Saturday, February 22, 2025
Saturday, February 22, 2025
Home Home ରାଜ୍ୟ ସରକାରଙ୍କ ସଫଳତା ବିରୋଧୀ ଗ୍ରହଣ କରିପାରୁନାହାନ୍ତି: ନବୀନ

ରାଜ୍ୟ ସରକାରଙ୍କ ସଫଳତା ବିରୋଧୀ ଗ୍ରହଣ କରିପାରୁନାହାନ୍ତି: ନବୀନ

by
0 comment

କୋରାପୁଟ,୪ା୫(ଅମିତାଭ ବେହେରା)-କୋରାପୁଟରେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରାଥାନ ନିର୍ବାଚନ ପ୍ରଚାର କରିଛନ୍ତି। ରାଜ୍ୟ ସରକାରଙ୍କ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ବିରୋଧୀମାନେ ଗ୍ରହଣ କରି ନପାରି କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ବିରୋଧୀଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି।

କୋରାପୁଟ ଓଏମ୍‌ପି ପଡିଆଠାରେ ଆୟୋଜିତ ବିଶାଳ ଜନସଭାରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଧାରିତ ସମୟର ପ୍ରାୟ ୧ ଘଣ୍ଟା ବିଳମ୍ବରେ ପହଞ୍ଚତ୍ ରାଜ୍ୟସରକାରଙ୍କ ବିଏସ୍‌କେୱାଇ ଯୋଜନା, ମମତା ଯୋଜନା, ଲକ୍ଷ୍ମୀ ବସ୍‌, ମିଶନ ଶକ୍ତି, ପିଲାଙ୍କ ଶିକ୍ଷା ପାଇଁ ଛାତ୍ରବୃତ୍ତି ଯୋଜନା, ଚାଷୀଙ୍କ ପାଇଁ କାଳିଆ ଯୋଜନାର ସଫଳତା ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, ରାଜ୍ୟ ସରକାରଙ୍କ ସଫଳତାକୁ ବିରୋଧୀ ସହଜରେ ଗ୍ରହଣ କରିପାରୁନାହାନ୍ତି। ବିରୋଧୀ ଦଳ ମିଛ କଥା କହୁଛନ୍ତି। ସେମାନେ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ପ୍ରକାଶ କରି ଜନସାଧାରଣ ଶଙ୍ଖ ଚିହ୍ନକୁ ଆର୍ଶୀବାଦ କରିବାକୁ ନିବେଦନ କରିଥିଲେ।

କୋରାପୁଟ ଲୋକସଭା ଆସନର ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା, କୋରାପୁଟ ବିଧାୟକ ପ୍ରାର୍ଥୀ ରଘୁରାମ ପଡାଲ, ପଟ୍ଟାଙ୍ଗି ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ପାଙ୍ଗି, ଲକ୍ଷ୍ମୀପୁର ବିଧାୟକ ପ୍ରାର୍ଥୀ ପ୍ରଭୁ ଜାନି, ଜୟପୁର ବିଧାୟିକ ପ୍ରାର୍ଥୀ ଇନ୍ଦିରା ନନ୍ଦଙ୍କୁ ଶଙ୍ଖ ଚିହ୍ନରେ ଆଶୀର୍ବାଦ କରିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ଜନସାଧାରଣଙ୍କୁ ବିଭିନ୍ନ ଲୋକାଭିମୁଖୀ ଯୋଜନା କିଏ କରିଛି ବୋଲି ପଚାରିଥିଲେ ା କୋରାପୁଟର ସମସ୍ତ ବଡ ବଡ ବ୍ରିଜ, ଜଗନ୍ନାଥ ପରିକ୍ରମା ପ୍ରକଳ୍ପ, ଗୁପ୍ତେଶ୍ୱର ମନ୍ଦିର ସମେତ ବିଭିନ୍ନ ଦେବଭୂମିର ବିକାଶ ସହ ଅନ୍ୟ ସବୁ ଯୋଜନା କିଏ କରିଛି ବୋଲି ପ୍ରକାଶ କରି ବିଜେଡିକୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ।

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od