Sunday, February 23, 2025
Home pushpa 2 advance booking odia news ରିଲିଜ୍‌ ପୂର୍ବରୁ ରେକର୍ଡ ଭାଙ୍ଗୁଛି ‘ପୁଷ୍ପା ୨ ଦି ରୁଲ୍‌’; ଏସବୁ ଫିଲ୍ମକୁ ପଛରେ ପକାଇଲା..

ରିଲିଜ୍‌ ପୂର୍ବରୁ ରେକର୍ଡ ଭାଙ୍ଗୁଛି ‘ପୁଷ୍ପା ୨ ଦି ରୁଲ୍‌’; ଏସବୁ ଫିଲ୍ମକୁ ପଛରେ ପକାଇଲା..

by
0 comment

ମୁମ୍ବାଇ : ସାଉଥ୍‌ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ନିଜର ଆଗାମୀ ଫିଲ୍ମ ‘ପୁଷ୍ପା ୨ ଦି ରୁଲ୍‌’କୁ ନେଇ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି । ଡିସେମ୍ବର ୫ରେ ଏହି ଫିଲ୍ମ ବଡ ପରଦାରେ ରିଲିଜ୍‌ ହେବାକୁ ଯାଉଛି । ଏଥିପାଇଁ ପ୍ରଶଂସକଙ୍କ ଉତ୍କଣ୍ଠା ବଢି ବଢି ଚାଲିଛି । ଫିଲ୍ମ ରିଲିଜ୍‌ ପୂର୍ବରୁ ଏହାର ନାଁ ଅନେକ ଭଲ ପାଇବା ସାଉଁଟି ସାରିଛି । ଆମେରିକାରେ ଫିଲ୍ମକୁ ଉତ୍ସାହ ଅଧିକ ଥିବା ଦେଖାଯାଉଛି । କାରଣ ରିଲିଜ୍‌ ପୂର୍ବରୁ ହିଁ ଏହି ଫିଲ୍ମ ପ୍ରାୟ ୧.୪ ମିଲିୟନ ଡଲାର ଆୟ କରି ସାରିଛି । ଏକ ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି, ଫିଲ୍ମ ସିନେମା ଘରକୁ ଆସିବା ପୂର୍ବରୁ ହିଁ ଶାହାରୁଖ୍‌ ଖାନ୍‌ଙ୍କ ଫିଲ୍ମ ଜବାନ ଓ ପଠାନ୍‌ ସହ ରାମଚରଣ ଓ ଜୁନିୟର ଏନଟିଆରଙ୍କ ଆରଆରଆରକୁ ମଧ୍ୟ ପଛରେ ପକାଇ ଦେଇଛି । ଏହି ଚଳଚ୍ଚିତ୍ରର ନାମ ସମସ୍ତଙ୍କ ଓଠରେ ଅଛି ଜ୍ଝ ଏହାର ଆଡଭାନ୍ସ ବୁକିଂରୁ ହୋଇଥିବା ଆୟ ଫିଲ୍ମ ନିର୍ମାତାମାନଙ୍କୁ ମାଲାମାଲ୍‌ କରିଛି । ଆମେରିକାରେ, ଲୋକମାନେ ଏହି ଚଳଚ୍ଚିତ୍ର ପାଇଁ ବେଶ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।

ଡିସେମ୍ବରରେ ୪ ଗ୍ରହଙ୍କ ଚଳନ, ଏହି ରାଶି ହେବେ ଭାଗ୍ୟଶାଳୀ, ବଢିବ ଧନ, ନୂଆ ଚାକିରି ସହ ରହିଛି ବିବାହ ଯୋଗ..

ଏହି ଫିଲ୍ମକୁ ପଛରେ ପକାଇଛି..
ଜବାନ
ପଠାନ୍‌
କେଜିଏଫ ଚାପଟର୍‌ ୨
ଆନିମଲ୍‌
ବାହୁବଳୀ
ଏହି ଚଳଚ୍ଚିତ୍ର ତେଲୁଗୁ, ହିନ୍ଦୀ, ତାମିଲ, କନ୍ନଡ, ବଙ୍ଗାଳୀ ଏବଂ ମାଲାୟାଲମ୍ ଭାଷାରେ ମୁକ୍ତିଲାଭ କରିବାକୁ ଯାଉଛି । ଆଡଭାନ୍ସ ବୁକିଂକୁ ଦେଖିଲେ ଅନୁମାନ କରାଯାଉଛି ଯେ ଏହି ଚଳଚ୍ଚିତ୍ର ୨୦୨୪ ବର୍ଷର ଏକ ସୁପରହିଟ୍ ଏବଂ ବ୍ଲକବଷ୍ଟର ଫିଲ୍ମ ହୋଇପାରେ ।

ଆଲମିରାରେ ଏହି ଜିନିଷ ରଖିଲେ ହୋଇଯିବେ କାଙ୍ଗାଳ, ଲାଗି ରହିବ ଧନ ଅଭାବ..

ଦେଖନ୍ତୁ ଭିଡିଓ; ଐଶ୍ୱର୍ଯ୍ୟାଙ୍କ ନାମରୁ ହଟିଲା ‘ବଚ୍ଚନ’ ସାଙ୍ଗିଆ, ପ୍ରଶଂସକ କାବା !

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od