Thursday, January 9, 2025
Thursday, January 9, 2025
Home 6 dead in lightning ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୬ ମୃତ; ୪ ଲକ୍ଷ ଟଙ୍କା ଅନୁକମ୍ପାମୁଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୬ ମୃତ; ୪ ଲକ୍ଷ ଟଙ୍କା ଅନୁକମ୍ପାମୁଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

by
0 comment

ଭୁବନେଶ୍ୱର,୧୮।୮: ଆଜି ରାଜ୍ୟର ୫ଟି ଜିଲାରେ ବଜ୍ରପାତ ଘଟି ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହିତ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି।

ବର୍ତ୍ତମାନ ସୁଦ୍ଧା ପ୍ରାପ୍ତ ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲାରେ ୨ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ବାଲେଶ୍ବର, ଭଦ୍ରକ, ଯାଜପୁର ଓ ସୁବର୍ଣ୍ଣପୁର ଜିଲ୍ଲାରେ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

ବଜ୍ରପାତ ଯୋଗୁଁ ମୃତ୍ୟୁବରଣ କରିଥିବା ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହିତ ସେମାନଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ଯେ ଗତକାଲି ବଜ୍ରପାତରେ ୯ ଜଣଙ୍କ ମୃତ୍ୟୁ ଯୋଗୁ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହିତ ସହାୟତା ଘୋଷଣା କରିଥିଲେ।

ମାଉଣ୍ଟ ଏଲ୍‌ବୃସ୍‌ ଚଢ଼ିଲେ ଓଡ଼ିଆ ଯୁବକ

ଭବାନୀପାଟଣା,୧୮।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଅଧୀନ ଦେପୁର ଗ୍ରାମର ଯୁବ ପର୍ବତାରୋହୀ ରାହୁଲ ପଧାନ ଇଉରୋପ ମହାଦେଶର ୫୬୪୨ ମିଟର ବିଶିଷ୍ଟ…

ଜିଲାପାଳଙ୍କ ଅଚାନକ ଗସ୍ତ: କର୍ମଚାରୀ ଛାନିଆ

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜ ରବିବାର ଦାରିଙ୍ଗବାଡି ଗସ୍ତ କରିଥିଲେ। ସେ ଦାରିଙ୍ଗବାଡିରେ ଅପରାହ୍ନରେ ପହଞ୍ଚି ବ୍ଲକ କର୍ମଚାରୀଙ୍କ ସହ ସ୍କୁଟି ଧରି…

ଜଳିଗଲା ମଦ ବୋଝେଇ ଟ୍ରକ

ଅନୁଗୋଳ,୧୮।୮: ଅନୁଗୋଳ ଜରପଡ଼ାସ୍ଥିତ ବିଦେଶୀ ମଦ ଗୋଦାମ ପାଖରେ ରବିବାର ଦୁଇଟି ବିଦେଶୀ ମଦ ବୋଝେଇ ଟ୍ରକରେ ନିଆଁ ଲାଗି ଜଳିଯାଇଛି। ଗୋଦାମରେ ଖାଲି କରିବା…

Advertisement

ଧରିତ୍ରୀ କାର୍ଟୁନ

Model This Week

ପିଲାଙ୍କ ଧରିତ୍ରୀ

Why Dharitri

You may also like

Leave a Comment

About Us

Welcome to janashakti.news/od, your trusted source for breaking news, insightful analysis, and captivating stories from around the globe. Whether you’re seeking updates on politics, technology, sports, entertainment, or beyond, we deliver timely and reliable coverage to keep you informed and engaged.

@2024 – All Right Reserved – janashakti.news/od