Thursday, January 9, 2025
Home Home ରିପିଟ୍‌ ହେବେ ନା ପରିବର୍ତ୍ତନ ଆସିବ

ରିପିଟ୍‌ ହେବେ ନା ପରିବର୍ତ୍ତନ ଆସିବ

by
0 comment

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ):ପ୍ରାର୍ଥୀ ଘୋଷଣା ପରେ ଉଷ୍ମ ହେଲାଣି କଳାହାଣ୍ଡି ରାଜନୀତି। ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ କସରତ ଆରମ୍ଭ କରିଦେଲେଣି ତିନି ପ୍ରମୁଖ ରାଜନୈତିକ ଦଳ। କଳାହାଣ୍ଡି ଜିଲାର ଜୁନାଗଡ଼ ହେଉଛି ପଶ୍ଚିମ ଓଡ଼ିଶାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନମଣ୍ଡଳୀ। ଏକଦା ଭାଜପାର ଗଡ଼ ଭାବରେ ପରିଚିତ ଥିବା ଏହି ନିର୍ବାଚନମଣ୍ଡଳୀ ଏବେ ବିଜେଡିର ଗଡ ଭାବରେ ପରିଚିତ ହୋଇଛି। କାରଣ ଗତ ୨ ନିର୍ବାଚନରେ ବିଜେଡିର କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ବିଜୟୀ ହୋଇଆସୁଛନ୍ତି। ଇତିହାସକୁ ଦେଖିଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏଠାରେ ଭାଜପା ୪ ଥର, କଂଗ୍ରେସ ୩ ଥର ଓ ବିଜେଡି ୨ଥର ବିଜୟୀ ହୋଇଛି।
ଜୁନାଗଡ଼ ବ୍ଲକର ୩୪ ଓ ଗୋଲାମୁଣ୍ଡା ବ୍ଲକର ୨୮ ପଞ୍ଚାୟତ ସମେତ ଜୁନାଗଡ଼ ବିଜ୍ଞପିତ ଅଞ୍ଚଳ ପରିଷଦ(ଏନ୍‌ଏସି)କୁ ନେଇ ଜୁନାଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ ଗଠିତ। ଏଠାରେ ୧ ଲକ୍ଷ ୨୪ ହଜାର ୩୧୩ ଜଣ ପୁରୁଷ ଓ ୧ ଲକ୍ଷ ୨୧ ହଜାର ୪୨୧ ଜଣ ମହିଳା ଭୋଟର ରହିଛନ୍ତି। ସେହିପରି ୪୩୫ ଜଣ ନବାଗତ ଭୋଟର ଓ ୪ଜଣ ତୃତୀୟଲିଙ୍ଗୀ ଭୋଟର ରହିଥିବା ସରକାରୀ ତଥ୍ୟ କହୁଛି। ଇତିମଧ୍ୟରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା, କଂଗ୍ରେସ ପ୍ରାର୍ଥୀ ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ କସରତ ଆରମ୍ଭ କରିଛନ୍ତି। ବିଜେଡି କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ପ୍ରାର୍ଥୀ କରିଛି। ଦିବ୍ୟଶଙ୍କର ଗତ ୨ ନିର୍ବାଚନରେ ବିଜୟ ହାସଲ କରି ନବୀନଙ୍କ ମନ୍ତ୍ରିମଣ୍ଡଳରେ ମଧ୍ୟ ସ୍ଥାନ ପାଇଛନ୍ତି। ସେହିପରି ବରିଷ୍ଠ ଭାଜପା ନେତା ମନୋଜ ମେହେରଙ୍କୁ ପୁଣି ଥରେ ଦଳ ପ୍ରାର୍ଥୀ କରିଛି। କଂଗ୍ରେସ ନୂଆ ଚେହେରାକୁ ସାମ୍ନାକୁ ଆଣି ପୂର୍ବତନ ବ୍ଲକ ଅଧ୍ୟକ୍ଷ ତୁଲେଶ୍ୱର ନାଏକଙ୍କୁ ପ୍ରାର୍ଥୀ କରିଛି। ବିଜେଡି ପ୍ରାର୍ଥୀ ଦିବ୍ୟଶଙ୍କର ମୁଖ୍ୟମନ୍ତ୍ରୀଙ୍କ ବିକାଶ ରେକର୍ଡକୁ ନେଇ ଭୋଟରଙ୍କ ପାଖକୁ ଯାଉଥିବା ବେଳେ ଭାଜପା ଓ କଂଗ୍ରେସ ମମିତା ମେହେର ହତ୍ୟା ଘଟଣା ସହ ବେକାରି ଓ ଦାଦନ ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରି ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି।
ବିଗତ ନିର୍ବାଚନକୁ ବିଶ୍ଳେଷଣ କଲେ ୨୦୦୯ରେ କଂଗ୍ରେସ ପ୍ରାର୍ଥୀ ଗୋବର୍ଦ୍ଧନ ଦାଶ ୪୫ ହଜାର ୩୪୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ବୀର ସିପକା ୩୮ ହଜାର ୮୧୨ ଖଣ୍ଡ ଭୋଟ ପାଇଥିଲେ। ଭାଜପା ପ୍ରାର୍ଥୀ ହିମାଂଶୁ ମେହେରଙ୍କୁ ୩୪ ହଜାର ୩୩୪ ଖଣ୍ଡ ଭୋଟ ମିଳିଥିଲା। ୨୦୧୪ରେ ରାଜନୀତି ସମୀକରଣ ବଦଳି ଯାଇଥିଲା। ନୂଆ କରି ରାଜନୀତିରେ ପାଦ ଦେଇଥିବା ଦିବ୍ୟଶଙ୍କରଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି। ସେ ସମୟରେ ଦିବ୍ୟଶଙ୍କର ୫୬ ହଜାର ୪୪୩ ଭୋଟ ପାଇ ବିଜୟ ହାସଲ କରିଥିଲେ। ଭାଜପା ପ୍ରାର୍ଥୀ ଅନିଲ ସିଂହଦେଓ ୪୬ ହଜାର ୪୯୭ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଗୋବର୍ଦ୍ଧନ ଦାସ ୩୮ ହଜାର ୭୧୫ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ। ସେହିପରି ୨୦୧୯ ନିର୍ବାଚନ ସମୟରେ ବିଜେଡିରୁ ପୁଣି ଥରେ ପ୍ରାର୍ଥୀ ହୋଇଥିଲେ ଦିବ୍ୟଶଙ୍କର ମିଶ୍ର। ଏହି ନିର୍ବାଚନରେ ସେ ୮୩ ହଜାର ୭୮୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ଭାଜପା ପ୍ରାର୍ଥୀ ମନୋଜ ମେହେରଙ୍କୁ ୫୫ ହଜାର ୯୩୦ ଓ କଂଗ୍ରେସ ପ୍ରାର୍ଥୀ ଅନିଲ ସିଂଦେଓଙ୍କୁ ୩୨ ହଜାର ୩୪୩ ଖଣ୍ଡ ଭୋଟ ମିଳିଥିଲା। ତେବେ ୨୦୨୪ ନିର୍ବାଚନରେ ୩ ବିଜେଡିର ଦିବ୍ୟଶଙ୍କର, ଭାଜପାର ମନୋଜ ଓ କଂଗ୍ରେସର ତୁଲେଶ୍ୱର ମଇଦାନକୁ ଓହ୍ଲାଇଛନ୍ତି। ଫଳରେ ଏଠାରେ ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେବ ବୋଲି ଜଣାପଡ଼ିଛି। ମମିତା ମେହେର ଘଟଣାକୁ ନେଇ ଦିବ୍ୟଶଙ୍କର ବିଗତ ଦିନରେ ଅଡ଼ୁଆରେ ପଡ଼ିଥିଲେ। ତେବେ ସେ ପୁଣି ରିପିଟ୍‌ ହେବେ ନା ପରିବର୍ତ୍ତନ ଆସିବ, ତାହା ଉପରେ ସମସ୍ତଙ୍କ ନଜର ରହିବା ସ୍ବାଭାବିକ।

ଶଙ୍ଖ ଛାଡ଼ିଲେ ପୂର୍ବତନ ବିଧାୟକ

ଛେଣ୍ଡିପଦା,୧ା୫(ଅଜିତ ଧଳ):ଅନୁଗୋଳ ଜିଲା ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ସେ…

ମଉଳିଯାଇଛି କୁଳ ବେଉସାର ନିଶା

ପଟ୍ଟାମୁଣ୍ଡାଇ,୧।୫(କଳ୍ପତରୁ ନାୟକ): ସମୟର ପରିବର୍ତନର ସୁଅରେ ବଦଳି ଯାଇଛି କୂଳ ବେଉସାର ନିଶା। ଧାତବ ବାସନର ବହୁଳ ବ୍ୟବହାର ଫଳରେ ମାଟିରେ ତିଆରି ଜିନିଷ ତାର…

ବିଜେଡିରେ ଫାଟ: ପ୍ରଦୀପ-ରମେଶ ଗୋଷ୍ଠୀ ମୁହାଁମୁହିଁ

ନବରଙ୍ଗପୁର/ଝରିଗାଁ,୧।୫(ସଦାଶିବ ପ୍ରହରାଜ/କିଶୋର ଚନ୍ଦ୍ର ମଣ୍ଡଳ):ନିର୍ବାଚନ ଯେତିକି ପାଖେଇ ଆସୁଛି, ଝରିଗାଁ ନିର୍ବାଚନମଣ୍ଡଳୀରେ ବିଜେଡି ଟେନ୍‌ସନ ସେତିକି ବଢ଼ିବାରେ ଲାଗିଛି। ବିଜେଡିରେ ଫାଟ ଥିବା ଅଭିଯୋଗ ହେଉଛି।…

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Model This Week

ପିଲାଙ୍କ ଧରିତ୍ରୀ

Why Dharitri

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od