Sunday, February 23, 2025
Home Home ରାହୁଲ ଗାନ୍ଧୀଙ୍କର ନାହିଁ ନିଜସ୍ବ ଘର, ଏତେ ଲକ୍ଷ ଟଙ୍କା କରଜରେ କଂଗ୍ରେସ ନେତା

ରାହୁଲ ଗାନ୍ଧୀଙ୍କର ନାହିଁ ନିଜସ୍ବ ଘର, ଏତେ ଲକ୍ଷ ଟଙ୍କା କରଜରେ କଂଗ୍ରେସ ନେତା

by
0 comment

ନୂଆଦିଲ୍ଲୀ,୪।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଉତ୍ତର ପ୍ରଦେଶର ରାଏବରେଲି ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି କ୍ରମରେ ନିର୍ବାଚନ କମିଶନରଙ୍କ ପାଖରେ ଦାଖଲ କରିଥିବା ସତ୍ୟପାଠନୁସାରେ ରାହୁଲଙ୍କ ପାଖରେ ୨୦ କୋଟି ଟଙ୍କାରୁ ଅଧିକ ଚଳ-ଅଚଳ ସମ୍ପତ୍ତି ରହିଛି। ଯେଉଁଥିରେ ୪.୨ଲକ୍ଷ ଟଙ୍କାର ସୁନା ମଧ୍ୟ ରହିଛି। ଏଥିସହ ତାଙ୍କ ସତ୍ୟପାଠରୁ ଜଣାପଡିଛି କି, କୋଟି କୋଟି ଟଙ୍କାର ମାଲିକ ହେବା ପରେ ବି ତାଙ୍କ ପାଖରେ ନିଜସ୍ବ ଘର କିମ୍ବା ଗାଡି ଖଣ୍ଡିଏ ବି ନାହିଁ।

ନିର୍ବାଚନ କମିଶନରଙ୍କ ଦ୍ୱାରା ପ୍ରଦତ୍ତ ସୂଚନାନୁସାରେ, ରାହୁଲଙ୍କ ପାଖରେ ୯କୋଟି ୨୪ଲକ୍ଷ ୫୯ହଜାର ୨୬୪ଟଙ୍କା ଚଳ ସମ୍ପତ୍ତି ରହିଛି। ଯେଉଁଥିରେ ୪କୋଟି ୩୩ଲକ୍ଷ ୬୦ହଜାର ୫୧୯ ଟଙ୍କାର ଶେୟାର ରହିଥିବାବେଳେ ୩କୋଟି ୮୧ଲକ୍ଷ ୩୩ହଜାର ୫୭୨ଟଙ୍କାର ମ୍ୟୁଚୁଆଲ ଫଣ୍ଡ, ୨୬ଲକ୍ଷ ୨୫ହଜାର ୧୫୭ ଟଙ୍କା ବ୍ୟାଙ୍କ ବାଲାନ୍ସ ଥିବାବେଳେ ୧୫ଲକ୍ଷ ୨୧ହଜାର ୭୪୦ଟଙ୍କାର ଗୋଲ୍ଡ ବଣ୍ଡ ସାମିଲ ରହିଛି।

ରାହୁଲଙ୍କ ପାଖରେ ୫୫ହଜାର ନଗଦ ଟଙ୍କା ରହିଛି। ତାଙ୍କ ପାଖରେ ନିଜସ୍ବ ଘର କିମ୍ବା ଗାଡି ଖଣ୍ଡିଏ ନ ଥିବା ଜଣାପଡିଛି। କିନ୍ତୁ ସେ ୪୯ଲକ୍ଷ ୭୯ହଜାର ୧୮୪ ଟଙ୍କା କରଜ କରିଛନ୍ତି। ସମ୍ପତ୍ତି ଭାବରେ ଦିଲ୍ଲୀର ସୁଲତାନପୁର ଗାଁରେ ତାଙ୍କର ୩.୭୭୮ ଏକରର କୃଷିଭୂମି ରହିଛି। ଏଥିସହ ଗୁରୁଗ୍ରାମରେ ୫୮୩୮ ବର୍ଗ ଫିଟର ବାଣିଜ୍ୟ ଆପାର୍ଟମେଣ୍ଟ ରହିଛି। ସେହିପରି ରାହୁଲ ଏମପି ଭାବରେ ତାଙ୍କର ବେତନ, ମ୍ୟୁଚୁଆଲ ଫଣ୍ଡରୁ ଲାଭ ତଥା ମୋଟ ଆୟ ସମ୍ପର୍କରେ ସୂଚନା ଦେଇଛନ୍ତି। ୨୦୨୨-୨୩ରେ ସେ ମୋଟ ୨ଲକ୍ଷ ୭୮ହଜାର ୬୮୦ଟଙ୍କା ଆୟ କରିଥିବା ଘୋଷଣା କରିଛନ୍ତି।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od