Sunday, February 23, 2025
Home christmass wish ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କ ବଡଦିନ ଶୁଭେଚ୍ଛା

ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କ ବଡଦିନ ଶୁଭେଚ୍ଛା

by
0 comment

ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କ ବଡଦିନ ଶୁଭେଚ୍ଛା

ନୂଆଦିଲ୍ଲୀ: ବଡଦିନ ଉପଲକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଉପରା​‌ଷ୍ଟ୍ରପତି ଜଗଦୀପ ଧନକଡ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ସମେତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ପବିତ୍ର ବଡଦିନ ପାଳନ ଅବସରରେ ସମସ୍ତେ ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ପ୍ରେମ ଓ ସଂହତି ବାର୍ତ୍ତାକୁ ପାଳନ କରିବା ଜରୁରୀ। ବିଶ୍ବରେ ଭାଇଚାରା ଓ ବିଶ୍ବବାସୀଙ୍କ ଉନ୍ନତି ପଥକୁ ଆଲୋକିତ କରିବାରେ ଯିଶୁଙ୍କ ବାଣୀ ପ୍ରେରଣା ଯୋଗାଉଥିବା ସେ କହିଛନ୍ତି। ଅପରପକ୍ଷରେ ଉପରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ପବିତ୍ର ବଡଦିନରେ ସମସ୍ତେ ଏକତା, ସଂହତି ଓ ପାରସ୍ପରିକ ଭଲ ପାଇବାକୁ ଗୁରୁତ୍ବ ଦେବା ଉଚିତ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od