ଦିଗପହଣ୍ଡି,୩୧ା୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ କୋଡିନଡ଼ା ଗ୍ରାମ ସ୍ଥିତ ରାଧାକୃଷ୍ଣ ନୋଡାଲ ହାଇସ୍କୁଲର ବାର୍ଷିକୋତ୍ସବ ଶୁକ୍ରବାର ପ୍ରଧାନଶିକ୍ଷକ ପ୍ରଭାକର ବିଷୋୟୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି। ସହକାରୀ ଶିକ୍ଷକ ବି.ବନମାଳୀଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶ ସେଠୀ ମୁଖ୍ୟଅତିଥି, ଖେମୁଣ୍ଡି ଓକିଲ ସଂଘର ସଭାପତି ହରପ୍ରସାଦ ରଥ ମୁଖ୍ୟବକ୍ତା ଏବଂ ସରପଞ୍ଚ ଗୀତାଞ୍ଜଳି ବେହେରା, ସମିତିସଭ୍ୟା ତମାଳ ନାଇକ, ସାମାଜିକ କର୍ମୀ ଉମାକାନ୍ତ ବିଷୋୟୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ନାଥ ମିଶ୍ର, ହାଇସ୍କୁଲ ପରିଚାଳନା କମିଟି ସଭାପତି କାଳୁ ସ୍ବାଇଁ, ପୂର୍ବତନ ସଭାପତି ରାଜେନ୍ଦ୍ର ସ୍ବାଇଁ, ସିଆରସିସି ଅଳକା କୁମାରୀ ପ୍ରଧାନ, ନାଏବ ସରପ ରାଜେନ୍ଦ୍ର ଗୌଡ, ୱାର୍ଡ ସଭ୍ୟ କୁନା ସ୍ବାଇଁ, ଖବରଦାତା ଗୋପାଳକୃଷ୍ଣ ମଲ୍ଲିକ, ଶଙ୍କର ସ୍ବାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।