢୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ଭବାନୀ ମଲ୍‌ରେ ଖୋଲିଥିବା ଆପଟେକ୍‌ର ଲାକ୍‌ମୀ ଏକାଡ଼େମୀ ଫ୍ୟାସନ ଟ୍ରେଣ୍ଡ ସହ ହେୟାର ଡିଜାଇନ୍ ସୌନ୍ଦର୍ଯ୍ୟ, ଚର୍ମ ଏବଂ କେଶର ଯତ୍ନ,କର୍ପୋରେଟ୍ ମେକ୍‌ଅପ୍‌, ବ୍ୟକ୍ତିଗତ ଗ୍ରୁମିଙ୍ଗ, ବ୍ରାଇଡ଼ାଲ୍ ମେକ୍‌ଅପ୍‌, କ୍ଲାସିକ୍ କଟ୍‌, କ୍ରିଏଟିଭ୍‌ କଟ୍‌, କେଶର ରଙ୍ଗ ଇତ୍ୟିାଦିରେ କୋଚିଂ ଦିଆଯାଏ। ଯେଉଁମାନେ ଏଠାରୁ ଉତ୍ତୀର୍ଣ୍ଣ ହୋଇଛନ୍ତି ସେମାନେ ସଫଳତାର ସହ ଚଳଚ୍ଚିତ୍ର, ବ୍ୟୁୟୁଟି ସେଲୁନ୍ ଏବଂ ଟେଲିଭିଜନରେ ନିଜର କ୍ୟାରିୟର ଆାରମ୍ଭ କରି ପାରିଛନ୍ତି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od