ଭୁବନେଶ୍ୱର,୧୭।୫(ଶର୍ମିଷ୍ଠା ପାଣିଗ୍ରାହୀ)- ଭାଜପାର ମାଳ ମାଳ ଟୁରିଷ୍ଟ ନେତା ଏବେ ଓଡିଶାରେ। ଯେଉଁମାନେ ଓଡିଶା ବିଷୟରେ କିଛି ଜାଣିନାହାନ୍ତି। ରାଜ୍ୟ ନେତା ଯାହା ଲେଖା ଦେଉଛନ୍ତି, ସେମାନେ ଶୁଆ ଭଳି ଗାଇ ଦେଇ ଯାଉଛନ୍ତି। ଭାଜପାର ନାରା ହେଲା ନା କାମ କରିବୁ ନା କାମ କରାଇଦେବୁ। ଓଡିଶାର ସବୁ ଭଲକାମକୁ ଅଟକାଇବାକୁ ସଂକଳ୍ପ ନେଇ ସେମାନେ କାର୍ଯ୍ୟ କରୁଛନ୍ତି ବୋଲି ଶୁକ୍ରବାର ଶଙ୍ଖଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବିଜେଡି ନେତା ଭୃଗୁ ବକ୍ସିପାତ୍ର ଓ ମୁଖପାତ୍ର ସ୍ବୟଂପ୍ରକାଶ ମହାପାତ୍ର କହିଛନ୍ତି।
ଭୃଗୁ କହିଲେ, ଓଡିଶାବାସୀ ସମସ୍ତେ ଜାଣିଛନ୍ତି, ଆସନ୍ତା ଜୁଲାଇରେ ରଥଯାତ୍ରା ସମୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ଯାଉଛି। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି। ଏହି କମିଟି ପୂରା ପ୍ରକ୍ରିୟାର ତଦାରଖ କରିବ। ଗତ ମେ’ରେ କମିଟିର ବୈଠକ ମଧ୍ୟ ହୋଇସାରିଛି। ସବୁ ଜାଣି ଓଡିଶା ଭାଜପା ନେତା ଡ୍ରାମା କରୁଛନ୍ତି। ରାଜ୍ୟବାସୀଙ୍କ ଭାବାବେଗ ସହ ଖେଳିବାକୁ ସୁଆଙ୍ଗ ରଚୁଛନ୍ତି। ନିର୍ବାଚନରେ ଶୋଚନୀୟ ପରାଜୟର ଉପହାର ଭାଜପାକୁ ଦେବାକୁ ଜନତା ମନସ୍ଥ କରିସାରିଲେଣି ବୋଲି ସେ କହିଥିଲେ।
୨୦-୨୧ରେ ହିଟ୍ଓ୍ବେଭ୍ ପାଇଁ ୟେଲୋ ଓ୍ବାର୍ନିଂ
ଭୁବନେଶ୍ୱର, ୧୭।୫(ଅସମାପିକା ସାହୁ)-ରାଜ୍ୟରେ ଗ୍ରୀଷ୍ମପ୍ରବାହ ଆହୁରି ଅସହ୍ୟ ହେବ। ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମପ୍ରବାହ ସହ ଗୁଳୁଗୁଳି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ…
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ
ଭୁବନେଶ୍ୱର, ୧୭।୫(ଅସମାପିକା ସାହୁ)- ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ। ଆସନ୍ତା ୨୦ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଉତ୍ତର ଆଣ୍ଡାମାନ ସାଗରରେ…
ଶନିବାର ଓଡ଼ିଶା ଆସିବେ ସଚିନ ପାଇଲଟ୍
ଭୁବନେଶ୍ୱର, ୧୭।୫(ଅସମାପିକା ସାହୁ): ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସାଧାରଣ ସମ୍ପାଦକ ସଚିନ ପାଇଲଟ ନିର୍ବାଚନୀ ପ୍ରଚାର ପାଇଁ ଶନିବାର ଓଡ଼ିଶା ଆସୁଛନ୍ତି। ବାଲେଶ୍ୱରର…
ଅନୁଭବଙ୍କ ବଡ଼ ବୟାନ, ମୁଣ୍ଡ ବିକିନି…
ଭୁବନେଶ୍ୱର,୧୭।୫: ଅନୁଭବ ମହାନ୍ତି କରିଛନ୍ତି ପ୍ରେସମିଟ । ଯେଉଁଠି ବିଜେଡି ଉପରେ ବର୍ଷିଛନ୍ତି ଅନୁଭବ ମହାନ୍ତି । ଆଗରୁ ଯେଉଁ ବିଜେଡି ଥିଲା ଆଉ ଏବେର…