ସମାଜ ଡିଜିଟାଲ ଡେସ୍କ: ଅନେକ ସମୟରେ ଲୋକମାନେ ଆତ୍ମହତ୍ୟା କରିବାକୁ ରେଳ ଧାରଣାକୁ ବାଛିଥାଆନ୍ତି। ଟ୍ରେନ ଆସିବା ପୂର୍ବରୁ ଟ୍ରାକରେ ଶୋଇପଡ଼ି ଜୀବନ ହାରନ୍ତି। ହେଲେ କେବେ ଦେଖିଛନ୍ତି, ବିଶ୍ରାମ ପାଇଁ ରେଳ ଧାରଣାରେ କେହି ଶୋଇପଡ଼ିବା। ଏଭଳି ଏକ ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଛି। ଭିଡିଓଟି ଏହିପରି…
ई इलाहाबाद है गुरु यहां चचा का अलग ही स्वैग है ! चचा की नींद के आगे ट्रेन को भी नतमस्तक होना पड़ गया#प्रयागराज में रेल पटरी पर एक व्यक्ति छतरी लगाकर सो रहा था। ये देखकर लोको पायलट ने ट्रेन रोक दी। फिर उसको जगाया, पटरी से हटाया। तब ट्रेन आगे बढ़ी।#रेलवे pic.twitter.com/sLn6J392yt
— Shashank Mishra (@shashankjournal) August 25, 2024
ଜଣେ ବ୍ୟକ୍ତି ରେଳ ଟ୍ରାକରେ ମୁଣ୍ଡ ରଖି ଛତାକୁ ହାତରେ ଧରି ଶୋଇଛନ୍ତି। ତାହା ପୁଣି ଅତି ଶାନ୍ତିରେ ଏବଂ ନିଘୋଡ଼ ନିଦରେ। ହେଲେ କେତେବେଳେ ଟ୍ରେନ ଆସି ପହଞ୍ଚି ଯାଇଛି ତାଙ୍କୁ ଜଣାପଡ଼ିନାହିଁ। ସେ ଆରାମରେ ଶୋଇ ରହିଛନ୍ତି। ବ୍ୟକ୍ତି ଜଣକ ହାତରେ ଛତା ଧରିଥିବାରୁ ଟ୍ରେନ ଚାଳକ ଏହା ଦୂରରୁ ଦେଖିପାରିଥିଲେ। ଯାହାଫଳରେ ସେ ଶେଷ ମୁହୂର୍ତ୍ତରେ ଟ୍ରେନଟିକୁ ଅଟକାଇବାରେ ସଫଳ ହୋଇଥିଲେ। କିନ୍ତୁ ଟ୍ରେନ ଚାଳକ ସେ ପର୍ଯ୍ୟନ୍ତ ଜାଣିପାରି ନ ଥିଲେ ଯେ କେହି ଜଣେ ଛତା ଧରି ଶୋଇ ରହିଛନ୍ତି। ଟ୍ରେନ ଅଟକାଇ ସେ ଯେତେବେଳେ ଓହ୍ଲାଇଲେ ଏବଂ ଯାହା ଦେଖିଲେ ସେଥିରେ ସେ ବି ଆଶ୍ଚର୍ଯ୍ୟ ନ ହୋଇ ରହିପାରିଲେ ନାହିଁ। ଶେଷରେ ଚାଳକ ଉକ୍ତ ବ୍ୟକ୍ତିଙ୍କ ନିକଟକୁ ଯାଇ ତାଙ୍କୁ ନିଦରୁ ଉଠାଇଲେ। ସେ ନିଦରୁ ଉଠିବା ପରେ ଟ୍ରେନଟି ଆଗକୁ ଯାଇଥିଲା। ଉତ୍ତରପ୍ରଦେଶର ପ୍ରୟାଗରାଜରୁ ପ୍ରତାପଗଡ଼ ରେଳ ଲାଇନର ମାଉ ଆଇମା ରେଲଓ୍ବେ କ୍ରସିଂ ନିକଟରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା।