ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଅନେକ ସମୟରେ ସାପ ଭିଡିଓ ଭାଇରାଲ ହୋଇଥାଏ । କେତେବେଳେ ଘରେ ପଶିଥିବା ସାପକୁ ଉଦ୍ଧାର କରାଯିବାର ନଜର ଆସିଥାଏ, ଆଉ କେତେବେଳେ ସାପ ରାସ୍ତା ଅତିକ୍ରମ କରିବା କିମ୍ବା ଶିକାର କରୁଥିବା ନଜର ଆସେ । ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ୨ଟି ସାପ ଲଢେଇ କରୁଥିବା ନଜର ଆସୁଛି । ଭିଡିଓ କ୍ୟାପ୍ସନରେ ସାପ ୨ଟି ଅହିରାଜ ବୋଲି କୁହାଯାଇଛି ।
ଭାଇରାଲ ଭିଡିଓରେ ଆପଣ ଦେଖିପାରିବେ କି ୨ଟି ଅହିରାଜ ସାପ ପରସ୍ପର ସହ ଲଢୁଛନ୍ତି । ଗୋଟିଏ ବଡ ସାପଟି ଅନ୍ୟ ଛୋଟ ସାପକୁ ନିଜ ଫଣାରେ ଫୋପାଡି ଦେଉଛି ଏବଂ ସେ ଗୁଡେଇ ହୋଇଯାଉଛି । କିଛି ସମୟ ଲଢେଇ ଚାଲିବା ପରେ ଶେଷରେ ଛୋଟ ସାପଟି ଜୀବନ ରକ୍ଷା କରିବା ପାଇଁ ସେଠାରୁ ଚାଲିଯାଉଛି । ଭିଡିଓଟି ଇନଷ୍ଟାଗ୍ରାମରେ ସେୟାର ହୋଇଛି । ଏହାକୁ ୩୪ ଲକ୍ଷରୁ ଅଧିକ ଲୋକ ଦେଖିଥିବାବେଳେ ୧୦ ଲକ୍ଷରୁ ଅଧିକ ଲୋକ ଲାଇକ୍ କରିଛନ୍ତି ।