
ମୁମ୍ବାଇ,୨ା୧୦:ଚଳିତ ବର୍ଷର ପାର୍ବଣ ଋତୁରେ ଗ୍ରାହକଙ୍କ ପାଇଁ ଖୁସି ଓ ଆନନ୍ଦ ଆଣିବା ସହ ଭାରତର ସର୍ବବୃହତ୍ ଓ ଦ୍ରୁତଗତିରେ ବୃଦ୍ଧି ପାଉଥିବା ରିଲାଏନ୍ସ ରିଟେଲର ପୋଷାକ ଓ ଆସେସୋରିଜ୍ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡସ ପକ୍ଷରୁ ଖୁସିର ପର୍ବ ଏବଂ ଶ୍ରେଷ୍ଠ ପୂଜା ଲୁକ୍ ପ୍ରତିଯୋଗିତା ସହିତ ଦୁର୍ଗାପୂଜା ଅଭିଯାନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ ଦୁର୍ଗାପୂଜାକୁ ଗ୍ରାହକଙ୍କ ପାଇଁ ଅଧିକ ଆକର୍ଷଣୀୟ ଓ ଲାଭଦାୟକ କରିବା ପାଇଁ ଏହି ସ୍ବତନ୍ତ୍ର ପଦକ୍ଷେପ ଅଧୀନରେ ୩୪୯୯ ଟଙ୍କା କିମ୍ବା ତଦୂଦ୍ଧର୍ବ ମୂଲ୍ୟରେ କିଣାକିଣି କରୁଥିବା ଗ୍ରାହକଙ୍କୁ ମାତ୍ର ୨୪୯/୩୯୯ ଟଙ୍କାର ଏକ ଆକର୍ଷଣୀୟ ଉପହାର ମିଳିବ। ଏହି ସମୟ ମଧ୍ୟରେ ଗ୍ରାହକମାନେ ଶ୍ରେଷ୍ଠ ପୂଜା ଲୁକ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସହ ଆକର୍ଷଣୀୟ ପୁରସ୍କାର ଜିତିବାର ସୁଯୋଗ ପାଇବେ। ଟ୍ରେଣ୍ଡସ ଗ୍ରାହକଙ୍କଠାରୁ ଏଣ୍ଟ୍ରି ମଧ୍ୟ ଆମନ୍ତ୍ରଣ କରୁଛି, ଯେଉଁଠାରେ ସେମାନଙ୍କୁ ନିଜର ଏକ ସେଲ୍ଫି କ୍ଲିକ୍ କରିବାକୁ ପଡ଼ିବ କିମ୍ବା ୧ମିନିଟ୍ ରିଲ୍ ତିଆରି କରିବାକୁ ହେବ ଏବଂ ଏହାକୁ ସେମାନଙ୍କ ଇନ୍ଷ୍ଟାଗ୍ରାମ/ଫେସବୁକ୍ ପ୍ରୋଫାଇଲରେ ପୋଷ୍ଟ କରିବାକୁ ପଡ଼ିବ ଏବଂ ଶ୍ରେଷ୍ଠ ପୂଜା ଲୁକ୍ ପ୍ରତିଯୋଗିତାରେ ନିଜର ନାମ ଲେଖାଇବା ପାଇଁ @RelianceTrends ପୃଷ୍ଠାକୁ ଟ୍ୟାଗ୍ କରିବାକୁ ହେବ।

ବଦଳିଲା ପିପିଏଫ୍ ଆକାଉଣ୍ଟ ସମ୍ପର୍କିତ ନିୟମ
ଭୁବନେଶ୍ୱର,୨।୧୦(ଅନୁରାଧା ମହାରଣା):ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ ଆକାଉଣ୍ଟ (ପିପିଏଫ୍ ଆକାଉଣ୍ଟ) ସହ ଜଡ଼ିତ ନିୟମରେ ପରିବର୍ତ୍ତନ କରାଯାଇଛି। ଅକ୍ଟୋବର ୧ ତାରିଖରୁ ଡାକଘର ମାଧ୍ୟମରେ ଖୋଲାଯାଇଥିବା ଆକାଉଣ୍ଟରେ…

ଦିନକରେ ନିବେଶକ ହରାଇଲେ ୩.୫ ଲକ୍ଷ କୋଟି
ମୁମ୍ବାଇ,୧।୧୦: ଅନ୍ତଃରାଷ୍ଟ୍ରୀୟ ଘଟଣାବଳୀ ସାଙ୍ଗକୁ ଦରବୃଦ୍ଧି ଜନିତ ମାନ୍ଦାବସ୍ଥାର ପ୍ରଭାବ ଭାରତୀୟ ପୁଞ୍ଜି ବଜାରର କାରବାର ଉପରେ ବଡଧରଣର ପଡିଛି। ଫଳରେ ଘରୋଇ ଶେୟାର ବଜାରର ନିବେଶକମାନେ…

ଗ୍ରାହକଙ୍କୁ ଉତ୍କୃଷ୍ଟ ସେବା ଯୋଗାଇବ ବ୍ୟାଙ୍କ
ଭୁବନେଶ୍ୱର, ୧।୧୦: ପଞ୍ଜାବ ନ୍ୟାଶନାଲ୍ ବ୍ୟାଙ୍କ ବା ପିଏନ୍ବି ସମ୍ବଲପୁର ମଣ୍ଡଳ ପକ୍ଷରୁ ଏକ ଗ୍ରାହକ ସମ୍ମିଳନୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ପିଏନ୍ବି ଭୁବନେଶ୍ୱର…

ସିଜେ ଡାର୍ସଲ୍ ସହ ଜେଏସ୍ଏଲ୍ର ବୁଝାମଣା
ଭୁବନେଶ୍ୱର,୧।୧୦: ଭାରତର ଅନ୍ୟତମ ଅଗ୍ରଣୀ ଲଜିଷ୍ଟିକ୍ ପ୍ରଦାନକାରୀ ସିଜେ ଡାର୍ସଲ୍ ଲଜିଷ୍ଟିକ୍ ଲିମିଟେଡ୍ ଏବଂ ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡ (ଜେଏସ୍ଏଲ୍) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା…